ପୁଞ୍ଚ ଆକ୍ରମଣକାରୀଙ୍କୁ ଆଶ୍ରୟ ଦେଇଥିଲା ଜମ୍ମୁର ସ୍ଥାନୀୟ ଗୁଜ୍ଜର

ପୁଞ୍ଚ ଆକ୍ରମଣକାରୀଙ୍କୁ ଆଶ୍ରୟ

ନୂଆଦିଲ୍ଲୀ : ଗତ ସପ୍ତାହରେ ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ସେନାର ଏକ ଟ୍ରକ ଉପରେ ହୋଇଥିବା ଆକ୍ରମଣ ପଛରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ହାତ ଥିବା ଜଣାପଡ଼ିଛି। ଏହି ଆକ୍ରମଣର ଯୋଜନା ପାକିସ୍ତାନରେ ହୋଇଥିଲା। ୩ ଜଣ ଆକ୍ରମଣକାରୀ ଏହାକୁ କାର୍ଯ୍ୟକାରୀ କରିଥିଲେ ଓ ପୁଞ୍ଚ-ରାଜୌରୀ ଅଞ୍ଚଳର ଜଣେ ସ୍ଥାନୀୟ ଗୁଜ୍ଜର ସେମାନଙ୍କୁ ତିନିମାସ ଧରି ଆଶ୍ରୟ ଦେଇଥିଲା। ସେ ମଧ୍ୟ ଆତଙ୍କବାଦୀଙ୍କୁ ସ୍ଥାନୀୟ ଲଜିଷ୍ଟିକ୍ସ ସହାୟତା ଦେଇଥିଲା। ଗୁଇନ୍ଦା ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ସ୍ଥାନୀୟ ଗୁଜ୍ଜର ୩ ମାସ ଧରି ଆତଙ୍କବାଦୀମାନଙ୍କଙ୍କୁ ନିଜ ଘରେ ରଖିଥିଲେ ଓ ସେମାନେ ନିର୍ଦ୍ଦେଶର ଅପେକ୍ଷାରେ ଥିଲେ। ଏହି ସମୟରେ ଆକ୍ରମଣକାରୀମାନେ ଭଏସ୍ ନୋଟ୍ ମାଧ୍ୟମରେ ସ୍ଥାନୀୟ ହେଣ୍ଡଲରଙ୍କ ଠାରୁ ନିର୍ଦ୍ଦେଶ ପାଇଥିଲେ। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣ ପାଇଁ ପାକିସ୍ତାନରୁ ଯୋଜନା କରାଯାଇଥିଲା ବୋଲି ନିଶ୍ଚିତ ହୋଇଛି।
ଜମ୍ମୁ-କଶ୍ମୀରର ଜମ୍ମୁ ଡିଭିଜନର ପୁଞ୍ଚ ଜିଲ୍ଲାର ଭାଟା ଦୁରିଆନ୍ ଠାରେ ଏକ ନିର୍ଜନ ରାସ୍ତାରେ ସେନା ଟ୍ରକ୍ ଉପରେ ହୋଇଥିବା ଆକ୍ରମଣ ପାଇଁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଏକ ସଂଗଠନ ନିଷିଦ୍ଧ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏଫ୍ଏଫ୍) ନିଜକୁ ଦାୟୀ କରିଥିଲା। ଏହି ଆତଙ୍କବାଦୀ ସଂଗଠନ ସୋସିଆଲ ମିଡିଆରେ କିଛି ଫଟୋ ଜାରି କରି ଦାବି କରିଥିଲା ଯେ ସେମାନେ ଆକ୍ରମଣ କରିଛନ୍ତି। ଅପରେସନର ଭିଡିଓର କିଛି ଅଂଶ ଖୁବଶୀଘ୍ର ରିଲିଜ କରାଯିବ ବୋଲି ଆକ୍ରମଣକାରୀମାନେ କହିଛନ୍ତି। ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥରେ ହୋଇଥିବା ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ।

Share Now:

Kalinga News Beuro

Next Post

ୟୁପି ବୋର୍ଡର ଅବହେଳା : ଭୁଲ ମାର୍କ ମିଶାଇ ୯୪% ରଖିଥିବା ଛାତ୍ରୀଙ୍କୁ ଫେଲ୍ କରିଦେଲେ

Wed Apr 26 , 2023
ଲକ୍ଷ୍ନୌ: ମଙ୍ଗଳବାର ୟୁପିରେ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା। ଏବେ ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ବଡ଼ ଅବହେଳା ସାମ୍ନାକୁ ଆସିଛି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୪ପ୍ରତିଶତ ମାର୍କ ପାଇଥିବା ଜଣେ ଛାତ୍ରୀଙ୍କୁ ଫେଲ୍ କରାଯାଇଛି। ପ୍ରାକ୍ଟିକାଲରେ, ଛାତ୍ରୀଙ୍କୁ ୩୦ ପରିବର୍ତ୍ତେ ୩ ମାର୍କ ଦିଆଯାଇଥିବାରୁ ସେ ଫେଲ୍ ହୋଇଛନ୍ତି। ଏହି କାରଣରୁ ଛାତ୍ରୀ ମାନସିକ ସ୍ତରରେ ଭାଙ୍ଗିପଡ଼ିବା […]
୯୪% ରଖିଥିବା ଛାତ୍ରୀଙ୍କୁ ଫେଲ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial