ସିଏଏ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅଧିନିୟମ, ୨୦୧୯ (ସିଏଏ)ର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବା ପାଇଁ କେରଳ ସୁପ୍ରିମକୋର୍ଟରେ ଏକ ନୂତନ ପିଟିସନ ଦାଖଲ କରି ଦର୍ଶାଇଛି ଯେ ଏହି ନିୟମ ଭେଭାବପୂର୍ଣ୍ଣ, ମନମୁଖୀ ଏବଂ ଧର୍ମନିରପେକ୍ଷତା ନୀତିର ଉଲ୍ଲଂଘନ କରୁଛି। ୨୦୧୯ରେ ସଂସଦରେ ଏହି ଆଇନ ପାରିତ ହେବାର ପାଖାପାଖି ୪ ବର୍ଷ ପରେ ଅର୍ଥାତ ମାର୍ଚ୍ଚ ୧୧ତାରିଖରେ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବାଟ ଖୋଲିଥିଲେ। ଏହି ଆଇନ ଅନୁସାରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣମୁସଲମାନ ପ୍ରବାସୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ।
କେରଳ ସରକାର ସିଏଏ ନିୟମକୁ ଅସାମ୍ବିଧାନିକ ବୋଲି କହିବା ସହ ଧର୍ମ ଓ ଦେଶ ଆଧାରରେ ବର୍ଗୀକରଣ ଭେଦଭାବପୂର୍ଣ୍ଣ, ମନମୁଖୀ, ଅଯୌକ୍ତିକ ଏବଂ ଧର୍ମନିରପେକ୍ଷତା ନୀତିର ଉଲ୍ଲଂଘନ ବୋଲି କହିଛନ୍ତି। ନାଗରିକତା ସଂଶୋଧନ ଆଇନ, ୨୦୧୯ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନଗୁଡ଼ିକର ସମାଧାନ ନହେବା ପର୍ଯ୍ୟନ୍ତ ନାଗରିକତା ସଂଶୋଧନ ନିୟମ, ୨୦୨୪ର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନଗୁଡ଼ିକର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ରାଜି ହୋଇଛନ୍ତି।

Share Now:

Kalinga News Beuro

Next Post

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ : ୮ ତାଲିବାନୀ ମୃତ

Mon Mar 18 , 2024
କାବୁଲ : ପାକିସ୍ତାନ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିଛି। ପାକିସ୍ତାନର ଏହି ଏୟାରଷ୍ଟ୍ରାଇକରେ ୭ ଜଣ ତାଲିବାନ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି। ଏହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଛି। ପାକିସ୍ତାନ ଆଫଗାନିସ୍ତାନରେ ପ୍ରବେଶ କରି ତେହରିକ-ଏ-ତାଲିବାନ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀକୁ ଟାର୍ଗେଟ କରିଛି। ପାକିସ୍ତାନ ସୀମାରେ ଥିବା ଖୋଷ୍ଟ ଓ ପକ୍ତିତା ପ୍ରଦେଶର ଦୁଇଟି ଭିନ୍ନ ଭିନ୍ନ ଟାର୍ଗେଟରେ ଏହି ଏୟାର ଷ୍ଟ୍ରାଇକ୍ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial