ନଦୀ ମଝିରେ ଡଙ୍ଗା ବୁଡ଼ି ୨୨ଜଣ ଯାତ୍ରୀ ନିଖୋଜ

ନଦୀରେ ଡଙ୍ଗା ବୁଡ଼ି ୨୨ଯାତ୍ରୀ ନିଖୋଜ

ପାଟନା: ବିହାରରେ ମୋତିହାରି ସିକରହନା ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୨୨ ଜଣ ଯାତ୍ରୀ ନିଖୋଜ ଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ନିଖୋଜ ଥିବା ଯାତ୍ରୀଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ନିଖୋଜ ଯାତ୍ରୀମାନଙ୍କୁ ଯୁଦ୍ଧକାଳିନଭିତ୍ତିରେ ଖୋଜାଖୋଜି ଜାରି ରଖିଛନ୍ତି।
ସୂଚନା ମୁତାବକ, ଏହି ଦୁର୍ଘଟଣା ଶିକାରଗଞ୍ଜ ଥାନା ଗୋଢ଼ିଆ ଗ୍ରାମରେ ହୋଇଛି। ଏଠାରେ ନଦୀ ମଝିରେ ଡଙ୍ଗା ଓଲଟି ପଡ଼ିବା ହେତୁ ୨୨ ଜଣ ଯାତ୍ରୀ ପାଣି ଭିତରେ ବୁଡ଼ି ଯାଇଥିଲେ। ସ୍ଥାନୀୟଲୋକଙ୍କ କହିବାନୁସାରେ ଏହି ଡଙ୍ଗାରେ ପାଖାପାଖି ୨୦ରୁ ୨୫ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି। ମଝି ନଦୀରେ ହଠାତ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ଶିଶୁର ମୃତଦେହ ଉଦ୍ଧାର ହେଇଛି। ସେପଟେ ଚାରି ଜଣ ମହିଳା ଗୁରୁତର ଅଛନ୍ତି। ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Share Now:

Kalinga News Beuro

Next Post

ଶିଶୁପାଳଗଡ଼କୁ ସଂକୁଚିତ କରିବାକୁ ଷଡ଼୍‌ଯନ୍ତ୍ର : ଜବରଦଖଲରେ ୨୦୦ ଏକର

Sun Sep 26 , 2021
୫୬୨ ଏକର କଂକ୍ରିଟ ଜଙ୍ଗଲ କରିବାକୁ ହୀନ ପ୍ରୟାସ ପୁରୁଣା ଭୁବନେଶ୍ବର: ରାଜଧାନୀ ଉପକଣ୍ଠ‌ରେ ଥିବା ବିଶ୍ବର ଅନ୍ୟତମ ପ୍ରାଚୀନ ଐତିହ୍ୟସ୍ଥଳ ଶିଶୁପାଳଗଡ଼ର ଐତିହ୍ୟ ଲୋପ କରିବାକୁ ଷଡ଼ଯନ୍ତ୍ର ଚାଲିଥିବା ନେଇ ଅଭିଯୋଗ ହୋଇଛି। କେବଳ ରାଜସ୍ବ ରେକର୍ଡରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ନାମରେ ରେକର୍ଡଭୁକ୍ତ ୭୭୫ ଡେସିମିଲ ଜମିକୁ ଶିଶୁପାଳଗଡ଼ ଐତିହ୍ୟ କ୍ଷେତ୍ର ସୀମିତ କରିବାକୁ ଉଦ୍ୟମ କରାଯାଉଛି। କିନ୍ତୁ ବାକି ୫୬୨ ଏକର ଜମିରୁ ଐତିହ୍ୟ କ୍ଷେତ୍ର […]
ଶିଶୁପାଳଗଡ଼କୁ ସଂକୁଚିତ କରିବାକୁ ଷଡ଼୍‌ଯନ୍ତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial