ରାଜ୍ୟରେ କମୁଛି ସଂକ୍ରମଣ ହାର : ସ୍ଥିତି ଦେଖି ହେବ ଅନ୍‌ଲକ୍

ରାଜ୍ୟରେ କମୁଛି ସଂକ୍ରମଣ ହାର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ। ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି। ସେ ଆଜି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ହେବାର ଦେଖାଯାଉଛି। ଏବେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ସହ ଆଗକୁ ମୃତ୍ୟୁ ସଂଖ୍ୟା ବି କମିବ ବୋଲି ସେ କହିଛନ୍ତି। ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିଲା। ତେବେ ସବୁଠାରୁ ବଡ଼ କଥା ହେଲା, କରୋନା କମୁଛି ଭାବି ଲୋକ ସଚେତନ ନହେଲେ ପୁଣି ବିପଦ ଫେରିବ ବୋଲି ଡିଏମଇଟି ସିବିକେ ମହାନ୍ତି କଡ଼ା ଚେତାବନୀ ଦେଇଛନ୍ତି। ଲକଡାଉନ ଯୋଗୁ ଗରିବ ଲୋକ, ବୁଲା ବେପାରୀ ଅସୁବିଧା ଭୋଗୁଛନ୍ତି ତେଣୁ ପରିସ୍ଥିତିକୁ ଦେଖି ଅନ୍‌ଲକ୍ ପ୍ରକ୍ରିୟା ଲାଗୁ ନେଇ ନିଷ୍ପତ୍ତି ନିଆଯିବ। ଅନ୍ୟପଟେ ସଂକ୍ରମଣ ହ୍ରାସ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ମଧ୍ୟ ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଥିବା ସେ କହିଥିବା ବେଳେ ରାଜ୍ୟରେ ପୂର୍ବ ସ୍ଥିତିରେ ଉନ୍ନତି ଆସୁଥିବା ସେ କହିଛନ୍ତି। ଅନ୍ୟପଟେ ଦୈନିକ ସଂକ୍ରମଣ ଓ ଆକ୍ଟିଭ କେସ୍ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି। ଯେଉଁଠି ପଜିଟିଭ ହାର ଅଧିକ ଅଛି ସେଠି ଟେଷ୍ଟିଂ ଜୋରଦାର କରାଯାଉଛି। ରଜ ପରେ ରିଭ୍ୟୁ ହେବ, ପରିସ୍ଥିତି ଦେଖି ଯାହାକିଛି ନିଷ୍ପତ୍ତି ନିଆଯିବ। ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମୁଛି ସେଠି ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର।

Share Now:

Kalinga News Beuro

Next Post

ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ

Fri Jun 11 , 2021
ଭୁବନେଶ୍ୱର: ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ରାଧାମୋହନଙ୍କ ପରଲୋକ ନେଇ ତାଙ୍କ ଝିଅ ସାବରମତି ସୂଚନା ଦେଇଛନ୍ତି। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୦ରେ ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତିଙ୍କୁ ମିଳିତ ଭାବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଖାଲି ପଡ଼ିଥିବା ଜମିରେ ଜୈବିକ […]
ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial