ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସି : ପୂର୍ବତନ ସେନା ମୁଖ୍ୟ

ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସି

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ଏବେ ସାରା ଦେଶରେ ତାତି ରହିଛି। ମଣିପୁର ହିଂସା ପାଇଁ ସଂସଦର ମୌସୁମୀ ଅଧିବେଶନ ବି ସୁରୁଖୁରୁରେ ଚାଲିପାରୁନାହିଁ। ବିରୋଧୀମାନେ ହଟଗୋଳ କରି ଉଭୟ ଲୋକସଭା ଓ ରାଜ୍ୟସଭାକୁ ଠପ କରିଦେଇଥିବାବେଳେ ପୂର୍ବତନ ସେନା ମୁଖ୍ୟ ଜେନେରାଲ (ଅବସରପ୍ରାପ୍ତ) ଏମଏମ ନରଭାନେ ମଣିପୁର ହିଂସାରେ ବିଦେଶୀ ଏଜେନ୍ସିର ସମ୍ପୃକ୍ତି ନେଇ ସନ୍ଦେହ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ମଣିପୁର ହିଂସାରେ ବିଦେଶୀ ଏଜେନ୍ସିର ସମ୍ପୃକ୍ତିକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ସେ କହିଛନ୍ତି ଯେ ଦେଶର ସାମଗ୍ରିକ ଜାତୀୟ ସୁରକ୍ଷା ପାଇଁ ସୀମାନ୍ତ ରାଜ୍ୟଗୁଡ଼ିକରେ ଅସ୍ଥିରତା ଭଲ ନୁହେଁ। ମଣିପୁରରେ ବିଦ୍ରୋହୀ ସଂଗଠନମାନଙ୍କୁ ଚୀନ୍ ଦେଇଥିବା ସହାୟତା ବିଷୟରେ ସେ ଉଲ୍ଲେଖ କରିଛନ୍ତି।
ଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଜାତୀୟ ସୁରକ୍ଷା ଦୃଷ୍ଟିକୋଣ ଉପରେ ଆଲୋଚନା ବେଳେ ମଣିପୁର ହିଂସା ସମ୍ପର୍କରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବତନ ସେନା ମୁଖ୍ୟ କହିଥିଲେ ଯେ ମୁଁ ନିଶ୍ଚିତ ଯେ ଯେଉଁମାନେ କ୍ଷମତାରେ ଅଛନ୍ତି ଏବଂ ଯାହା ପଦକ୍ଷେପ ନିଆଯିବା ପାଇଁ ସେମାନେ ଦାୟୀ, ସେମାନେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ବିଦେଶୀ ଏଜେନ୍ସିର ସାହାଯ୍ୟକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ସେମାନେ ନିଶ୍ଚିତ ଭାବରେ ଏହି ହିଂସାରେ ଜଡିତ ଅଛନ୍ତି। ଚୀନ୍‌କୁ ଦୋଷ ଦେଇ ସେ କହିଛନ୍ତି ଯେ ଚୀନ୍ ଏହି ବିଦ୍ରୋହୀ ସଂଗଠନଗୁଡ଼ିକୁ ଦୀର୍ଘ ବର୍ଷ ଧରି ସାହାଯ୍ୟ କରିଆସୁଛି ଏବଂ ବର୍ତ୍ତମାନ ସୁଦ୍ଧା ଏହା ଜାରି ରଖିଛି। ମଣିପୁରରେ ହୋଇଥିବା ହିଂସା ଘଟଣାରେ ଡ୍ରଗ୍ସ କାରବାରକୁ ନେଇ ସେ କହିଛନ୍ତି ଯେ ଦୀର୍ଘ ଦିନ ଧରି ଡ୍ରଗ୍ସ କାରବାର ଚାଲିଆସୁଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଜବତ ଡ୍ରଗ୍ସ ପରିମାଣ ବୃଦ୍ଧି ପାଇଛି। ମିଆଁମାର ସର୍ବଦା ବିଶୃଙ୍ଖଳା ଏବଂ ସାମରିକ ଶାସନରେ ରହିଆସିଛି। ସେଥିପାଇଁ ଡ୍ରଗ୍ସ କାରବାର ସର୍ବଦା ସେଠାରେ ରହିଆସିଛି।

Share Now:

Kalinga News Beuro

Next Post

ଆସନ୍ତା ଅଢେଇ ବର୍ଷରେ ଭାରତରେ ଉତ୍ପାଦନ ହେବ ପ୍ରଥମ ସେମିକଣ୍ଡକ୍ଟର ଚିପ୍

Sat Jul 29 , 2023
ନୂଆଦିଲ୍ଲୀ: ଭାରତକୁ ସେମିକଣ୍ଡକ୍ଟର ଉତ୍ପାଦନର କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରହିଛି। ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି ଯେ କମ୍ପାନୀ ଆଗାମୀ ଅଢ଼େଇ ବର୍ଷ ମଧ୍ୟରେ ଯୋଜନାବଦ୍ଧ ଭାବେ ଭାରତରେ ନିର୍ମିତ ପ୍ରଥମ ଚିପ୍ ପ୍ରସ୍ତୁତ କରିବ। ସେ ନିଶ୍ଚିତ କରିଛନ୍ତି ଯେ ଚିପ୍ ଉତ୍ପାଦନ ୟୁନିଟ୍ ସ୍ଥାପନ ପ୍ରକ୍ରିୟା ଅଗ୍ରଗତି କରୁଛି ଏବଂ କମ୍ପାନୀ ଏକ ନୂତନ ସହଯୋଗୀ ପାଇଛି। ସେମିକନ୍ ଇଣ୍ଡିଆ […]
ଭାରତରେ ଉତ୍ପାଦନ ହେବ ସେମିକଣ୍ଡକ୍ଟର ଚିପ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial