ଷ୍ଟେସନରେ ଛାଡ଼ି ଯାଇଥିବା ଝିଅକୁ ଏପରି ପାଇଲେ ବାପା-ମା’

ଷ୍ଟେସନରେ ଛାଡ଼ି ଯାଇଥିବା ଝିଅକୁ ଏପରି ପାଇଲେ ବାପା-ମା’

ନୂଆଦିଲ୍ଲୀ: ପ୍ରାୟତଃ ଚଳଚ୍ଚିତ୍ରରେ ଦେଖିବାକୁ ମିଳୁଛି ଟ୍ରେନରେ ବାପା-ମା’ ବସିଥିବା ବେଳେ ଛୁଆ ପ୍ଲାଟଫର୍ମରେ ହିଁ ରହି ଯାଇଥାଏ। ନିକଟରେ ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ବାସ୍ତବରେ ଘଟିଛି। ସୌଭାଗ୍ୟବଶତଃ ଝିଅ ଜଣକ ସୁରକ୍ଷିତ ଭାବରେ ତାର ମା’-ବାପାଙ୍କ ପାଖରେ ପହଞ୍ଚିଯାଇଥିଲା। ପ୍ରକାଶିତ ରିପୋର୍ଟ ମୁତାବକ, କାନପୁର-ଇଟାୱା ରେଳ ମାର୍ଗସ୍ଥିତ ମୈଥା ରେଳ ଷ୍ଟେସନରେ ଏହି ଘଟଣା ଘଟିଛି। ଟ୍ରେନ୍ ନମ୍ବର-୧୫୬୩ରେ ନିଜର ବାପା-ମା’ ସହିତ ଯାତ୍ରା କରୁଥିବା ୧୬ବର୍ଷର ଝିଅ ଷ୍ଟେସନରେ ଓହ୍ଲାଇଥିଲା। କିନ୍ତୁ ସେ ଟ୍ରେନରେ ଚଢ଼ିବା ପୂର୍ବରୁ ଟ୍ରେନ୍ ପ୍ଲାଟଫର୍ମ ଛାଡ଼ି ଦେଇଥିଲା। ଝିଅ ଷ୍ଟେସନରେ ଛାଡି ହୋଇଯାଇଥିବା ବାପା-ମା’ ଟିଟିଇଙ୍କୁ ଜଣାଇଥିଲେ। ଟିଟିଇ କମର୍ସିଆଲ କଣ୍ଟ୍ରୋଲ ରୁମ ତୁଣ୍ଡଲା ସହିତ ଯୋଗାଯୋଗ କରିଥିଲେ। ଝିଅକୁ ତୁଣ୍ଡଲା ଷ୍ଟେସନ ପର୍ଯ୍ୟନ୍ତ ଅଣାଯାଇଥିଲା। ଏହାପରେ ତୁଣ୍ଡଲାରେ ଝିଅର ପିତାମାତାଙ୍କୁ ଓହ୍ଲାଇବାକୁ କୁହାଯାଇଥିଲା। ଶେଷରେ ବାପା-ମା’ ନିଜ ଝିଅକୁ ପାଇ କାନ୍ଦି ପକାଇ ଥିଲେ। ରେଳ ଅଧିକାରୀ କହିଛନ୍ତି, ଉକ୍ତ ଝିଅ ତାଙ୍କ ବାପା-ମା’ଙ୍କ ସହ ପ୍ରୟାଗରାଜରୁ ଯୋଧପୁର ଯାଉଥିଲେ। ଏହି ସମୟରେ ଝିଅ ଜଣକ ଷ୍ଟେସନରେ ରହିଯାଇଥିଲେ।

Share Now:

Kalinga News Beuro

Next Post

ରାଜଧାନୀ ଉପକଣ୍ଠରେ ବୁଲୁଛି ରାମୁ

Sun Feb 20 , 2022
ମେଣ୍ଢାଶାଳ: ଭରତପୁର ସଂରକ୍ଷିତ ଜଙ୍ଗଲରେ ରହୁଥିବା ଦନ୍ତା ହାତୀ ରାମୁ ଏବେ ଜନବସତି ମୁହାଁ ହୋଇଛି। ଗତ କିଛି ଦିନ ହେଲା ସେ ସାଙ୍ଗରେ ଅନ୍ୟ ଏକ ଦନ୍ତାକୁ ଧରି ରାତିରେ ଜଙ୍ଗଲରୁ ବାହାରି ନିକଟସ୍ଥ ଭରତପୁର ଓ ଜିଏ କଲୋନି ଅଞ୍ଚଳରେ ବୁଲୁଛି। ବନ କର୍ମଚାରୀମାନେ ସେମାନଙ୍କୁ ଜଗି ରହୁଥିଲେ ମଧ୍ୟ ବିଳମ୍ବିତ ରାତିରେ ବାହାରି ସେମାନେ ପୁଣି ଭୋର୍‌ ସମୟରେ ଫେରି ଯାଉଛନ୍ତି। ଲୋକଙ୍କ ବାଡ଼ିବଗିଚାରୁ ଗଛଡାଳ […]
ରାଜଧାନୀ ଉପକଣ୍ଠରେ ବୁଲୁଛି ରାମୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial