ବିଜେଡିରେ ଯୋଗ ଦେଲେ ଭଦ୍ରକ ପୌରାଧ୍ୟକ୍ଷା

ଭୁବନେଶ୍ୱର: ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜି ହବିବି ବିଜେଡିରେ ଯୋଗ ଦେଇଛନ୍ତି। ସେ ତାଙ୍କର ସମର୍ଥକମାନଙ୍କ ସହ ଦଳରେ ସାମିଲ ହୋଇଛନ୍ତି। ଏଥିଲାଗି ଶଙ୍ଖ ଭବନରେ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏଥିରେ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା, ସଂଯୋଜକ ଦେବାଶିଷ ସାମନ୍ତରାୟ, ବିଧାୟକ ପ୍ରଫୁଲ୍ଲ ସାମଲ, ସଂଜୀବ ମଲ୍ଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡିରେ ସାମିଲ ହେବା ପରେ ଭଦ୍ରକ ପୌରାଧ୍ୟକ୍ଷା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦଳରେ ସାମିଲ ହୋଇଛନ୍ତି।

Share Now:

Kalinga News Beuro

Next Post

୧୧ରେ ପାଳିତ ହେବ ଛେନାପୋଡ଼ ଦିବସ

Tue Apr 9 , 2024
ନୟାଗଡ଼: ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ଓ ନୟାଗଡ଼ ବିକାଶ ମଞ୍ଚ ମିଳିତ ଆନୁକୁଲ୍ୟରେ ଆସନ୍ତା ଏପ୍ରିଲ୍ ୧୧ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱର ଜୟଦେବ ଭବନଠାରେ ୩ୟ ଛେନାପୋଡ଼ ଦିବସ ପାଳିତ ହେବ। ଛେନାପୋଡ଼କୁ ନେଇ ଏଥିରେ ଚର୍ଚ୍ଚା ହେବ। ଛେନାପୋଡ଼ ଓ ଓଡ଼ିଶାର ଖାଦ୍ୟକୁ ନେଇ ବୁଦ୍ଧିଜୀବୀ କରିବେ ଆଲୋଚନା। ଏନେଇ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ନୟାଗଡ଼ ବିକାଶ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial