ପେଟ ପାଇଁ କାଲି ବିକୁଥିଲେ ଜୁସ୍‌ ଆଜି କୋଟିପତି

ପେଟ ପାଇଁ ବିକୁଥିଲେ ଜୁସ୍‌

ନୂଆଦିଲ୍ଲୀ: ନିକଟ ଅତୀତରେ ୨ ଜଣ ଅନ୍‌ଲାଇନ୍‌ ଜୁଆଡ଼ିକୁ ଧରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଅନ୍‌ଲାଇନ୍‌ ଜୁଆ ଆପ୍‌ ମହାଦେବ ବୁକ୍‌ ମନିଲଣ୍ଡ୍ରିଂ ମାମଲାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୋଲକାତା, ଭୋପାଳ, ମୁମ୍ବାଇରୁ ତଦନ୍ତ କରିବା ପରେ ୪୧୭ କୋଟି ଟଙ୍କା ଜବତ କରିଛି ଇଡି। ଇଡି ପକ୍ଷରୁ ମାମଲାର ତଦନ୍ତ କରାଯିବା ପରେ ଜଣାପଡ଼ିଛି ଯେ ଛତିଶଗଡ଼ର ଭିଲାଇର ବାସିନ୍ଦା ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲ ମହାଦେବ ଅନ୍‌ଲାଇନ୍‌ ବୁକ୍‌ର ମୁଖ୍ୟ ଓ ସେମାନେ ଦୁବାଇରୁ ସଂଚାଳନା କରନ୍ତି। ତେବେ ସୌରଭ ଚନ୍ଦ୍ରାକରଙ୍କ ଧନୀ ହେବା କାହାଣୀ ବେଶି ପୁରୁଣା ନୁହେଁ। କାରଣ ମାତ୍ର କିଛି ଦିନ ତଳେ ହିଁ ‌‌ସୌରଭ ଥିଲେ ଅତ୍ୟନ୍ତ ଗରିବ। ଛତିଶଗଡ଼ର ଭିଲାଇ ବାସିନ୍ଦା ସୌରଭ ୨୦୧୯ ମସିହାରେ ହିଁ ଦୁବାଇ ଯାଇଥିଲେ।
ଏହା ପୂର୍ବରୁ ତାଙ୍କ ବାପା ମହାନଗର ନିଗରମର ପମ୍ପ୍‌ ଅପରେଟର୍‌ ଥିଲେ ଏବଂ ସୌରଭ ଏକ ଜୁସ୍‌ ଦୋକାନ ଚଳାଉଥିଲେ। ଦୁବାଇ ଯିବା ପରେ ସେ ନିଜ ବନ୍ଧୁ ରବି ଉପ୍ପଲଙ୍କୁ ବି ସେଠାକୁ ‌ଡାକିନେଲେ। ତାପରେ ସେ ଦୁହେଁ ମିଶି ସେଠାରେ ମହାଦେବ ବୁକ୍‌ ଆପ୍‌ ଲଞ୍ଚ୍‌ କଲେ। ପୁଣି ଏହି ଆପ୍‌ ଧୀରେ ଧୀରେ ଅନ୍‌ଲାଇନ୍‌ ଜୁଆ ଦୁନିଆରେ ନିଜର ଏକ ବଡ଼ ପରିଚୟ ସୃଷ୍ଟି କରିବାରେ ସମର୍ଥ ହେଲା। ଆପଣ ଜାଣିଥିବେ ଯେ ମହାଦେବ ବୁକ୍‌ ଅନ୍‌ଲାଇନ୍‌ ବେଟିଂ ଆପ୍‌ ଅନ୍‌ଲାଇନ୍‌ ଜୁଆ ଦୁନିଆର ଏକ ବଡ଼ ନାମ ପାଲଟିଗଲା। ରିପୋର୍ଟ ଅନୁସାରେ, ଏହାକୁ ଭାରତରୁ ବନ୍ଦ କରି ଦିଆଯାଇଛି। ମାତ୍ର ଅନ୍ୟ ଦେଶରେ ଏହା ଏବେ ବି ଚାଲୁଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୌରଭ ଚନ୍ଦ୍ରାକର ନିଜ ବାହାଘରରେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ କିଛି ବର୍ଷ ପୂର୍ବେ ତାଙ୍କର ପାଖରେ ପେଟ୍‌ ପୋଷିବାକୁ ବି ଟଙ୍କା ନଥିଲା।

Share Now:

Kalinga News Beuro

Next Post

ଜାଗା ମିସନ୍‌ ହୋର୍ଡିଂ କେଳେଙ୍କାରୀ ପ୍ରସଙ୍ଗ: ଏସ୍‌ଡିଏ ମୁଣ୍ଡରେ ଅଠା ବୋଳି ଖସିବେ

Mon Sep 18 , 2023
ଭୁବନେଶ୍ୱର: ବିଏମ୍‌ସି ତଣ୍ଟିରେ ଲାଗିଥିବା ଜାଗା ମିସନ ହୋର୍ଡିଂରେ ୨ କୋଟି ଟଙ୍କାର କେ‌ଳେଙ୍କାରୀ କଣ୍ଟା ସଫା କରିବାକୁ ସୁଚିନ୍ତିତ ଯୋଜନା ହୋଇଛି। ଦୀର୍ଘ ଦୁଇ ବର୍ଷ ପରେ ସିଟି ଇଞ୍ଜିନିୟର ଅରୁଣ ନାୟକ ନିଜ ମୁଣ୍ଡରୁ ଏହି କେଳେଙ୍କାରୀ ହଟାଇବା ପାଇଁ ନୂଆ ବୁଦ୍ଧି ପାଞ୍ଚିଛନ୍ତି। ଏସ୍‌ଡିଏ (ବସ୍ତିବାସିନ୍ଦା ସଂଘ)ମାନଙ୍କ ଉପରେ ଚାପ ପକାଇ ସେମାନଙ୍କ ଠାରୁ ସ୍ୱତନ୍ତ୍ର ଫର୍ମରେ ସ୍ୱିକାରୋକ୍ତି ଗ୍ରହଣ ନେଉଛନ୍ତି। ଫର୍ମରେ ଲେଖା ହୋଇଛି […]
ଜାଗା ମିସନ୍‌ ହୋର୍ଡିଂ କେଳେଙ୍କାରୀ ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial