କ୍ୟାରେଣ୍ଟାଇନ୍‌ରେ ରହିବେ ଗଜପତି ମହାରାଜ ଓ ବରିଷ୍ଠ ଆଇଏଏସ ଅଫିସର ଭିନୀଲକ୍ରିଷ୍ଣ

ବିଦେଶରୁ ଫେରି ଗଜପତି ମହାରାଜା ଓ ବରିଷ୍ଠ ଆଇଏଏସ ଅଫିସର ଭିନୀଲକ୍ରିଷ୍ଣ ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲ୍‌ରେ ନିଜର ପଞ୍ଜୀକରଣ କଲେ

ଭୁବନେଶ୍ୱର: ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ଲାଗି ଉଦ୍ଦିଷ୍ଟ ୱେବସାଇଟ୍‌ରେ ନିଜକୁ ଓ ପରିବାରକୁ ପଞ୍ଜୀକୃତ କରିଛନ୍ତି। ସେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ଲାଗି ଆମେରିକା ଗସ୍ତ କରି ମାର୍ଚ୍ଚ ୧୫ ତାରିଖ ଦିନ ଭୁବନେଶ୍ୱର ଫେରିଛନ୍ତି । ଗତକାଲି ସରକାର ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରିବା ପରେ ଆଜି ଗଜପତି ମହାରାଜା ସ୍ୱେଚ୍ଛାକୃତ ଭାବେ ନିଜର ଓ ପରିବାର ସଦସ୍ୟଙ୍କର ପଞ୍ଜୀକରଣ କରିଛନ୍ତି।
ମଙ୍ଗଳବାର ପୁରୀ ଶ୍ରୀନହର ପକ୍ଷରୁ ଗଜପତି ମହାରାଜାଙ୍କ ବ୍ୟକ୍ତିଗତ ସଚିବ ଏକ ବିଜ୍ଞପ୍ତି ଜାରି କରି ଏହା ପ୍ରକାଶ କରିଛନ୍ତି। ଗଜପତି ମହାରାଜା ପରିବାର ସହ ତାଙ୍କର ଭୁବନେଶ୍ୱର ବାଭବନରେ ଆସନ୍ତା ୧୪ଦିନ ଲାଗି କ୍ୟାରେଣ୍ଟାଇନ୍‌ରେ ରହିବେ ବୋଲି ସୂଚନା ଦିଆଯାଇଛି। ଏଥିସହ ଗଜପତି ମହାରାଜା ଓ ବରିଷ୍ଠ ଆଇଏଏସ ଅଫିସର ଭିନୀଲକ୍ରିଷ୍ଣ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ, ଯେଉଁମାନେ ବିଦେଶ ଗସ୍ତ କରି ଓଡ଼ିଶା ଫେରିଛନ୍ତି ବା ଫେରୁଛନ୍ତି ସେମାନେ ରାଜ୍ୟଜନତାଙ୍କ ସ୍ୱାର୍ଥ ଲାଗି ତୁରନ୍ତ ପଞ୍ଜୀକରଣ କରାନ୍ତୁ। ନିଜକୁ ୧୪ଦିନ ପୃଥକକରି ରଖନ୍ତୁ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପରାମର୍ଶକୁ ଅନୁସରଣ କରନ୍ତୁ।

Share Now:

Kalinga News Beuro

Leave a Reply

Next Post

କଠୋର ହେଲା କମିସନରେଟ୍‌ ପୁଲିସ: ସପିଂ ମଲ ବନ୍ଦ ନ କଲେ କାର୍ଯ୍ୟାନୁଷ୍ଠାନ, ଅତ୍ୟାବଶ୍ୟକ ସାମଗ୍ରୀ ବିକିବାକୁ ବାଧ୍ୟ

Tue Mar 17 , 2020
ଯେକୌଣସି ସମୟରେ ଚଢ଼ଉ କରିବ ପୁଲିସ ଭୁବନେଶ୍ୱର: ରାଜଧାନୀରେ ଜଣେ ବିଦେଶ ଫେରନ୍ତା ଯୁବକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଆତଙ୍କ ସୃଷ୍ଟି ହୋଇଛି। କିଭଳି ଏହି ମହାମାରୀ ଉପରେ କାବୁ ପାଇ ହେବ, ସେ ନେଇ ସରକାରୀସ୍ତରରେ ମାନସମନ୍ଥନ ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି କମିସନରେଟ୍‌ ପୁଲିସ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଲୋକଙ୍କ ମଧ୍ୟରେ ସର୍ବନିମ୍ନ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି। ଆଜି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial