ମାଳଦ୍ୱୀପରେ ଗୁପ୍ତ ନୌସେନା ବେସ୍ ନିର୍ମାଣ କରୁଛି ଚୀନ : ଭାରତର ଚିନ୍ତା ବଢ଼ିଲା

ବେଜିଂ: ମାଳଦ୍ୱୀପରେ ମହମ୍ମଦ ମଇଜ୍ଜୁ ରାଷ୍ଟ୍ରପତି ଭାବେ କ୍ଷମତାକୁ ଆସିବା ପରେ ଭାରତ ବିରୋଧୀ ପଦକ୍ଷେପ ଉଠାଇବାରେ ଲାଗିଛନ୍ତି। ସେ ଲଗାତାର ଚୀନ୍‌ର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାରଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରୁଛନ୍ତି। ମାଳଦ୍ୱୀପକୁ ଚୀନ୍ ଆସିବା ଦ୍ୱାରା ଭାରତର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିବାରେ ଲାଗିଛି। ଚୀନ୍ ମାଳଦ୍ୱୀପରେ କୃଷି ପ୍ରକଳ୍ପ ସ୍ଥାପନ ନାମରେ ଗୁପ୍ତ ଭାବେ ନୌସେନା ବେସ୍ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ମାଳଦ୍ୱୀପର ପ୍ରମୁଖ ବିରୋଧୀ ଦଳ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି(ଏମଡିପି)ର ମୁଖ୍ୟ ‌ଫୈୟାଜ ଇସମାଇଲ୍ କରିଥିବା ଦାବି ଅନୁସାରେ ଚୀନ୍ ଉଥୁରା ଥିଲା ଫାହ୍ଲୁ (ୟୁଟିଏଫ) ଏଟୋଲ ଠାରେ ‌ଏକ ସୈନ୍ୟ ପରିଯୋଜନା ଉପରେ କାର୍ଯ୍ୟ କରୁଛି। ମାର୍ଚ୍ଚ ୨୮ରେ ଚୀନ୍‌ର ହାର୍ବର ଇଞ୍ଜିନିୟରିଂ କମ୍ପାନୀ ୟୁଟିଏଫ୍ ମାଳଦ୍ୱୀପ ଉତ୍ତରରେ ଥିବା ଦ୍ୱୀପରେ ଏକ କୃଷି ଆର୍ଥିକ ଜୋନ୍(ଏଇଜେଡ୍) ନିର୍ମାଣ କରିବା ପାଇଁ ମାଳଦ୍ୱୀପ ଔଦ୍ୟୋଗିକ ବିକାଶ ମୁକ୍ତ କ୍ଷେତ୍ର(ଏମଆଇଡିଏଫ୍) ମଧ୍ୟରେ ଏକ ମୁଝାମଣା ହୋଇଛି।
ହାର୍ବର ଇଞ୍ଜିନିୟରିଂ କମ୍ପାନୀର ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମି ସହିତ ନିବିଡ଼ ସମ୍ପର୍କ ରହିଛି ବୋଲି କୁହାଯାଉଛି। ଏହି କମ୍ପାନୀ ଶ୍ରୀଲଙ୍କାର ହମ୍ବନଟାଟା ବନ୍ଦରରେ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିଲା। ଏହି ବନ୍ଦରକୁ କମ୍ପାନୀ ୯୯ ବର୍ଷ ଲିଜ୍‌ରେ ନେଇଛି। ଫୈୟଜଙ୍କ ଅନୁସାରେ ଚୀନ୍ କମ୍ପାନୀ ଗଛ ଲଗାଇବ ନାହିଁ। କମ୍ପାନୀ ସେଠାରେ ସମାରିକ କାର୍ଯ୍ୟ କଳାପ ବୃଦ୍ଧି କରିବ। ତେବେ ଏହାକୁ ନେଇ ଭାରତର ଚିନ୍ତା ବଢ଼ିବାରେ ଲାଗିଛି। ମାଳଦ୍ୱୀପରୁ ଚୀନ୍ ଭାରତ ପ୍ରତିରକ୍ଷା ବିକାଶ ଉପରେ ସହଜରେ ନଜର ରଖିବା ସହିତ ଭାରତ ମହାସାଗରୀୟ ଅଞ୍ଚଳରେ ଚୀନ୍ ନିଜର ଆଧିପତ୍ୟ ବିସ୍ତାର କରି ପାରିବ।

Share Now:

Kalinga News Beuro

Next Post

ବିଜେଡିରେ ଯୋଗ ଦେଲେ ଭଦ୍ରକ ପୌରାଧ୍ୟକ୍ଷା

Tue Apr 9 , 2024
ଭୁବନେଶ୍ୱର: ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜି ହବିବି ବିଜେଡିରେ ଯୋଗ ଦେଇଛନ୍ତି। ସେ ତାଙ୍କର ସମର୍ଥକମାନଙ୍କ ସହ ଦଳରେ ସାମିଲ ହୋଇଛନ୍ତି। ଏଥିଲାଗି ଶଙ୍ଖ ଭବନରେ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏଥିରେ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା, ସଂଯୋଜକ ଦେବାଶିଷ ସାମନ୍ତରାୟ, ବିଧାୟକ ପ୍ରଫୁଲ୍ଲ ସାମଲ, ସଂଜୀବ ମଲ୍ଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial