ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ : ୮ ତାଲିବାନୀ ମୃତ

କାବୁଲ : ପାକିସ୍ତାନ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିଛି। ପାକିସ୍ତାନର ଏହି ଏୟାରଷ୍ଟ୍ରାଇକରେ ୭ ଜଣ ତାଲିବାନ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି। ଏହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଛି। ପାକିସ୍ତାନ ଆଫଗାନିସ୍ତାନରେ ପ୍ରବେଶ କରି ତେହରିକ-ଏ-ତାଲିବାନ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀକୁ ଟାର୍ଗେଟ କରିଛି। ପାକିସ୍ତାନ ସୀମାରେ ଥିବା ଖୋଷ୍ଟ ଓ ପକ୍ତିତା ପ୍ରଦେଶର ଦୁଇଟି ଭିନ୍ନ ଭିନ୍ନ ଟାର୍ଗେଟରେ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଛି। ଏହି ଶିବିରରୁ ପାକିସ୍ତାନ ଉପରେ ଆକ୍ରମଣ କରାଯାଉଥିବା ପାକିସ୍ତାନ ଅଭିଯୋଗ କରିଛି। ଗଣମାଧ୍ୟମ ସଂସ୍ଥା ଖୋରାସାନର ରିପୋର୍ଟ ଅନୁଯାୟୀ, ପକ୍ତିତାରେ ତାଲିବାନ କମାଣ୍ଡର ଅବଦୁଲ୍ଲା ଶାହ ଲୁଚି ରହିଥିବା ସ୍ଥାନକୁ ଟାର୍ଗେଟ କରିଛି ପାକିସ୍ତାନ। ଶାହ ନିହତ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାକିସ୍ତାନୀ ସେନାର ଏହି ଏୟାର ଷ୍ଟ୍ରାଇକରେ ଶାହଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନକୁ କଡ଼ା ନିନ୍ଦା କରି କହିଛନ୍ତି ଯେ ପାକିସ୍ତାନ ଆଫଗାନିସ୍ତାନ ଭିତରେ ଦୁଇଟି ଏୟାର ଷ୍ଟ୍ରାଇକ୍ କରିଛି, ଯେଉଁଥିରେ ୮ ଜଣ ପ୍ରାଣ ହରାଇଛନ୍ତି। ତାଲିବାନ ଏହାକୁ ଦେଶର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଛି। ଏହି ଆକ୍ରମଣରେ ଅନେକ ମହିଳା ଓ ଶିଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି।

Share Now:

Kalinga News Beuro

Next Post

ଡୁଙ୍ଗରପୁର ମାମଲାରେ ଆଜମ ଖାଁଙ୍କୁ ୭ ବର୍ଷ ଜେଲ୍

Mon Mar 18 , 2024
ରାମପୁର: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାଁଙ୍କୁ ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ବାକି ଦୋଷୀମାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଡୁଙ୍ଗରପୁର ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ଆଜମ ଖାନଙ୍କୁ ଆଇପିସି ଧାରା ୪୨୭, ୫୦୪, ୫୦୬, ୪୪୭ ଏବଂ ୧୨୦ ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଆଜମ ଖାନ, ପୂର୍ବତନ ପୌର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial