ମୋଦୀ ସରକାରଙ୍କ ଏହା ଏକ ଜୁମଲା ପ୍ୟାକେଜ୍ : କଂଗ୍ରେସ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ବର୍ଗଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ପ୍ୟାକେଜକୁ କଂଗ୍ରେସ ସମାଲୋଚନା କରିଛି। ଏହା ମୋଦୀ ସରକାରଙ୍କ ଏକ ଜୁମଲା (ଫମ୍ପା) ପ୍ୟାକେଜ ବୋଲି କହିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଦେଶର ଡିଜିପିର ୧୦ ପ୍ରତିଶତ ପ୍ୟାକେଜ ଆକାରରେ ପ୍ରଦାନ ପାଇଁ ଘୋଷଣା କଲେ ସେତେବେଳେ ଲାଗୁଥିଲା ଯେ ଏହାକୁ ନେଇ ସିରିୟସ ଅଛନ୍ତି। ଏହି ପ୍ୟାକେଜର ପ୍ରବାସୀ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ପାଇଁ କେତେକ ଭଲ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ନିରାଶ କରିଛି। ସେହିପରି କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯେଓ୍ୱାଲା କହିଛନ୍ତି ଯେ ନିର୍ମଳାଙ୍କ ଘୋଷଣା ଏକ ଜୁମଲା ପ୍ୟାକେଜ ଛଡ଼ା ଆଉ କିଛି ନୁହେଁ। ଅନ୍ୟପକ୍ଷରେ କଂଗ୍ରେସ ନେତା ଅହମଦ ପଟେଲ କହିଛନ୍ତି ଯେ ଏହା ଅନେକ ମିଠା ମିଠା ଭାଷଣ ଥିବା ଏକ ଫମ୍ପା ପ୍ୟାକେଜ। କଂଗ୍ରେସ ନେତା ମନିଷ ତିଓ୍ୱାରୀ କହିଛନ୍ତି ଯେ ରାସ୍ତାରେ ଚାଲୁଥିବା ପ୍ରବାସୀ ଶ୍ରମିକ ଯେପରି ସୁରକ୍ଷିତ ଘରକୁ ଫେରିପାରିବେ ସେ ସଂପର୍କରେ ସରକାର କିଛି କହିନାହାନ୍ତି।

Share Now:

Kalinga News Beuro

Leave a Reply

Next Post

ଆହୁରି ଦେଢ଼ ଲକ୍ଷ ଫେରିବେ, ଆଗ୍ନେୟଗିରି ମୁହଁରେ ଗଞ୍ଜାମ:ଆଜି ସକାଳୁ ପୁଣି ୫୨ ସଂକ୍ରମିତ

Thu May 14 , 2020
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳାରେ କରୋନା ମହାମାରୀ ରୂପ ନେବା ଭଳି ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଦ୍ରୁତଗତିରେ ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳୁ ସର୍ବାଧିକ ୫୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦିନ ଯେତେକି ଗଡ଼ୁଛି ବିପଦ ସେତିକି ଘନଉଛି। ପ୍ରବାସୀ ଓଡ଼ିଆଙ୍କ ଆଗମନ ସାଙ୍ଗକୁ କରୋନା ପଜିଟିଭ୍‌ ସଂଖ୍ୟା ବଢି ଚାଲିଛି। ମାତ୍ର ୧୨ ଦିନରେ କରୋନା ପଜିଟିଭ୍‌ ୨୦୦ ପାର୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial