ପଞ୍ଜାବ ଆର୍ମଡ ପୁଲିସ (ପିଏପି)ର ଅଫିସର୍ସ ମେସରୁ ୩୦୦କିଲୋ ଓଜନର ତୋପ ଚୋରି

ଚୋରି ହେଲା ୩୦୦କିଲୋ ଓଜନର ତୋପ

ଚଣ୍ଡୀଗଡ଼: ଚୋରି ହେଲା ୩୦୦କିଲୋ ଓଜନର ତୋପ। ଆଖିରୁ କଜଳ ଚୋରି କରିବା ଭଳି ବଡ଼ ସୁରକ୍ଷା ବଳୟ ମଧ୍ୟରୁ ୩୦୦କିଲୋ ଓଜନର ତୋପ ଚୋରି ହେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପଞ୍ଜାବରେ ଚୋରମାନେ ପୁଲିସର ନାକ ତଳେ ଏଭଳି କାମ କରି ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ଘଟଣା ପଞ୍ଜାବ ପୁଲିସ ଅଫିସର୍ସ ମେସରେ ଘଟିଛି। ଏହି ଘଟଣା କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇନାହିଁ, ବରଂ ଚୋରମାନଙ୍କ ସାହସ ​​କେତେ ଅଧିକ ତାହା ଉପରେ ମଧ୍ୟ ଆଲୋଚନା ଚାଲିଛି।
ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଚଣ୍ଡିଗଡ଼ର ସେକ୍ଟର-୧ରେ ଥିବା ପଞ୍ଜାବ ଆର୍ମଡ ପୁଲିସ (ପିଏପି)ର ଅଫିସର୍ସ ମେସ ପଞ୍ଜାବର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ମନେ କରାଯାଏ। ହେଲେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥାଇ ମଧ୍ୟ ରାତି ଅଧରେ ଚୋରମାନେ ୩୦୦ କିଲୋଗ୍ରାମର ତୋପ ଚୋରାଇନେବା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି। ଚୋରଙ୍କ ଏଭଳି କାମ ଦେଖି ମୁଣ୍ଡରେ ହାତ ଦେଇଛନ୍ତି ପୁଲିସକର୍ମୀ। ୩ଫୁଟ ଲମ୍ବ ଏବଂ ୩୦୦କିଲୋଗ୍ରାମ ବିଶିଷ୍ଟ ଏହି ତୋପ ଶୁଦ୍ଧ ପିତ୍ତଳରେ ନିର୍ମିତ ହୋଇଥିଲା। ମେ ୧୭ରେ, ପଞ୍ଜାବ ସଶସ୍ତ୍ର ପୁଲିସର ୮୨ତମ ବାଟାଲିୟନର କମାଣ୍ଡାଣ୍ଟ ବଲୱିନ୍ଦର ସିଂଙ୍କ ଅଭିଯୋଗ ପରେ ଏକ ଏଫଆଇଆର ପଞ୍ଜୀକୃତ ହୋଇ ଘଟଣାର ତଦନ୍ତ ଚାଲିଛି। ଘଟଣାଟି ମେ’ ୫ର ମଧ୍ୟରାତ୍ରିରେ ଘଟିଥିବା ବେଳେ କିଭଳି ଭାବେ ଚୋର ଏତେ ଓଜନ ବିଶିଷ୍ଟ ତୋପକୁ ଚୋରି କଲେ, ତା’ର ଉତ୍ତର ଖୋଜୁଛି ପୁଲିସ।

Share Now:

Kalinga News Beuro

Next Post

ଭୁବନେଶ୍ୱରରେ ଡ୍ରୋନ୍ ଯୋଗେ ପାଟ୍ରୋଲିଙ୍ଗ କରାଯିବ : ଭୁବନେଶ୍ୱର ଡିସିପି

Sat May 20 , 2023
ଭୁବନେଶ୍ୱର: ଡ୍ରୋନ ପାଟ୍ରୋଲିଙ୍ଗ ପାଇଁ ପ୍ରସ୍ତୁତ କମିଶନରେଟ ପୁଲିସ। ଏନେଇ ସୂଚନା ଦେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ହାଇ ଡେଫିନେସନ କ୍ଲାରିଟି ଥିବାରୁ, ଏରିଏଲ ଭ୍ୟୁ ପାଇଁ ଏହାକୁ ବ୍ୟବହାର କରିବୁ। ଏହା ଭିଆଇପି ପ୍ରୋଗ୍ରାମ, ଆସେମବ୍ଲି ଓ ଲ ଆଣ୍ଡ ଅର୍ଡର, ହକି, ଫୁଟବଲ ଇଭେଣ୍ଟ ପାଇଁ ସହାୟକ ହେବ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ। ଭିଡ଼ ନିୟନ୍ତ୍ରଣ ପାଇଁ ଏହାକୁ […]
ଭୁବନେଶ୍ବରରେ ଡ୍ରୋନ୍ ଯୋଗେ ପାଟ୍ରୋଲିଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial