କତର ମାମଲାରେ ମୋଦୀଙ୍କ ହସ୍ତକ୍ଷେପ : ମୃତ୍ୟୁଦଣ୍ଡ ପାଇଥିବା ପୂର୍ବତନ ନୌସେନା ଅଧିକାରୀଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: କତରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଓ ଦୂତାବାସ ଅଧିକାରୀମାନେ ଭେଟିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ରାଷ୍ଟ୍ରଦୂତ ସମସ୍ତ ୮ ଜଣଙ୍କୁ ଭେଟିଛନ୍ତି। ଆବେଦନ ପରେ ଏହି ମାମଲାରେ କୋର୍ଟରେ ଏପର୍ଯ୍ୟନ୍ତ ଦୁଇଟି ଶୁଣାଣି ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, କତାରରେ ୮ ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କ ଫାଶୀ ଦଣ୍ଡାଦେଶ ମାମଲାରେ ଆମର ଆବେଦନର ଦୁଇଥର ଶୁଣାଣି ହୋଇଛି। ଆମେ ଏହି ମାମଲାର ଅନୁଧ୍ୟାନ କରୁଛୁ ଏବଂ ସମସ୍ତ ଆଇନଗତ ସହାୟତା ପ୍ରଦାନ କରୁଛୁ। ଗତ ରବିବାର (ଡିସେମ୍ବର ୩) ଜେଲରେ ଥିବା ୮ ଜଣଙ୍କୁ ଭେଟିବା ପାଇଁ ଆମ ରାଷ୍ଟ୍ରଦୂତଙ୍କୁ କନ୍ସୁଲାର ଆକସେସ୍ ମିଳିଥିଲା। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, କିନ୍ତୁ ଆମେ ଯାହା କରିପାରିବା ତାହା କରିବୁ।
ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁବାଇରେ ଅନୁଷ୍ଠିତ ସିଓପି-୨୮ ଅବସରରେ କତାରର ଅମୀର ଶେଖ୍ ତମିମ୍ ବିନ୍ ହମାଦ ଅଲ୍-ଥାନିଙ୍କୁ ଭେଟିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିନ୍ ହମାଦ ଅଲ୍ ଥାନିଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ କତାରରେ ରହୁଥିବା ଭାରତୀୟ ସମୁଦାୟର କଲ୍ୟାଣ ବିଷୟରେ ଆଲୋଚନା ହୋଇଥିଲା। ତେବେ ପ୍ରଧାନମନ୍ତ୍ରୀ ମୋଦୀ ଓ ହମାଦ ଅଲ ଥାନିଙ୍କ ମଧ୍ୟରେ କ’ଣ ଘଟିଥିଲା ତାହା ବାଗଚୀ କହି ନାହାନ୍ତି। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଥାନିଙ୍କ ସମ୍ମୁଖରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ନୌସେନାଙ୍କ ମାମଲା ଉଠାଇଥିଲେ।

Share Now:

Kalinga News Beuro

Next Post

ବିଶୁଦ୍ଧ ହେବ ଦୟା ନଦୀର ଜଳ : ନିର୍ମାଣ ହେବ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ବିଶୋଧନ ପ୍ଲାଣ୍ଟ

Thu Dec 7 , 2023
ଭୁବନେଶ୍ୱର : ଦୟା ନଦୀର ଜଳ ବିଶୁଦ୍ଧ ହେବ। ଏଥି ପାଇଁ ରାଜ୍ୟ ସରକାର ପ୍ରାରମ୍ଭିକ ପଦକ୍ଷେପ ନେଇଛନ୍ତି। ଦୟା ଓ ଗଙ୍ଗୁଆ ନାଳର ସଂଯୋଗ ସ୍ଥଳରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ବିଶୋଧନ ପ୍ଲାଣ୍ଟ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ ୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି। ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial