ରାଜଧାନୀ ଉପକଣ୍ଠରେ ବୁଲୁଛି ରାମୁ

ରାଜଧାନୀ ଉପକଣ୍ଠରେ ବୁଲୁଛି ରାମୁ

ମେଣ୍ଢାଶାଳ: ଭରତପୁର ସଂରକ୍ଷିତ ଜଙ୍ଗଲରେ ରହୁଥିବା ଦନ୍ତା ହାତୀ ରାମୁ ଏବେ ଜନବସତି ମୁହାଁ ହୋଇଛି। ଗତ କିଛି ଦିନ ହେଲା ସେ ସାଙ୍ଗରେ ଅନ୍ୟ ଏକ ଦନ୍ତାକୁ ଧରି ରାତିରେ ଜଙ୍ଗଲରୁ ବାହାରି ନିକଟସ୍ଥ ଭରତପୁର ଓ ଜିଏ କଲୋନି ଅଞ୍ଚଳରେ ବୁଲୁଛି। ବନ କର୍ମଚାରୀମାନେ ସେମାନଙ୍କୁ ଜଗି ରହୁଥିଲେ ମଧ୍ୟ ବିଳମ୍ବିତ ରାତିରେ ବାହାରି ସେମାନେ ପୁଣି ଭୋର୍‌ ସମୟରେ ଫେରି ଯାଉଛନ୍ତି। ଲୋକଙ୍କ ବାଡ଼ିବଗିଚାରୁ ଗଛଡାଳ ଓ ଅନ୍ୟାନ୍ୟ ପରିବାପତ୍ର ଖାଇ ସେମାନେ ଫେରିଯାଉଛନ୍ତି। ବହୁ ଦିନ ଧରି ଭରତପୁର ସଂରକ୍ଷିତ ଜଙ୍ଗଲରେ ୧୭ଟି ହାତୀ ଅଛନ୍ତି। ଏହି ହାତୀ ପଲରେ ୨ ଟି ଦନ୍ତାହାତୀ ଅଛନ୍ତି। ତା’ ଭିତରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ବିଶାଳ ଦନ୍ତା ରାମୁ ଅଛି। ହାତୀ ପଲ ଜଙ୍ଗଲ ବାହାରକୁ ଆସୁନଥିବା ବେଳେ ଦନ୍ତା ରାମୁ ଓ ତା’ ସାଥୀ ଅନ୍ଧା‌ରୁଆ ମାଳିମ ଠାକୁରାଣୀ ମନ୍ଦିର ଛକ ଦେଇ ଅନ୍ଧାରୁଆ, ମଳିପଡ଼ା, ଦାସପୁର ଓ ଭରତପୁରରେ ବୁଲୁଛନ୍ତି। ଫଳରେ ଲୋକଙ୍କ ଭିତରେ ହାତୀ ଆତଙ୍କ ଖେଳିଯାଇଛି। ଗତ କିଛି ଦିନ ଧରି ରାମୁ ଖୋର୍ଦ୍ଧା ରତନପୁର ଜଙ୍ଗଲକୁ ଚାଲି ଯାଇଥିଲା। ଏବେ ସେ ଅରିଶଲ, ମଦନପୁର ଓ ଦେଉଳିଆପାଟଣା ଦେଇ ଭରତପୁର ଜଙ୍ଗଲକୁ ଫେରିଛି। ଗତକାଲି ସନ୍ଧ୍ୟାରେ ରାମୁ ଏକାକୀ ମେଣ୍ଢାଶାଳ ଗିରିଙ୍ଗାପୁଟ ଆଦିବାସୀ ସାହିରେ ପଶି ବ୍ୟାପକ କଦଳୀ ଗଛ, ଅମୃତ ଭଣ୍ଡା ଗଛ ଭାଙ୍ଗି ନଷ୍ଟ କରିଥିଲା। ପରେ କଣ୍ଟାବାଡ଼ ଆଦୃତା ଆଶ୍ରମ ଦେଇ ଭରତପୁର ଫେରିଥିଲା।

Share Now:

Kalinga News Beuro

Next Post

ପୌର ନିର୍ବାଚନ : ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ, ପ୍ରଥମ ଥର ପାଇଁ ନୋଟା ବିକଳ୍ପ ରହିବ

Mon Feb 21 , 2022
ଭୁବନେଶ୍ୱର : ଆଗାମୀ ପୌରସଂସ୍ଥା ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ। ସହ ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବିକଳ୍ପ ବ୍ୟବହାର ହେବ। ଇଭିଏମର ସବାଶେଷରେ ନୋଟା ବଟନ୍ ରହିବ। ନିର୍ବାଚନ ମଇଦାନରେ ଭୋଟରଙ୍କ ମନପସନ୍ଦର ପ୍ରାର୍ଥୀ […]
ନୋଟା ବିକଳ୍ପ ରହିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial