ହୋଲି ଖେଳିଲାବେଳେ ଉପରୁ ତୋପ ପଡି ୩ ମୃତ

ପଡ଼ିଲା ତୋପ ଗୋଳା

ଗୟା: ବିହାରର ଗୟା ଜିଲ୍ଲାରେ ଏକ ସାମରିକ ଅଭ୍ୟାସ ବେଳେ ତୋପ ମାଡ଼ରେ ଘଟଣାସ୍ଥଳରେ ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ସମୟରେ ଗାଁର ସମସ୍ତେ ହୋଲି ଖେଳୁଥିଲେ। ଆହତମାନେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ସିଟି ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ପଠାଯାଇଛି। ଫାୟାରିଂ ରେଞ୍ଜ ବାହାରେ କେମିତି ତୋପ ସେଲ ଖସିଲା ସେ ନେଇ ପୁଲିସ ସମସ୍ତ ଘଟଣାର ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଗୟା ଜିଲ୍ଲା ବଡ଼ଚଟି ଥାନା ଅନ୍ତର୍ଗତ ଗୌରବେଦା ଗାଁର ଏହି ଘଟଣା ଘଟିଛି। ଏଠାରେ ହୋଲି ଦିନ ଗାଁରେ ଶୋକର ଛାୟା ଖେଳିଯାଇଛି। ଗୟା ଏସପି ଆଶିଷ ଭାରତୀ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଗୋଲରବେଦ ଗ୍ରାମର ଗୋଟିଏ ପରିବାରର ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ମହିଳାଙ୍କ ସମେତ ୩ ଜଣଙ୍କୁ ଚିକିତ୍ସା ପାଇଁ ଗୟା ସହରର ଅନୁଗ୍ରହ ନାରାୟଣ ମଗଧ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଗୋଲା ମାଝୀଙ୍କ ଜ୍ୱାଇଁ ଗୋବିନ୍ଦ ମାଝୀ, ସୁରଜ କୁମାର ଓ କାଞ୍ଚନ କୁମାରୀ। ଆହତମାନେ ହେଲେ ଗୀତା କୁମାରୀ, ରାଶୋ ଦେବୀ, ପିଣ୍ଟୁ ମାଝୀ।

Share Now:

Kalinga News Beuro

Next Post

ଆଖିପିଛୁଳାକେ ରାସ୍ତାକୁ ଭୁଶୁଡ଼ି ପଡ଼ିଲା ୫ ମହଲା କୋଠା: ଅଳ୍ପକେ ବର୍ତ୍ତିଲେ ଲୋକେ

Wed Mar 8 , 2023
ନୂଆଦିଲ୍ଲୀ: ଦିଲ୍ଲୀର ଭଜନପୁରାସ୍ଥିତ ବିଜୟ ପାର୍କ ଅଞ୍ଚଳରେ ଥିବା ଏକ ପାଞ୍ଚମହଲା କୋଠା ଦେଖୁଦେଖୁ ଭୁଶୁଡି ପଡିଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଦିଲ୍ଲୀ ଦମକଳ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ଘଟିଥିବା ରାସ୍ତାର ଉଭୟ ପାର୍ଶ୍ଵକୁ ବନ୍ଦ କରି ଦିଆଯାଇଛି। ରିପୋର୍ଟ ‌ଲେଖାହେଲା ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନାବଶେଷକୁ ରାସ୍ତାରୁ ସଫା କରିବା କାମ ଚାଲିଥିଲା। […]
ରାସ୍ତାକୁ ଭୁଶୁଡ଼ି ପଡ଼ିଲା ୫ ମହଲା କୋଠା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial