ରାଜଧାନୀ ଏକ୍ସପ୍ରେସ ତୁଳନାରେ ବନ୍ଦେ ଭାରତ ସ୍ଲିପରରେ ଥିବା ପାର୍ଥକ୍ୟ

ରାଜଧାନୀ ଏକ୍ସପ୍ରେସ ତୁଳନାରେ ବନ୍ଦେ ଭାରତ

ନୂଆଦିଲ୍ଲୀ: ଦିନକୁ ଦିନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଦେଶରେ ବହୁତ ଲୋକପ୍ରିୟ ହେଉଛି। ଆସନ୍ତା ଚାରି ବର୍ଷ ମଧ୍ୟରେ ରେଳବାଇ ସମଗ୍ର ଦେଶରେ ୪୦୦ଟି ବନ୍ଦେ ଭାରତ ଟ୍ରେନ୍ ଚଳାଇବାକୁ ଚାହୁଁଛି। ଏଥିମଧ୍ୟରେ ବନ୍ଦେ ଭାରତ ଚେୟାର ଟ୍ରେନ୍, ବନ୍ଦେ ଭାରତ ସ୍ଲିପର ଓ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ ରହିଛି। ଲମ୍ବା ମାର୍ଗରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଚଳାଚଳ କରିବ। ରେଳ ବିକାଶ ନିଗମ ଲିମିଟେଡ୍ ଋଷର କମ୍ପାନୀ ଟିଏମ୍ଏଚ୍ ସହିତ ମିଶି ୧୨୦ଟି ସ୍ଲିପର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ନିର୍ମାଣ କରିବ। ତେବେ ବର୍ତ୍ତମାନ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ ଓ ଶତାବ୍ଦୀ ଏକ୍ସପ୍ରେସ ତୁଳନାରେ ବନ୍ଦେ ଭାରତ ସ୍ଲିପର ଟ୍ରେନ କେତେ ଅଲଗା ଓ ଉନ୍ନତ ହେବ ସେବାବଦରେ ଆଜି ଆମେ ଆପଣଙ୍କୁ କହିବୁ। ବାସ୍ତବରେ ଯାତ୍ରୀମାନେ ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଯେଉଁ ସୁବିଧା ପାଇବେ ତାହା ରାଜଧାନୀ ଏବଂ ଶତାବ୍ଦୀରେ ରହିବ ନାହିଁ। ଏହି ଟ୍ରେନ୍ ସଂପୂର୍ଣ୍ଣ ଶକ୍ ପୃଫ ହେବ। ଅର୍ଥାତ ଶୋଇଥିବା ବେଳେ ଯାତ୍ରୀଙ୍କୁ ଝଟକା ଲାଗିବ ନାହିଁ କିମ୍ବା କୋଚରେ କମ୍ପନ ହେବ ନାହିଁ। ସ୍ଲିପର ବନ୍ଦେ ଭାରତ ଏକ୍ସପ୍ରେସରେ ରେଳ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆହୁରି ଅଧିକ ବ୍ୟବସ୍ଥା କରାଯିବ। ବନ୍ଦେ ଭାରତ ସ୍ଲିପରରେ ମୋଟ ୧୬ଟି କୋଚ୍ ରହିବେ। ୧୬ଟି କୋଚ ମଧ୍ୟରୁ ୧୧ଟି ଏସି -୩ କୋଚ୍, ୪ଟି ଏସି -୨ କୋଚ୍ ଏବଂ ୧ଟି ଏସି ପ୍ରଥମ ଶ୍ରେଣୀ କୋଚ ରହିବ। ବନ୍ଦେ ଭାରତ ସ୍ଲିପର ଏକ୍ସପ୍ରେସ ଟ୍ରେନ୍ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଚାଲିବ।
୦ ରୁ ୧୦୦ କିଲୋମିଟର ବେଗ ଧରିବାକୁ ଏହି ଟ୍ରେନକୁ ୬୦ ସେକେଣ୍ଡରୁ କମ୍ ସମୟ ଲାଗିବ। ବନ୍ଦେ ଭାରତ ଏକ୍ସପ୍ରେସର ସମସ୍ତ କୋଚ୍ ଶୀତତାପ ନିୟନ୍ତ୍ରିତ ହେବା ସହିତ ଏହାର କବାଟଗୁଡ଼ିକ ସ୍ୱୟଂଚାଳିତ ରହିବ। ଏହି ଟ୍ରେନରେ ଜିପିଏସ୍, ଫାୟାର ସେନସର ଏବଂ ୱାଇ-ଫାଇ ଲଗାଯାଇଛି। ଯାତ୍ରୀମାନଙ୍କୁ ଚାର୍ଜିଂ ପଏଣ୍ଟ ସୁବିଧା ସହ କୋଚରେ ଏକ ୩୨-ଇଞ୍ଚ ଟିଭି ଲଗାଯାଇଛି। ଅନବୋର୍ଡ ଇନଫୋଟେନ୍ମେଣ୍ଟ ସିଷ୍ଟମ୍ ସହ ଲଗେଜ୍ ରଖିବା ପାଇଁ ଏହି ଟ୍ରେନର ପ୍ରତ୍ୟେକ କୋଚ୍ ରେ ମଡ୍ୟୁଲାର୍ ରାକ ଯୋଗାଇ ଦିଆଯାଇଛି।

Share Now:

Kalinga News Beuro

Next Post

ଜଳବନ୍ଦୀ ରାଜଧାନୀ : ଉପାସରେ ୨୦୦ ପରିବାର

Wed Aug 2 , 2023
ଘର ଛାଡ଼ି ଗାଁକୁ ପଳାଇଲେ, ୫୦ କାର୍‌, ୧୦୦ ବାଇକ୍ ଅଚଳ ଖଣ୍ଡଗିରି: ଚାରିଆଡ଼େ ଅନ୍ଧାର। ‌ଅନ୍ଧାର ଆଉ ଛାତିଏ ପାଣି ଭିତରେ ଖଟ ଆଉ ତାଜା ଉପରକୁ ଟେକା ଚାଲିଥିଲା ଜିନିଷପତ୍ର। କାହାକୁ କେମିତି ଗୋଟେଇ କୋଉଠି ଥୋଇବେ କେହି କିଛି ଜାଣି ପାରୁ ନଥିଲେ। ଥିଲା ବି ସାପ ଓ ବିଛାଙ୍କ ଭୟ। ପୂରା ରାତି ବର୍ଷାରେ ତିନ୍ତି ମଇଳା ପାଇଖାନା ପାଣି ଭିତରେ ଛିଡ଼ା ହୋଇ […]
ଜଳବନ୍ଦୀ ରାଜଧାନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial