ଏଲେପି-ଧାନବାଦ ଏକ୍ସପ୍ରେସରୁ ବିସ୍ଫୋରକ ଜବତ:ଦେଶର ସମସ୍ତ ରେଳବାଇ ଜୋନ୍‌ରେ ଆଲର୍ଟ ଜାରି

ଭୁବନେଶ୍ୱର: ଝାରସୁଗୁଡ଼ାରେ ଏଲେପି-ଧାନବାଦ ଏକ୍ସପ୍ରେସ୍‌ରୁ ବିସ୍ଫୋରକ ଜବତ ପରେ ଦେଶର ସମସ୍ତ ରେଳବାଇ ଜୋନକୁ ଆଲର୍ଟ ଜାରି କରିଛି ରେଳ ବିଭାଗ। ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରେଳବାଇ ଜୋନ୍‌ର ଜେନେରାଲ ମ୍ୟାନେଜର ଓ ରେଲୱେ ପ୍ରିନ୍ସିପାଲ ଚିଫ୍ ସିକ୍ୟୁରିଟି କମିଶନରଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ରେଳଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା ସଂସ୍ଥାଗୁଡ଼ିକୁ ମଧ୍ୟ ଆଲର୍ଟ ଜାରି ହୋଇଛି। ପୋଲିସ ଓ ଗୁଇନ୍ଦା ସଂସ୍ଥା ସହ ଯୋଗାଯୋଗ ରଖି ଏଭଳି ଅଘଟଣ ଏଡ଼ାଇବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୨୭ ତାରିଖରେ ଏଲେପି-ଧାନବାଦ ଏକ୍ସପ୍ରେସର S-3 ବଗିରେ ଥିବା ଏକ ପ୍ଲାଷ୍ଟିକ ବ୍ୟାଗରୁ ହଠାତ୍‌ ଧୂଆଁ ବାହାରି ଥିଲା। ଏହାକୁ ଦେଖି ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ପରେ ଜିଆରପି ପହଞ୍ଚି ୬ଟି ବିସ୍ଫୋରକ ଜବତ କରିଥିଲା। ପରେ ଏହି ବିସ୍ଫୋରକଗୁଡ଼ିକ IED ବୋଲି ଜଣାପଡ଼ିଥିଲା। ଏ ନେଇ ଏକ ମାମଲା ଦାଏର ହୋଇଛି। ରେଳବାଇ ଓ ଆରପିଏଫ୍ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି। ଏହି ଆଇଇଡି କିଏ ଓ କାହିଁକି ଆଣିଥିଲେ ସେ ନେଇ ତଦନ୍ତ କରାଯାଉଛି।

Share Now:

Kalinga News Beuro

Leave a Reply

Next Post

ଚୀନକୁ ପ୍ରଶଂସାକଲେ ମୋଦି: କହିଲେ ବିଦେଶରେ ଦେଶୀ ଗୀତ ଶୁଣି ଭଲ ଲାଗିଲା

Sun Apr 29 , 2018
ବେଜିଙ୍ଗ : ଚୀନର ଉହାନ ସହରରେ ଗତ ଦୁଇ ଦିନ ରହି ସ୍ୱଦେଶ ପତ୍ୟାବର୍ତ୍ତନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ଅନଔପଚାରିକ ବୈଠକ ପାଇଁ ସେ ଚୀନ ଗସ୍ତ କରିଥିଲେ। ସେଠାରେ ପହଁଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଧନା ମିଳିଥିଲା। ଅତିଥି ସତ୍କାର କରିବାରେ କୌଣସି ପ୍ରକାରର ଆଭାବ ରଖିନଥିଲେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ଉହାନର ଇଷ୍ଟ ଲେକ୍‌ ନିକଟରେ ଚା’ର ଚର୍ଚ୍ଚାଠୁ ଆରମ୍ଭ କରି ବଲିଉଡ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial