ସ୍ୱାସ୍ଥ୍ୟ, ଶିକ୍ଷା ଖର୍ଚ୍ଚରେ ଭାରତ ପଛୁଆ :ରିଜର୍ଭ ବ୍ୟାଙ୍କର ରିପୋର୍ଟ

ନୂଆଦିଲ୍ଲୀ: ସାମାଜିକ କ୍ଷେତ୍ର ବିଶେଷ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ବାବଦରେ ଭାରତ ଆବଶ୍ୟକ ପରିମାଣର ପାଣ୍ଠି ଖର୍ଚ୍ଚ କରୁନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଏହାର ସଦ୍ୟତମ ରିପୋର୍ଟରେ ଏକଥା କହିଛି। ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରଗୁଡ଼ିକ ଭାରତଠାରୁ ଯଥେଷ୍ଟ ଅଧିକ ପାଣ୍ଠି ସାମାଜିକ କ୍ଷେତ୍ର ପାଇଁ ଖର୍ଚ୍ଚ କରୁଛନ୍ତି। ଆନ୍ତର୍ଜାତିକ ବଜାରରେ ତେଲ ଦରରେ ବୃଦ୍ଧି ହେବା ଓ ବିଭିନ୍ନ ପ୍ରକାର ନିଅଣ୍ଟ ଯୋଗୁଁ ସାମାଜିକ କ୍ଷେତ୍ରର ଖର୍ଚ୍ଚ ପରିମାଣ ବଢ଼ାଇବା ପାଇଁ ସରକାରଙ୍କ ପାଖରେ ବିଶେଷ ସୁଯୋଗ ମଧ୍ୟ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଏପ୍ରିଲ୍‌ ମାସ ପାଇଁ ଜାରି କରାଯାଇଥିବା ବୁଲେଟିନ୍‌ରେ ରିଜର୍ଭ ବ୍ୟାଙ୍କ ଜଣାଇଛି ଯେ ଭାରତର ସାମାଜିକ କ୍ଷେତ୍ର ଖର୍ଚ୍ଚ ଜିଡିପିର ୭.୫% ସ୍ତରରେ ରହିଛି। ୨୦୧୬ର ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

କୋରିଆ, ଲାଟ୍‌ଭିଆ, ଇସ୍ରାଏଲ୍‌, ଆୟର୍ଲ୍ୟାଣ୍ଡ୍‌, ଇଷ୍ଟୋନିଆ, ପୋଲାଣ୍ଡ୍‌, ହଙ୍ଗେରି, ସ୍ଲୋଭାନିଆ, ପର୍ତୁଗାଲ, ସ୍ପେନ୍‌, ଗ୍ରିସ୍‌, ଇଟାଲି ଓ ବେଲ୍‌ଜିୟମ ଭଳି ଦେଶ ସାମାଜିକ କ୍ଷେତ୍ରରେ ବିପୁଳ ପରିମାଣର ପାଣ୍ଠି ନିବେଶ କରୁଛନ୍ତି। ଏହି ସବୁ ଦେଶଗୁଡ଼ିକଠାରୁ ଭାରତ ଅନେକ ପଛରେ ରହିଛି। ବେଲ୍‌ଜିୟମ୍‌ ସାମାଜିକ କ୍ଷେତ୍ର ପାଇଁ କରୁଥିବା ଖର୍ଚ୍ଚର ପରିମାଣ ଜିଡିପିର ୨୯% ସହ ସମାନ। ଏଭଳି ଖର୍ଚ୍ଚ କରିବାରେ ବେଲ୍‌ଜିୟମ୍‌ ଶୀର୍ଷ ସ୍ଥାନରେ ରହିଛି। ଇଟାଲି ଜିଡିପିର ୨୮.୯% ଓ ଗ୍ରିସ୍‌ ୨୭% ଅର୍ଥ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଖର୍ଚ୍ଚ କରୁଛି। ଚଳିତ ବର୍ଷର ବଜେଟ୍‌ ଘୋଷଣା କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଗ୍ରାମାଞ୍ଚଳ ଓ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଭୋଟର୍‌ଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ଏଭଳି ଘୋଷଣା କରାଯାଇଥାଇପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ଏବେ ଦେଶର ବିତ୍ତୀୟ ଶୃଙ୍ଖଳା ବିଗିଡ଼ିଯାଇଛି। ସରକାର ବିତ୍ତୀୟ ନିଅଣ୍ଟକୁ ଜିଡିପିର ୩.୩% ମଧ୍ୟରେ ରଖିବାକୁ ଚାହୁଁଥିଲେ। ମାତ୍ର ଖର୍ଚ୍ଚ ପରିମାଣ ବଢ଼ିଯିବାରୁ ଏହା ୩.୫% ସ୍ତରରେ ପହଞ୍ଚିଯାଇଛି। ବିତ୍ତୀୟ ନିଅଣ୍ଟ ଉପରେ ଲଗାମ କଷିବାକୁ ହେଲେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ହାସଲ କରିବାକୁ ପଡ଼ିବ। ଏଭଳି ପରିସ୍ଥିତି ସରକାରଙ୍କୁ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ବଢ଼ାଇବା ବେଶ କଷ୍ଟକର ହେବ।

Share Now:

Kalinga News Beuro

Leave a Reply

Next Post

ଫାଇନାଲରେ ମେରିକମ୍‌

Thu Apr 12 , 2018
ଗୋଲଡ଼କୋଷ୍ଟ: ପାଞ୍ଚଥର ବିଶ୍ୱ ତଥା ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ ପ୍ରଥମ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ଜିତିବା ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛନ୍ତି। ମେରି ଶ୍ରୀଲଙ୍କାର ଦିଲରୁକ୍ସି କୋଦିଥୁଆକୁଙ୍କୁ ଏକତରଫା ଭାବେ ୫-୦ ପଏଣ୍ଟରେ ହରାଇ ୪୮ କିଲୋଗ୍ରାମ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ବର୍ଗରେ ଗୌରବ ସୋଲାଙ୍କି (୫୨ କିଲୋଗ୍ରାମ), ମନୀଷ କୌସିକ (୬୦ କିଲୋଗ୍ରାମ) ଓ ବିଶ୍ୱକପ୍‌ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial