ଜୁଲାଇ ପହିଲାରୁ ଲାଗୁ ହେବାକୁ ଯାଉଛି ସିମ୍‌କୁ ନେଇ ନୂଆ ନିୟମ

ମୁମ୍ବାଇ: ମୋବାଇଲ୍ ସିମ୍ କାର୍ଡ ପାଇଁ ନୂତନ ନିୟମାବଳୀ ଜାରି କରାଯାଇଛି। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଦ୍ୱାରା ମାର୍ଚ୍ଚ ୧୫, ୨୦୨୪ରେ ନୂତନ ନିୟମ ଜାରି କରାଯାଇଛି, ଯାହା ଜୁଲାଇ ୧, ୨୦୨୪ରୁ ସାରା ଦେଶରେ ଲାଗୁ ହେବ। ଟ୍ରାଇ କହିଛି ଯେ ନିୟମ ପରିବର୍ତ୍ତନ କଲେ ଠକେଇର ପରିମାଣ ହ୍ରାସ କରାଯାଇପାରିବ। ତଥାପି, ସାଧାରଣ ବ୍ୟବହାରକାରୀଙ୍କୁ ଏହି କାରଣରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ନୂତନ ନିୟମ ଅନୁଯାୟୀ, ମୋବାଇଲ୍ ବ୍ୟବହାରକାରୀ ଯେଉଁମାନେ ନିଜର ସିମ୍ କାର୍ଡ ଅଦଳବଦଳ (ସ୍ବାଇପ୍‌) କରିଛନ୍ତି ସେମାନେ ଆଉ ମୋବାଇଲ୍ ନମ୍ବର ପୋର୍ଟ କରିପାରିବେ ନାହିଁ। ଯେତେବେଳେ ସିମ୍ କାର୍ଡ ହଜିଯାଏ କିମ୍ବା ଭାଙ୍ଗିଯାଏ, ଆମେ ତାହା ବଦଳରେ ସେହି ନମ୍ବରରେ ଅନ୍ୟ ଏକ ସିମ୍‌ ଆଣନ୍ତି ତାହାକୁ ସିମ୍ ସ୍ବାଇପ କୁହାଯାଏ।
ଟ୍ରାଇ କହିଛି ଯେ ଠକେଇ ମାମଲାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଠକମାନଙ୍କୁ ସିମ୍ ଅଦଳବଦଳ କରି ଠକାମୀରୁ ରୋକିବା ପାଇଁ ଏହି ନୂତନ ନିୟମ ଲାଗୁ କରାଯାଇଛି। ଆଜିର ଯୁଗରେ, ସିମ୍ ସ୍ବାଇପ୍‌ରେ ଠକେଇ ବୃଦ୍ଧି ପାଇଛି, ଯେଉଁଥିରେ ଠକମାନେ ଆପଣଙ୍କ ପାନ୍ କାର୍ଡ ଏବଂ ଆଧାର ଫଟୋକୁ ସହଜରେ ନେଇପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଟ୍ରାଇ ଏହି ନୂଆ ନିୟମ ଲାଗୁ ହୋଇଛି।

Share Now:

Kalinga News Beuro

Next Post

ସିଏଏ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର

Sun Mar 17 , 2024
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅଧିନିୟମ, ୨୦୧୯ (ସିଏଏ)ର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବା ପାଇଁ କେରଳ ସୁପ୍ରିମକୋର୍ଟରେ ଏକ ନୂତନ ପିଟିସନ ଦାଖଲ କରି ଦର୍ଶାଇଛି ଯେ ଏହି ନିୟମ ଭେଭାବପୂର୍ଣ୍ଣ, ମନମୁଖୀ ଏବଂ ଧର୍ମନିରପେକ୍ଷତା ନୀତିର ଉଲ୍ଲଂଘନ କରୁଛି। ୨୦୧୯ରେ ସଂସଦରେ ଏହି ଆଇନ ପାରିତ ହେବାର ପାଖାପାଖି ୪ ବର୍ଷ ପରେ ଅର୍ଥାତ ମାର୍ଚ୍ଚ ୧୧ତାରିଖରେ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବାଟ ଖୋଲିଥିଲେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial