ଦୁଇ ଜିଲ୍ଲାର ଏସପିଙ୍କୁ ବଦଳାଇଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ନିର୍ବାଚନ କମିଶନ ବ୍ରହ୍ମପୁର ଏସପି ଓ ଖୋର୍ଦ୍ଧା ଏସପିଙ୍କୁ ବଦଳି କରିଛନ୍ତି। ବ୍ରହ୍ମପୁରର ଏସପି ଭାବେ ଡ଼.ସାର୍ଥକ ଷଡଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଖୋର୍ଦ୍ଧା ଏସପି ଭାବେ ଅବିନାଶ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି। ଉଲ୍ଲେଖ ଥାଉ କି କିଛିଦିନ ତଳେ ରାଜ୍ୟ ସରକାର ଆଇଏଏସ୍‌ସ୍ତରରେ ଛୋଟଧରଣର ଅଦଳବଦଳ କରିଥିଲେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଥିଲା।
ନିର୍ବାଚନ କମିସନ ରାଜ୍ୟର ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସ ଅଫିସରଙ୍କୁ ନିର୍ବାଚନ କାର୍ଯ୍ୟରୁ ବାଦ୍ ଦେବା ପରେ ରାଜ୍ୟ ସରକାର କଟକ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିଲେ। ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରୀଙ୍କୁ ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିଲା। ଭିନିତଙ୍କ ସ୍ଥାନରେ ଆଇଏଏସ୍ ଅରିନ୍ଦମ ଡାକୁଆ ଓ ପାରୁଲଙ୍କ ସ୍ଥାନରେ ଅନୁପମ ଶାହଙ୍କୁ ଯଥାକ୍ରମେ କଟକ ଓ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିଲା।

Share Now:

Kalinga News Beuro

Next Post

କୋରାପୁଟ ଜିଲ୍ଲାରେ ୫୫୩୦ ହେକ୍ଟରରେ ହେବ ତୈଳବୀଜ ଚାଷ

Mon Apr 8 , 2024
ସର୍ବାଧିକ ୧୫୦୦ ହେକ୍ଟରରେ ସୂର୍ଯ୍ୟମୁଖୀ ଜୟପୁର: କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଳକରେ ଚଳିତ ରବିଋତୁରେ ମୋଟ ୫ ହଜାର ୫୩୦ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଉଛି। ସର୍ବାଧିକ ୧୫୦୦ ହେକ୍ଟରରେ ସୂର୍ଯ୍ୟମୁଖୀ ଫୁଲ ଚାଷ ଏବଂ ସବୁଠୁ କମ ୧୦୦ ହେକ୍ଟରରେ କୁସୁମ ଚାଷ କରାଯାଉଛି। ଏବର୍ଷ ରବିଋତୁରେ ୩୪୦ ହେକ୍ଟରରେ ହେବ ଚିନାବାଦାମ ଚାଷ। ବୈପାରିଗୁଡା ବ୍ଲକରେ ୧୨୦ ହେକ୍ଟର, ଜୟପୁରରେ ୪୦ ଓ କୋରାପୁଟ ବ୍ଳକରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial