୩୧ ମାର୍ଚ୍ଚରେ ଶେଷ ହେଉଛି ଜିଓ ପ୍ରାଇମ୍‌ ମେମ୍ବରସିପ୍‌ ସବ୍‌ସ୍କ୍ରିପସନ୍‌

ନୂଆଦିଲ୍ଲୀ: ଦେଢ ବର୍ଷ ତଳେ ଜିଓ ଟେଲିକମ୍‌ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲା। ଜିଓର ଏଣ୍ଟ୍ରି ପରେ ୬ ମାସ ପର୍ଯ୍ୟନ୍ତ ସବୁ ସେବା ମାଗଣାରେ ଗ୍ରାହକମାନଙ୍କୁ ଜିଓ ଯୋଗାଇ ଦେଇଥିଲା। ଏହାପରେ ୯୯ଟଙ୍କାର ପ୍ରାଇମ୍‌ ମେମ୍ବରସିପ୍‌ ଅଫର ଲଞ୍ଚ ହୋଇଥିଲା। ଏହା ଜରିଆରେ ଗ୍ରାହକଙ୍କୁ କମ୍‌ ରିହାତିରେ ଅଧିକ ଫାଇଦା ଯୋଗାଇ ଦିଆଯାଇଥିଲା।

କିନ୍ତୁ ବର୍ତ୍ତମାନ ଏହି ପ୍ରାଇମ୍‌ ମେମ୍ବରସିପ୍‌ ଅଫରର ଭ୍ୟାଲିଡିଟି ଶେଷ ହେବାକୁ ଯାଉଛି। ୩୧ ମାର୍ଚ୍ଚରେ ସରୁଛି ଜିଓ ପ୍ରାଇମ୍‌ ମେମ୍ବରସିପ୍‌ ଅଫର।

ଅଫର ଶେଷ ହୋଇଯିବା ପରେ କମ୍ପାନୀ କି ପଦକ୍ଷେପ ନେବ ଏହାର କିଛି ଘୋଷଣା ହୋଇନାହିଁ। ଆଶା କରାଯାଉଛି ଗ୍ରାହକମାନଙ୍କ ଲାଗି ପୁଣି ଥରେ ସର୍‌ପ୍ରାଇସ୍‌ ଦେବା ଲାଗି କମ୍ପାନୀ କିଛି ନୂଆ ଅଫର ଭେଟି ଦେଇପାରେ।

Share Now:

Kalinga News Beuro

Leave a Reply

Next Post

କେନ୍ଦ୍ରାପଡ଼ା: ନଦୀରେ ବୁଡ଼ି ଜଣେ ମୃତ

Tue Mar 27 , 2018
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ଉଦୟନଗର ନିକଟ ଗୋବରୀ ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛିି। ମିଳିଥିବା ସୂଚନା ଅନୁଯାୟୀ, ଉଦୟନଗରର ନଟବର ଦାସ(୫୬ ବର୍ଷ) ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଗାଧୋଇବା ପାଇଁ ଗୋବରୀ ନଦୀକୁ ଯାଇଥିଲେ। ମାତ୍ର ଗତକାଲି ରାତିରେ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial