କୋରାପୁଟ ଜିଲ୍ଲାରେ ୫୫୩୦ ହେକ୍ଟରରେ ହେବ ତୈଳବୀଜ ଚାଷ

ସର୍ବାଧିକ ୧୫୦୦ ହେକ୍ଟରରେ ସୂର୍ଯ୍ୟମୁଖୀ

ଜୟପୁର: କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଳକରେ ଚଳିତ ରବିଋତୁରେ ମୋଟ ୫ ହଜାର ୫୩୦ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଉଛି। ସର୍ବାଧିକ ୧୫୦୦ ହେକ୍ଟରରେ ସୂର୍ଯ୍ୟମୁଖୀ ଫୁଲ ଚାଷ ଏବଂ ସବୁଠୁ କମ ୧୦୦ ହେକ୍ଟରରେ କୁସୁମ ଚାଷ କରାଯାଉଛି। ଏବର୍ଷ ରବିଋତୁରେ ୩୪୦ ହେକ୍ଟରରେ ହେବ ଚିନାବାଦାମ ଚାଷ। ବୈପାରିଗୁଡା ବ୍ଲକରେ ୧୨୦ ହେକ୍ଟର, ଜୟପୁରରେ ୪୦ ଓ କୋରାପୁଟ ବ୍ଳକରେ ୫୦ ହେକ୍ଟରରେ ଏହି ଚାଷ କରାଯିବ। ସେହିପରି ଜିଲ୍ଲାରେ ୬୫୦ ହେକ୍ଟରରେ ରାଶି ଚାଷ କରାଯିବ। ବନ୍ଧୁଗାଁ ବ୍ଳକରେ ୧୮୦ ହେକ୍ଟର, ବୋରିଗୁମ୍ମା ବ୍ଲକରେ ୧୦୫ ହେକ୍ଟର, କୁନ୍ଦୁରାରେ ୧୦୫ହେକ୍ଟର, ନାରାୟଣ ପାଟଣାରେ ୨୬୦ ହେକ୍ଟରରେ ଚାଷ କରାଯିବ। କୋରାପୁଟ ବ୍ଳକରେ ୨୫୦ ହେକ୍ଟର, କୁନ୍ଦୁରା ବ୍ଲକରେ ୨୫୦ ହେକ୍ଟର ଏବଂ ନାରାୟଣ ପାଟଣା ବ୍ଳକରେ ୫୦୦ ହେକ୍ଟର ଜମିରେ ଏହି ଚାଷ କରାଯାଉଥିବା ଜିଲ୍ଲା କୃଷି ବିଭାଗରୁ ସୂଚନା ମିଳିଛି। ୧ ହଜାର ହେକ୍ଟର ଜମିରେ ଅଳସୀ ଚାଷ କରାଯିବା ଲକ୍ଷ୍ୟ ରହିଛି।
୪୮୦ ହେକ୍ଟରରେ ଜଡା ଚାଷ ଲାଗି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ବନ୍ଧୁଗାଁ ବ୍ଲକରେ ୯୦ ହେକ୍ଟର, ବୈପାରିଗୁଡାରେ ୫, ବୋରିଗୁମ୍ମାରେ ୧୭୨, ଜୟପୁରରେ ୩୩ ଏବଂ ନାରାୟଣପାଟଣା ବ୍ଳକରେ ୧୮୦ ହେକ୍ଟରରେ ଏହି ଚାଷ କରାଯାଉଛି। ସେହିପରି ୧୩୦୦ ହେକ୍ଟରରେ ହେବ ରାଶି ଚାଷ। ବୈପାରିଗୁଡା ବ୍ଳକରେ ୫୦୦ ହେକ୍ଟର, ପଟ୍ଟାଙ୍ଗୀରେ ୩୦୦ ଏବଂ ସେମିଳିଗୁଡାରେ ୫୦୦ ହେକ୍ଟର ଜମିରେ ଏହା ଚାଷ ହୋଇଛି। ସର୍ବାଧିକ ୧୫୦୦ହେକ୍ଟର ଜମିରେ କରାଯାଉଛି ସୂର୍ଯ୍ୟମୁଖୀ ଚାଷ। ବୋରିଗୁମ୍ମା ବ୍ଳକରେ ୪୦୦ ହେକ୍ଟର, ବନ୍ଧୁଗାଁରେ ୨୦୦, ଦଶମନ୍ତପୁରରେ ୧୫୦, କୋରାପୁଟରେ ୫୦, କୁନ୍ଦୁରାରେ ୧୫୦, ଲକ୍ଷ୍ମୀପୁରରେ ୨୦୦, ଲମତାପୁଟରେ ୧୦୦, ସେମିଳିଗୁଡାରେ ୫୦ ଏବଂ ନନ୍ଦପୁରରେ ୨୦୦ ହେକ୍ଟର ଜମିରେ ଏହି ଚାଷ କରାଯିବ। ଜିଲ୍ଲାର ବୋରିଗୁମ୍ମା ଏବଂ କୁନ୍ଦୁରା ବ୍ଲକରେ କେବଳ କୁସୁମ ଚାଷ କରାଯିବ। ବୋରିଗୁମ୍ମାରେ ୮୦ ହେକ୍ଟର ଏବଂ କୁନ୍ଦୁରା ବୃକରେ ୨୦ ହେକ୍ଟର ଜମିରେ ଏହି ଚାଷ କରାଯାଉଛି। ସେହିପରି ତୈଳବୀଜ ଲିନସିଡ୍ ଜାତୀୟ( ଏକପ୍ରକାର ଅଳସୀ) ବୋରିଗୁମ୍ମାରେ ୬୦ ହେକ୍ଟର, ଜୟପୁରରେ ୨୦ ହେକ୍ଟର କୋଟପାଡରେ ୪୦ ହେକ୍ଟର ଜମିରେ କରାଯାଉଛି ବୋଲି ଜିଲ୍ଲା କୃଷି ବିଭାଗ ସୂତ୍ରରୁ ସୂଚନା ମିଳିଛି।

Share Now:

Kalinga News Beuro

Next Post

ମାଳଦ୍ୱୀପରେ ଗୁପ୍ତ ନୌସେନା ବେସ୍ ନିର୍ମାଣ କରୁଛି ଚୀନ : ଭାରତର ଚିନ୍ତା ବଢ଼ିଲା

Tue Apr 9 , 2024
ବେଜିଂ: ମାଳଦ୍ୱୀପରେ ମହମ୍ମଦ ମଇଜ୍ଜୁ ରାଷ୍ଟ୍ରପତି ଭାବେ କ୍ଷମତାକୁ ଆସିବା ପରେ ଭାରତ ବିରୋଧୀ ପଦକ୍ଷେପ ଉଠାଇବାରେ ଲାଗିଛନ୍ତି। ସେ ଲଗାତାର ଚୀନ୍‌ର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାରଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରୁଛନ୍ତି। ମାଳଦ୍ୱୀପକୁ ଚୀନ୍ ଆସିବା ଦ୍ୱାରା ଭାରତର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିବାରେ ଲାଗିଛି। ଚୀନ୍ ମାଳଦ୍ୱୀପରେ କୃଷି ପ୍ରକଳ୍ପ ସ୍ଥାପନ ନାମରେ ଗୁପ୍ତ ଭାବେ ନୌସେନା ବେସ୍ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial