ଉଦଘାଟନ ହେବାର ତିନି ଦିନରେ ଭୁଶୁଡ଼ିଲା ୫ଟି ବିଦ୍ୟାଳୟର ପାଚେରି

୫ଟି ବିଦ୍ୟାଳୟର ପାଚେରି ଭୁଶୁଡ଼ିଲା

ବୋରିଗୁମ୍ମା: ଉଦ୍‌ଘାଟନର ତିନି ଦିନରେ ୫ଟି ସ୍କୁଲର ପାଚେରି ଭୁଶୁଡ଼ି ପଡ଼ିଛି। ତେବେ ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ସର ମହକୁମାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଅପରାହ୍ନରେ ଏହି ଅଘଟଣ ଘଟିଛି। ସ୍କୁଲ ଛୁଟି ଥିବାରୁ ଅଘଟଣ ସମୟରେ କେହି ନଥିଲେ। ସୂଚନା ଅନୁସାରେ ସାରା ରାଜ୍ୟରେ ଗତ ୧୦ ତାରିଖ ଦିନ ୪୧୬ ଗୋଟି ୫ଟି ବିଦ୍ୟାଳୟ ଉଦଘାଟନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି କେ ପାଣ୍ଡିୟାନ ଭିଡ଼ିଓ କଂଫେରେନ୍ସ ମାଧ୍ୟମରେ ୫ଟି ବିଦ୍ୟାଳୟଗୁଡ଼ିକ ଉଦଘାଟନ କରିଥିଲେ। କୋରାପୁଟ ଜିଲ୍ଲା ନିମନ୍ତେ ସସାହାଣ୍ଡି ଠାରେ ଏକ ବିରାଟ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ୯୫ଟି ୫-ଟି ବିଦ୍ୟାଳୟ ଉଦଘାଟନ ହୋଇଥିବା ବେଳେ ବୋରିଗୁମ୍ମା ବ୍ଳକର ୧୦ ଗୋଟି ବିଦ୍ୟାଳୟ ଉଦଘାଟନ କରିଥିଲେ। ବୋରିଗୁମ୍ମା ସଦର ମହକୁମାର ଥିବା ସରକାରୀ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର୫ ଟି ବିଦ୍ୟାଳୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଉଦଘାଟନର ତିନି ଦିନ ପରେ ସେହି ଉଚ୍ଚ ବିଦ୍ୟାଳୟର ଏମ୍‌ଇ ସ୍କୁଲକୁ ଲାଗିଥିବା ପାଚେରି ଆପେ ଆପେ ଭୁଶୁଡ଼ି ପଡ଼ିଛି।
ସେହି ପାଚେରି କାମ ନିମ୍ନମାନର ଯୋଗୁଁ ଭୁଶୁଡିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ପାଚେରିର ତଳେ କୌଣସି ଫାଉଣ୍ଡେସନ ନାହିଁ। ତେବେ ଭଙ୍ଗା ପାଚେରିକୁ ଲାଗିଥିବା ଅନ୍ୟ ପାଚେରି ମଧ୍ୟ ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପାରେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ବ୍ଳକ ପ୍ରଶାସନର ମନମୁଖୀ କାର୍ଯ୍ୟକାଳପ ଯୋଗୁଁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଛି। ଠିକାଦାର କାମ କରିବା ସମୟରେ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ନ ରହିବା ସହ କାମ ଶେଷ ହେବା ପରେ ବି ବ୍ଳକ ପ୍ରଶାସନ କିପରି ଭାବରେ କାମ ହୋଇଛି ତଦାରଖ କରୁ ନଥିବା କାରଣରୁ ଆଜି ପାଚେରି ଭୁଶୁଡିବାର ମୁଖ୍ୟ କାରଣ ପାଲଟିଛି। ଯଦି ଖୋଦ ସଦର ମହକୁମାର ୫ଟି ବିଦ୍ୟାଳୟର ଏପରି ଅବସ୍ଥା ତେବେ ବ୍ଳକରେ ହୋଇଥିବା ୧୦ଟି ୫ଟି ବିଦ୍ୟାଳୟ କିପରି ଭାବରେ କାମ ହୋଇଥିବ ତାହା ସହଜେ ଅନୁମେୟ।

Share Now:

Kalinga News Beuro

Next Post

‘ଅଗ୍ନିପଥ’ ସ୍କିମ ଆଣି ସେନାର ଗର୍ବ ଓ ବୀରତ୍ବ ସହ ଖେଳ ଖେଳୁଛନ୍ତି ମୋଦୀ ସରକାର : ରାହୁଲ ଗାନ୍ଧି

Wed Jun 15 , 2022
ନୂଆଦିଲ୍ଲୀ: ଗତକାଲି ଭାରତୀୟ ସେନାରେ ଭର୍ତ୍ତି ହେବାର ନୂଆ ପ୍ରକ୍ରିୟା ‘ଅଗ୍ନିପଥ’ ସ୍କିମ ଘୋଷଣା କରାଯାଇଥିଲା। ‘ଅଗ୍ନିପଥ’ ସ୍କିମ ଅନୁଯାୟୀ ‘ଅଗ୍ନିବୀର’ ହୋଇ ଯୋଗଦେଉଥିବା ଯବାନମାନେ ଚାରି ବର୍ଷ ପାଇଁ ତିନୋଟି ସେନାରେ ସାମିଲ ହୋଇ ଦେଶର ସେବା କରିବେ। ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଥିଲେ ଯେ ଚୀନ୍ ଏବଂ ପାକିସ୍ତାନ ସୀମାରେ ଆଗ୍ନିବୀର ନିୟୋଜିତ ହେବେ। ବିଶେଷ କଥା ହେଉଛି ଚାଇନାର ପିପୁଲ୍ସ ଲିବରେସନ୍ […]
ରାହୁଲ ଗାନ୍ଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial