ସଂସାର ଉଜାଡିଦେଲେ ନାଗ-ନାଗୁଣୀ

ଚୋଟ ମାରିଲେ ନାଗ-ନାଗୁଣୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲା ଧଧୁଆ ଗାଜନ ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ନାଗ-ନାଗୁଣୀ ଯୋଡ଼ି ଗୋଟିଏ ପରିବାରର ତିନିଜଣଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ନାଗ-ନାଗୁଣୀଙ୍କ ଚୋଟ‌ରେ ଦୁଇଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ବାପା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ଧଧୁଆ ଗାଜନ ଗାଁରେ ବବଲୁ ଯାଦବ କାମ ପାଇଁ ଅନ୍ୟ ସହରରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଓ ୯ ବର୍ଷୀୟ ଓ ୭ ବର୍ଷୀୟ ପୁଅ ଗାଁରେ ବସବାସ କରନ୍ତି। ଗତ ୧୭ ତାରିଖ ରାତିରେ ବବଲୁଙ୍କ ସ୍ତ୍ରୀ ଓ ଦୁଇପୁଅ ଖାଇ ସାରି ଶୋଇବାକୁ ଯାଇଥିଲେ। ହଠାତ ରାତିରେ ମା’ ଦୁଇ ପୁଅଙ୍କ ଚିତ୍କାର ଶୁଣିଥିଲେ।
ସେ ନିଦରୁ ଉଠି ପଡ଼ି କ’ଣ ହେଲା ବୋଲି ଘରର ଲାଇଟ ଅନ କରି ଦେଇଥିଲେ। ଏତିକି ବେଳେ ଏକ ନାଗ-ନାଗୁଣୀ ଯୋଡ଼ି ଘର ଅଗଣା ଦେଇ ଚାଲି ଯାଉଥିବା ସେ ଦେଖିବାକୁ ପାଇଥିଲେ। ଏହାପରେ ମା’ ଦୁଇପୁଅଙ୍କ ଶରୀରରେ ସର୍ପ ଦଂଶନର ଚିହ୍ନଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଗ୍ରାମବାସୀଙ୍କ ସାହାଯ୍ୟରେ ଦୁଇପୁଅଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ହେଁ ଡାକ୍ତର ଦୁହିଁଙ୍କୁ ମୃତ‌ ଘୋଷଣା କରିଥି‌ଲେ। ତେବେ ଦୁଇପୁଅଙ୍କ ମୃତ୍ୟୁ ଖବର ପାଇ ସହରରେ ରହୁଥିବା ବାପା ବବଲୁ ଘ‌ରେ ଆସି ପହଞ୍ଚିଥିଲେ। ଦୁଇପୁଅଙ୍କୁ ହରାଇ ବାପା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ବେଳେ ଗତ୨୦ ତାରିଖରେ ବବଲୁ ବାହାରକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ସେ କିଛି ବୁଝିବା ପୂର୍ବରୁ ହଠାତ କେଉଁଆଡୁ ଏକ ନାଗ-ନାଗୁଣୀ ଯୋଡ଼ି ଆସି ତାଙ୍କୁ ଚୋଟ ପକାଇଥିଲେ। ଏହି ଚୋଟରେ ବବଲୁ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଛି।

Share Now:

Kalinga News Beuro

Next Post

ଟ୍ୱିନସିଟିରେ ଆମାନିଆଙ୍କ ଠାରୁ ୧୮୬କୋଟିରୁ ଉର୍ଦ୍ଧ୍ୱ ଜରିମାନା ଆଦାୟ

Mon Sep 25 , 2023
ଭୁବନେଶ୍ୱର: କମିସନରେଟ୍‌ ପୁଲିସ (କଟକ ଓ ଭୁବନେଶ୍ୱର) ଅଧିନରେ ଗାଡ଼ି ଚଳାଉଥିଲେ ସତର୍କ ହୋଇଯାଆନ୍ତୁ। ମଦ ପିଇ ମୋବାଇଲ ଧରି, ବିନା ସିଟବେଲ୍ଟ, ରଙ୍ଗ ରୁଟରେ ଗାଡ଼ି ଚଳାଇବା ଅଭିଯୋଗରେ ଅମାନିଆ ଚାଳକଙ୍କ ଠାରୁ କୋଟି କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି। ତିନି ବର୍ଷରେ ଟ୍ୱିନ ସିଟିରେ ସର୍ବମୋଟ ନିୟମ ଉଲ୍ଲଙ୍ଘନ କରିଛନ୍ତି ୧କୋଟି ୮୫ ଲକ୍ଷ ୨୩୯୪ ଜଣ ଉଲଙ୍ଘନକାରୀ। ସେମାନଙ୍କ ଠାରୁ ୧୮୬କୋଟିରୁ ଉର୍ଦ୍ଧ୍ୱ ଜରିମାନା […]
ଟ୍ବିନ ସିଟିରେ ୧୮୬କୋଟିରୁ ଊର୍ଦ୍ଧ୍ବ ଜରିମାନା ଆଦାୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial