ମୁମ୍ବାଇର ଘାଟକୋପର ଅଞ୍ଚଳରେ ଅଗ୍ନିକାଣ୍ଡ : ଜଣେ ମୃତ, ୨୨ଗୁରୁତର

ମୁମ୍ବାଇର ଘାଟକୋପରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ଘାଟକୋପର ଅଞ୍ଚଳରେ ଥିବା ଏକ କୋଠାରେ ନିଆଁ ଲାଗିଛି। କୋଠାରେ ହଠାତ ନିଆଁ ଲାଗିବାରୁ ଲୋକେ ବାହାରକୁ ଆସିପାରିନଥିଲେ। ଏହି କାରଣରୁ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ଏହା ସହ ଧୂଆଁ ପାଇଁ ଅଣନିଶ୍ବାସୀ ହୋଇପଡ଼ିଥିବା ୨୨ଜଣଙ୍କୁ ଏ‌ବେ ପାରେଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। କୁହାଯାଉଛି ଯେ, ବିଶ୍ୱାସ ବିଲ୍ଡିଂରେ ଥିବା ଜୁନୋ ପିଜା ହୋଟେଲର ମିଟର ରୁମରୁ ନିଆଁ ଲାଗିଥିଲା। ପାରେଖ ହସ୍ପିଟାଲ ପାଖରେ ବିଶ୍ୱାସ ବିଲ୍ଡିଂ ଥିବାରୁ ପୀଡ଼ିତଙ୍କୁ ସେଠାକୁ ନିଆଯାଇଛି। ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ୨.୦୮ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହାକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ପୁଣେ ସହର ଉପକଣ୍ଠରେ ଥିବା ଏକ ଘରୋଇ କମ୍ପାନିରେ ମଧ୍ୟ ନିଆଁ ଲାଗିଥିବାର ଖବର ମିଳିଛି। ୱାଡୁ ଗାଁର ଭୀମା କୋରେଗାଓଁରେ ଅବସ୍ଥିତ ଏଆଇଏମ୍ କମ୍ପାନିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ, ପିଏମଆରଡିଏର ୪ଟି ଦମକଳ ଗାଡ଼ି ଏବଂ ପିଏମସି ଓ ଏମଆଇଡିସିର ଗୋଟିଏ ଲେଖାଏଁ ଗାଡି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଦୁର୍ଘଟଣାରେ ୩ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Share Now:

Kalinga News Beuro

Next Post

ପୁଣି ଏକ ବୀଭତ୍ସ କାଣ୍ଡ : ଖୁଡ଼ୀକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା ପୁତୁରା

Sat Dec 17 , 2022
ଜୟପୁର: ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକର ହତ୍ୟାକାଣ୍ଡ ପରି ଆଉ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ରାଜସ୍ଥାନର ଜୟପୁରରେ ସାମ୍ନାକୁ ଆସିଛି। ଏଠାରେ ଜଣେ ପାଗଳ ପୁତୁରା ନିଜ ବିଧବା ଖୁଡ଼ୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛି। କେବଳ ଏତିକି ନୁହେଁ, ହତ୍ୟା ପରେ ସେ ମୃତ ଶରୀରକୁ ମାର୍ବଲ କଟର ମେସିନ୍ ସାହାଯ୍ୟରେ କାଟି ଜଙ୍ଗଲରେ ଫିଙ୍ଗି ଦେଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ମୃତ ଶରୀରର କିଛି […]
ଖୁଡ଼ୀକୁ ହତ୍ୟା କରି ଫିଙ୍ଗିଦେଲା ପୁତୁରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial