‘ଅଗ୍ନିପଥ’ ସ୍କିମ ଆଣି ସେନାର ଗର୍ବ ଓ ବୀରତ୍ବ ସହ ଖେଳ ଖେଳୁଛନ୍ତି ମୋଦୀ ସରକାର : ରାହୁଲ ଗାନ୍ଧି

ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଗତକାଲି ଭାରତୀୟ ସେନାରେ ଭର୍ତ୍ତି ହେବାର ନୂଆ ପ୍ରକ୍ରିୟା ‘ଅଗ୍ନିପଥ’ ସ୍କିମ ଘୋଷଣା କରାଯାଇଥିଲା। ‘ଅଗ୍ନିପଥ’ ସ୍କିମ ଅନୁଯାୟୀ ‘ଅଗ୍ନିବୀର’ ହୋଇ ଯୋଗଦେଉଥିବା ଯବାନମାନେ ଚାରି ବର୍ଷ ପାଇଁ ତିନୋଟି ସେନାରେ ସାମିଲ ହୋଇ ଦେଶର ସେବା କରିବେ। ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଥିଲେ ଯେ ଚୀନ୍ ଏବଂ ପାକିସ୍ତାନ ସୀମାରେ ଆଗ୍ନିବୀର ନିୟୋଜିତ ହେବେ। ବିଶେଷ କଥା ହେଉଛି ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି ସହିତ ପ୍ରକୃତ ନିୟନ୍ତ୍ରଣ ରେଖାରେ ଏବେ ବି ବିବାଦ ଲାଗି ରହିଥିବା ବେଳେ ଭାରତ ଅଗ୍ନିପଥ ସ୍କିମ ଆଣିଛି। ଏହା ଜରିଆରେ ସୀମାର ସୁରକ୍ଷା କରିବା ସହଜ ହେବ। ତେବେ ଏହାକୁ ନେଇ ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଇଡି କାର୍ଯ୍ୟାଳୟରୁ ବାହାରିବା ପ‌ରେ ସେ ମୋଦୀ ସରକାରଙ୍କୁ ଟା‌ର୍ଗେଟ କରି କହିଛନ୍ତି ଯେ, ସେନାର ଗର୍ବ, ପରମ୍ପରା, ବୀରତ୍ୱ ଏବଂ ଶୃଙ୍ଖଳା ସହ ବିଜେପି ସରକାର ଖେଳ ଖେଳୁଛି। ରାହୁଲ ଗାନ୍ଧି କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ଯେତେବେଳେ ଭାରତ ଦୁଇଟି ଫ୍ରଣ୍ଟ(ପାକିସ୍ତାନ ଓ ଚୀନ)ରୁ ଆସୁଥିବା ଚ୍ୟାଲେଞ୍ଜର ସାମ୍ନା କରୁଛି, ସେତେବେଳେ ଅଗ୍ନିପଥ ଯୋଜନା ସଶସ୍ତ୍ର ବାହିନୀର କାର୍ଯ୍ୟକ୍ଷମତାକୁ ହ୍ରାସ କରିପାରେ। ବିଜେପି ସରକାର ସେନାର ଗର୍ବ, ପରମ୍ପରା, ବୀରତ୍ୱ ଏବଂ ଶୃଙ୍ଖଳା ସହିତ ଖେଳିବା ବନ୍ଦ କରିବା ଉଚିତ୍। ତେବେ ଗତକାଲି ଘୋଷଣା ହୋଇଥିବା ଅଗ୍ନିପଥ ସ୍କିମରେ କେବଳ ୧୭-୨୧ବର୍ଷୀୟ ମହିଳା ଓ ପୁରୁଷ ଲାଭ ଉଠାଇପାରିବେ। ସେମାନଙ୍କୁ କେବଳ ୪ବର୍ଷ ପାଇଁ ନିଯୁକ୍ତି ମିଳିବ। ମାସିକ ଦରମା ୩୦,୦୦୦-୪୦,୦୦୦ ରହିବ। ଅଗ୍ନିବୀର ହୋଇ ଦେଶର ସେବା କରିବା ସମୟରେ ଅର୍ଜନ କରାଯାଇଥିବା କୌଶଳ ଏବଂ ଅଭିଜ୍ଞତା ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଚାକିରି ସମୟ ମଧ୍ୟରେ ସେମାନଙ୍କୁ ଭଲ ଦରମା ଓ ବିଭିନ୍ନ ସୁବିଧା ସୁଯୋଗ ମିଳିବା ସହ ୪ବର୍ଷ ପରେ ମଧ୍ୟ ସେମାନଙ୍କୁ ଭଲ ପ୍ୟାକେଜ ସହ ସେବାରୁ ମୁକ୍ତ କରାଯିବ। ଚାରି ବର୍ଷ ପରେ ସମସ୍ତ ଆଗ୍ନିବୀରଙ୍କୁ ସ୍ଥାୟୀ କ୍ୟାଡରରେ ନାମଲେଖା ପାଇଁ ସ୍ୱେଚ୍ଛାକୃତ ଭାବେ ଆବେଦନ କରିବାର ସୁଯୋଗ ଦିଆଯିବ। ସେବା ସମୟରେ ଯୋଗ୍ୟତା ଏବଂ କାର୍ଯ୍ୟଦକ୍ଷତା ଉପରେ ଆଧାର କରି ୨୫ପ୍ରତିଶତ ଯବାନମାନଙ୍କୁ ଦୀର୍ଘ ବର୍ଷ ଧରି କାମ କରିବା ପାଇଁ ସେନାରେ ସାମିଲ କରାଯିବ। ବାର୍ଷିକ ପ୍ୟାକେଜ୍ ସହିତ କିଛି ଭତ୍ତା ମଧ୍ୟ ଉପଲବ୍ଧ ହେବ। ସେବା ସମୟରେ ଅକ୍ଷମ ହେଲେ ବି ପୂର୍ଣ୍ଣ ଦରମା ଏବଂ ସୁଧ ଉପଲବ୍ଧ ହେବ। ଆୟକରରୁ ‘ସେବା ପାଣ୍ଠି’ ଛାଡ କରାଯିବ। ତେବେ ଅଗ୍ନିବୀରଙ୍କୁ ଗ୍ରାଚ୍ୟୁଇଟି ଏବଂ ପେନସନର ସୁବିଧା ନମିଳିବା ସହ ଭାରତୀୟ ସଶସ୍ତ୍ର ବାହିନୀରେ ୪ବର୍ଷର କାର୍ଯ୍ୟକାଳ ପାଇଁ ଆଗ୍ନିବୀରଙ୍କୁ ୪୮ଲକ୍ଷ ଟଙ୍କାର ଜୀବନ ବୀମା ପ୍ରଦାନ କରାଯିବ। ଆପଣ joinindianarmy.nic.in, joinindiannavy.gov.in, careerindianairforce.cdac.in, ୱେବସାଇଟକୁ ଯାଇ ଆବେଦନ କରିପାରିବେ। ମଙ୍ଗଳବାର ଦିନ ଏହି ଯୋଜନା ଘୋଷଣା କରାଯାଇଛି ଏବଂ ଖୁବ୍ ଶୀଘ୍ର ଆବେଦନ କରିବାର ତାରିଖ ଘୋଷଣା କରାଯିବ।

Share Now:

Kalinga News Beuro

Next Post

ବେଲଗାମ ଟ୍ରାଫିକ୍ : କଲବଲ ହେଲେ ଲୋକ

Wed Jun 15 , 2022
ପ୍ରବେଶ ପଥରେ ଗୋଲେଇ ଛକ ପାଇଁ ପ୍ରସ୍ତାବ ଭୁବନେଶ୍ବର: ରସୁଲଗଡ଼ ଶିଳ୍ପାଞ୍ଚଳର ପ୍ରବେଶ ପଥରେ ଟ୍ରାଫିକ୍ ସମସ୍ୟା ସୁଧୁରିବାର ନାଁ ଧରୁନି। ବିଭିନ୍ନ ପର୍ବପର୍ବାଣି ହେଉ କି ସାଧାରଣ ଦିନ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହୁଛନ୍ତି ଗାଡ଼ି ଚାଳକ। ଆଜି ଏଭଳି ଅସମ୍ଭାଳ ଭିଡ଼ ରସୁଲଗଡ଼ ଶିଳ୍ପାଞ୍ଚଳ ପ୍ରବେଶ ପଥରେ ଦେଖିବାକୁ ମିଳିଥିଲା। ଗତକାଲି ପହିଲି ରଜରେ ଭିଡ଼ ସମ୍ଭାବନା ଥିବା ବେଳେ ସାଧାରଣ ଦିନ ଭଳି […]
ବେଲଗାମ ଟ୍ରାଫିକ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial