କେନ୍ଦ୍ରାପଡ଼ା: ନଦୀରେ ବୁଡ଼ି ଜଣେ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ଉଦୟନଗର ନିକଟ ଗୋବରୀ ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛିି।

ମିଳିଥିବା ସୂଚନା ଅନୁଯାୟୀ, ଉଦୟନଗରର ନଟବର ଦାସ(୫୬ ବର୍ଷ) ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଗାଧୋଇବା ପାଇଁ ଗୋବରୀ ନଦୀକୁ ଯାଇଥିଲେ। ମାତ୍ର ଗତକାଲି ରାତିରେ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଶ୍ରୀ ଦାସଙ୍କର କୌଣସି ସୂଚନା ମିଳି ନଥିଲା। ତେବେ ଆଜି ସକାଳୁ ତାଙ୍କ ମୃତଦେହ ନଦୀରୁ ଠାବ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ପରିଚାଳନାଗତ ତ୍ରୁଟି ଯୋଗୁଁ ରାଜସ୍ୱ ହରାଇଛି ଓଏମ୍‌ସି

Tue Mar 27 , 2018
ଭୁବନେଶ୍ୱର: ପରିଚାଳନାଗତ ତ୍ରୁଟି ଯୋଗୁଁ ଓଡ଼ିଶା ଖଣି ନିଗମ (ସିଏମ୍‌ସି) ପ୍ରାୟ ୧,୮୩୯ କୋଟି ଟଙ୍କାର ରାଜସ୍ୱ ହରାଇଛି। ଆଜି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସରକାରୀ ଉଦ୍ୟୋଗ ସଂପର୍କିତ ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ, ଓଏମସି ୨୦୧୨ ରୁ ୨୦୧୭ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୧୧୪ ଲକ୍ଷ ମେଟ୍ରିକ ଟନ୍ ଲୁହାପଥର କମ୍ ଉତ୍ପାଦନ କରିଥିଲା। ଖଣି ପଟ୍ଟାର ପରିଚାଳନା ସଠିକ ନଥିବା, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial