ପ୍ରସିଦ୍ଧ ମସଲା କମ୍ପାନି ଏମ୍‌ଡିଏଚ୍‌ର ମାଲିକ ଧରମପାଲ ଗୁଲାଟିଙ୍କ ପରଲୋକ

ଧରମପାଲ ଗୁଲାଟିଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ମସଲା କମ୍ପାନି ଏମ୍‌ଡିଏଚ୍‌ର ମାଲିକ ଧରମପାଲ ଗୁଲାଟିଙ୍କର ୯୮ ବର୍ଷ ବୟସରେ ପରଲୋକ ଘଟିଛି। ମସଲା ଦୁନିଆର ରାଜା କୁହାଯାଉଥିବା ଧରମପାଲ ଗୁଲାଟି ଦିଲ୍ଲୀର ମାତା ଚାନାନ ଦେବୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ବେଶ୍‌ କିଛିଦିନ ହେବ ଚିକିତ୍ସିତ ହେଉଥିଲେ। ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି। ଧରମପାଲ ଗୁଲାଟିଙ୍କୁ ଲୋକେ ‘ଦାଦାଜୀ’ ଓ ‘ମହାଶାୟଜୀ’ ନାମରେ ମଧ୍ୟ ଜାଣନ୍ତି। ସେ ୧୯୨୩ ମସିହାରେ ପାକିସ୍ତାନର ସିଆଲକୋଟରେ ଜନ୍ମଗ୍ରହଣ କରିଥିଲେ। ବଡ଼ ହେବା ପରେ ଧରାମପାଲ ଗୁଲାଟି ସିଆଲକୋଟରେ ତାଙ୍କ ପିତାଙ୍କ ମସଲା ବ୍ୟବସାୟରେ ଯୋଗ ଦେଇଥିଲେ। ମାତ୍ର ଦେଶ ବିଭାଜନ ପରେ ସେ ଦିଲ୍ଲୀର କରୋଲ ବାଗରେ ଆସି ତାଙ୍କ ବ୍ୟବସାୟ ଚଳାଇଥିଲେ। କରୋଲ ବାଗରେ ଥିବା ତାଙ୍କ ଦୋକାନରୁ ‘ମହାଶୟ’ ଧର୍ମପାଲ ଗୁଲାଟି ଭାରତର ଅନ୍ୟତମ ମସଲା ଉତ୍ପାଦନକାରୀ ଏମ୍‌ଡିଏଚ୍‌ର ନିର୍ମାଣ କରିଥିଲେ। ଘରେ ଘରେ ପରିଚିତ ପାଲଟିଥିବା ଏହି କମ୍ପାନିର ମାଲିକ ଧରମପାଲ ଗୁଲାଟି ତାଙ୍କର ସଫଳତା ପାଇଁ ୨୦୧୯ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶୋକ ପ୍ରକାଶ କରିଛନ୍ତି। ମନୀଷ ସିସୋଦିଆ ତାଙ୍କ ଟ୍ବିଟ୍‌ର ଆକାଉଣ୍ଟ୍‌ରେ ଧରମପାଲଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଭାରତର ସବୁଠାରୁ ପ୍ରେରଣାଦାୟକ ଉଦ୍ୟୋଗୀ, ଏମ୍‌ଡିଏଚ୍‌ର ମାଲିକ ଧରମପାଲ ମହାଶୟଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ମୁଁ ଏପରି ପ୍ରେରଣାଦାୟକ ଏବଂ ଜୀବନ୍ତ ପ୍ରାଣକୁ କେବେବି ଭେଟି ନାହିଁ। ତାଙ୍କର ଆତ୍ମା ​​ଶାନ୍ତିରେ ରହୁୁ। ” ମନୀଷ ସିସୋଦିଆଙ୍କ ପୋଷ୍ଟକୁ ସେୟାର କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ‘ଧରମପାଲ ଗୁଲାଟି ଜଣେ ପ୍ରେରଣାଦାୟକ ବ୍ୟକ୍ତିତ୍ୱ, ଯିଏ ସମାଜ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।’

Share Now:

Kalinga News Beuro

Next Post

କଟକ ବଡ ଡାକ୍ତରଖାନାରେ ସିଟି ସ୍କାନ୍‌, ଥାଇରଏଡ୍‌, ଥାଲାସେମିଆ ପରୀକ୍ଷା ମେସିନ୍‌ ଅଚଳ: ରୋଗୀ ହନ୍ତସନ୍ତ

Thu Dec 3 , 2020
କଟକ: କଟକ ବଡ ଡାକ୍ତରଖାନାରେ ମାସ ମାସ ହେଲା ଅଚଳ ହୋଇପଡ଼ିଛି ମେସିନ୍‌। ବାରମ୍ବାର ଚିଠି ଲେଖାଯାଉଛି। ହେଲେ କେହି ଶୁଣୁ ନାହାନ୍ତି। ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ସଂପର୍କୀୟ। ମାଗଣା ବ୍ୟବସ୍ଥାର ଲାଭ ପାଇବା ବଦଳରେ ରୋଗୀ ଘରୋଇ ପାଥୋଲାବ୍‌ ଭରସାରେ ରହିବାକୁ ବାଧ୍ୟ। ଏସ୍‌ସିବିରେ ୬ମାସ ହେବ ରକ୍ତକର୍କଟ ନିରୂପଣ, ମଲ୍‌ଟିପୁଲ ମାଇଲୋମା, ସିକିଲ‌ସେଲ, ଥାଲାସେମିଆ ରୋଗ ଚିହ୍ନଟ ପାଇଁ ଥିବା ମେସିନ୍‌, ମାସେ ହେଲା ହରମୋନାଲ […]
କଟକ ବଡ଼ ମେଡିକାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial