ଭୁବନେଶ୍ବର : ଚଳିତ ମାସ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲଟ ବକ୍ସ ଓ ଅନ୍ୟ ନିର୍ବାଚନ ସାମଗ୍ରୀ ଭୁବନେଶ୍ବରରେ ପହଞ୍ଚିଛି। ଭୁବନେଶ୍ବର ବିମାନବନ୍ଦରରେ ଏସବୁ ସାମଗ୍ରୀ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଧାନସଭାକୁ ନିଆଯାଇଛି। ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶା ବିଧାନସୌଧର ପ୍ରଥମ ମହଲାରେ ଥିବା ରୁମ ନଂ୫୪ରେ ଭୋଟ ଗ୍ରହଣ ହେବ। ଓଡ଼ିଶା ବିଧାନସଭାର ନିର୍ବାଚିତ ସଦସ୍ୟମାନେ ୧୮ ତାରିଖ ଦିନ ୧୦ଟାରୁ ସଂଧ୍ୟା ୫ଟା ମଧ୍ୟରେ ଆସି ଭୋଟ ଦେଇପାରିବେ। ଯଦି କୌଣସି ସାଂସଦ ଓ ଅନ୍ୟ ରାଜ୍ୟର ବିଧାୟକ ଏଠାରେ ଭୋଟ ଦେବାକୁ ଚାହୁଁଛନ୍ତି, ସେମାନଙ୍କୁ ଏଥିପାଇଁ ଭାରତର ନିର୍ବାଚନ କମିଶନଙ୍କ ଅନୁମତି ନେବାକୁ ହେବ। ଭୋଟ ଦେବା ପୂର୍ବରୁ ସେମାନଙ୍କୁ ନିର୍ବାଚନ ଆୟୋଗଙ୍କ ଅନୁପତି ପତ୍ର ପ୍ରିଜାଇଡିଂ ଅଫିସରଙ୍କୁ ଦେଖାଇବାକୁ ହେବ। ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ୟୁପିଏ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି।
ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ବାଲଟ ବକ୍ସ ଓ ନିର୍ବାଚନ ସାମଗ୍ରୀ

Share Now: