ଦିଲ୍ଲୀରେ ମୋଦୀଙ୍କୁ ଭେଟିଲେ ନବୀନ

ଦିଲ୍ଲୀରେ ମୋଦୀଙ୍କୁ ଭେଟିଲେ ନବୀନ

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦୀଙ୍କୁ ନବୀନ ଭେଟିଛନ୍ତି। ତେବେ ମୋଦୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଯେ କୋଭିଡ ମହାମାରୀ ପରେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବାବେଳେ ମୋଦୀଙ୍କୁ ସହାୟତା ପାଇଁ ମାଗିଛି। ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ସେହିପରି ଆଉ କିଛି ସମୟ ପରେ ନବୀନ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି। ସୂଚନା ଥାଉ କି ମୋଦୀଙ୍କୁ ନବୀନ ଭେଟିବା ନେଇ ଜଣାପଡିବା ପରେ ରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ନବୀନ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏବାବଦରେ କୌଣସି ଆଲୋଚନା ହୋଇନାହିଁ।

Share Now:

Kalinga News Beuro

Next Post

ନିଶା ଦେଇ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ

Mon May 30 , 2022
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜଣେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ ଛତିଶଗଡ଼ କବିରନଗର ଥାନାରେ ମହିଳା ଅଭିଯୋଗ କରିଥିବା ଜଣାଯାଇଛି। ମହିଳାଙ୍କ ଅଭିଯୋଗ ପରେ ଖଣ୍ଡଗିରି ପୁଲିସକୁ ଯୋଗାଯୋଗ କରିଛି ଛତିଶଗଡ଼ ପୁଲିସ। ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ ରାୟପୁର ଜିଲ୍ଲା କବିର ନଗର ଥାନା ଅଧୀନ ଫେଜ-୨ ଅଞ୍ଚଳର ସଂପୃକ୍ତ ୨୪ ବର୍ଷୀୟା ଯୁବତୀ ଗତ ବର୍ଷ ମାର୍ଚ୍ଚ ମାସରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ […]
ନିଶା ଦେଇ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial