ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଶ୍ରମିକଙ୍କ ଝିଅର ସଫଳତା : ୬୦୦ରୁ ୬୦୦ ନମ୍ବର ରଖିଲେ

ଶ୍ରମିକଙ୍କ ଝିଅର ସଫଳତା

ନୂଆଦିଲ୍ଲୀ : ସୋମବାର ଦିନ ତାମିଲନାଡୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏସ୍‌ ନନ୍ଦିନୀ ନାମକ ଜଣେ ଛାତ୍ରୀ ପୂରା ୬୦୦ରୁ ୬୦୦ ନମ୍ବର ରଖିଛନ୍ତି। ଏସ୍‌ ନନ୍ଦିନୀ ହେଉଛନ୍ତି ତାମିଲନାଡ଼ୁ ଡିଣ୍ଡିଗୁଲ୍‌ରେ ଜଣେ ଶ୍ରମିକଙ୍କ ଝିଅ। ନନ୍ଦିନୀ ଆନ୍ନାମଲ୍ଲାଇଆର ଗାର୍ଲ ହାୟର ସେକେଣ୍ଡାରି ସ୍କୁଲ୍‌ରେ ଅଧ୍ୟୟନ କରୁଥିଲେ। ସେ ୬ଟି ପେପର୍‌ ତାମିଲ, ଇଂଲିଶ, ଇକୋନୋମିକ୍ସ, କମର୍ସ, ଆକାଉଣ୍ଟାନ୍ସି ଏବଂ କମ୍ପୁଟର ଆପ୍ଲିକେସନ୍‌ରେ ୧୦୦ ନମ୍ବର ରଖିଛନ୍ତି। ଉକ୍ତ ଛାତ୍ରୀଙ୍କ ବାପା ମା’ଙ୍କ ନାଁ ହେଉଛି ବାନୁପ୍ରୀୟା ଏବଂ ଶ୍ରବଣକୁମାର। ପରୀକ୍ଷା ଫଳ ଆସିବାପରେ ନନ୍ଦିନୀ ନିଜ ପରିବାର ସଦସ୍ୟ ଏବଂ ଶିକ୍ଷକ ସମସ୍ତଙ୍କୁ ମିଠା ବାଣ୍ଟିଛନ୍ତି। ନନ୍ଦିନୀ କହିଛନ୍ତି, ମୋ ବାପା ଜଣେ ଦିନ ମଜୁରିଆ। କିନ୍ତୁ ସେ କେବେ ମୋ ପାଠପଢ଼ାରେ ବାଧା ଦେଇନାହାନ୍ତି। ମୋ ବାପାଙ୍କ କଠିନ ପରିଶ୍ରମ ହିଁ ମତେ ଆଜି ଏହି ଜାଗାରେ ପହଞ୍ଚାଇଛି। ନନ୍ଦିନୀ କହିଛନ୍ତି, ମୋ ବାପା ମତେ ସବୁବେଳେ କହନ୍ତି ଯେ ଶିକ୍ଷା ହିଁ ସମ୍ପଦ ଏବଂ ନିଜ ସ୍ବପ୍ନ ପୂରଣ ପାଇଁ ତାଙ୍କ ବାପା ତାଙ୍କ ସହ ସବୁବେଳେ ରହି ଆସିଛନ୍ତି।

Share Now:

Kalinga News Beuro

Next Post

ବସ୍ତା ଡାକ୍ତରଖାନା ସମୁଖରୁ ଜବରଦଖଲ ଉଚ୍ଛେଦ

Tue May 9 , 2023
ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଡାକ୍ତରଖାନା ସମୁଖରୁ ଆଜି ଜବରଦଖଲ ଉଚ୍ଛେଦ ହୋଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ବେଆଇନ ନିର୍ମାଣ ହୋଇ ରାସ୍ତା ଅବରୋଧ ହୋଇଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏଥି ସହିତ ବିଭିନ୍ନ ସମୟରେ ଜରୁରୀକାଳୀନ ରୋଗୀଙ୍କ ଆମ୍ବୁଲାନ୍ସ ରାସ୍ତାରେ ଅଟକି ରହିଥିବା ବେଳେ ରୋଗୀଙ୍କୁ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେବାକୁ ପଡ଼ୁଥିଲା। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ବସ୍ତା […]
ବସ୍ତା ଡାକ୍ତରଖାନା ସମ୍ମୁଖରୁ ଜବରଦଖଲ ଉଚ୍ଛେଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial