ସମଲିଙ୍ଗୀ ବିବାହ ଏକ ଜଟିଳ ପ୍ରସଙ୍ଗ, ତାହାକୁ ସଂସଦ ଉପରେ ଛଡ଼ାଯାଉ : ସୁପ୍ରିମକୋର୍ଟ

ସମଲିଙ୍ଗୀ ବିବାହ ଏକ ଜଟିଳ ପ୍ରସଙ୍ଗ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପାଇଁ ହୋଇଥିବା ଆବେଦନର ଶୁଣାଣିର ଆଜି ଥିଲା ପଞ୍ଚମ ଦିନ। ଆଜିର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏହା ଏକ ଜଟିଳ ପ୍ରସଙ୍ଗ, ସମାଜ ଉପରେ ଏହାର ବ୍ୟାପକ ପ୍ରଭାବ ରହିଛି। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଉପରେ ଶୁଣାଣି ନକରି ସଂସଦ ଉପରେ ଛାଡ଼ିଦିଅନ୍ତୁ। ସୋଲିସିଟର ଜେନେରାଲ କହିଛନ୍ତି ଯେ ବିବାହର ସଂଜ୍ଞା କ’ଣ ତାହା ହିଁ ପ୍ରକୃତ ପ୍ରଶ୍ନ। ଏହା କାହା ମଧ୍ୟରେ ବୈଧ ବୋଲି ବିବେଚନା କରାଯିବ ତାହା କିଏ ସ୍ଥିର କରିବ? ସମଲିଙ୍ଗୀ ବିବାହକୁ ବୈଧତା ଦେବା ପାଇଁ ହୋଇଥିବା ପିଟିସନରେ ଉଠାଯାଇଥିବା ପ୍ରସଙ୍ଗକୁ ସଂସଦକୁ ଛାଡ଼ିବା ପାଇଁ ବିଚାର କରିବାକୁ ସେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।
ମୁଁ ପ୍ରଥମେ ଜଣେ ଅଦାଲତ ଅଧିକାରୀ ଏବଂ ଜଣେ ନାଗରିକ ଭାବରେ କହୁଛି। ଏହା ଅତ୍ୟନ୍ତ ଜଟିଳ ପ୍ରଶ୍ନ, ଏହାକୁ ସଂସଦ ଉପରେ ଛାଡ଼ି ଦିଆଯିବା ଉଚିତ। ପ୍ରଶ୍ନ ଉଠୁଛି, ବିବାହ କେମିତି ଓ କାହା ମଧ୍ୟରେ ଗଢ଼ି ଉଠିଥାଏ? କେବଳ ସମାଜ ଉପରେ ନୁହେଁ, ଅନ୍ୟ ଆଇନ ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିବ କି? ଏହାକୁ ନେଇ ବିଭିନ୍ନ ରାଜ୍ୟ, ନାଗରିକ ସମାଜ ଗୋଷ୍ଠୀ ଓ ଅନ୍ୟାନ୍ୟ ଗୋଷ୍ଠୀ ମଧ୍ୟରେ ବିତର୍କ ହେବା ଦରକାର। ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଓ ଅନ୍ୟାନ୍ୟ ବିବାହ ଆଇନ ବ୍ୟତୀତ ଏଭଳି ୧୬୦ଟି ଆଇନ ରହିଛି ଯାହାର ପ୍ରଭାବ ପଡ଼ିବ। ଅଦାଲତ ଏକ ଜଟିଳ ବିଷୟ ଉପରେ ବିଚାର କରୁଛନ୍ତି ଯାହାର ଗଭୀର ସାମାଜିକ ପ୍ରଭାବ ରହିଛି। ବିବାହ କ’ଣ ଓ କାହା ମଧ୍ୟରେ ହେବ ତାହା କେବଳ ସଂସଦ ହିଁ ସ୍ଥିର କରିପାରିବ। ଏହାର ପ୍ରଭାବ ବିଭିନ୍ନ ଆଇନ ଓ ବ୍ୟକ୍ତିଗତ ଆଇନ ଉପରେ ପଡ଼ିଥାଏ।

Share Now:

Kalinga News Beuro

Next Post

ଆକର୍ଷଣ ହରାଉଛି ଜୟଦେବ ବାଟିକା: ଟିକେଟ୍‌ ଦରବୃଦ୍ଧି, ବିଚିତ୍ର ନିୟମରେ ପର୍ଯ୍ୟଟକ ହତାଶ

Wed Apr 26 , 2023
ଖଣ୍ଡଗିରି: ବନ ଉନ୍ନୟନ ନିଗମର ବିଚିତ୍ର ନିୟମ ଓ ରାତି ଟିକେଟ୍‌ ଦରବୃଦ୍ଧି ପାଇଁ ଜୟଦେବ ବାଟିକା ଆଉ ଆଗ ଭଳି ପର୍ଯ୍ୟଟକଙ୍କୁ ଆକର୍ଷଣ କରିପାରୁନାହିଁ। ବର୍ଦ୍ଧିତ ଦରରେ ରାତି ଟିକେଟ୍‌ କିଣି ଥରେ ବାଟିକାକୁ ଯାଉଥିବା ପର୍ଯ୍ୟଟକ ସେଭଳି କିଛି ମନୋରମ ପରିବେଶର ମଜା ନପାଇ ଆଉ ଥରେ ଯିବାକୁ ମୁହଁ ମୋଡ଼ୁଛନ୍ତି। ରାତିରେ ଉପଯୁକ୍ତ ଆଲୋକ ଅଭାବରୁ କୃତ୍ରିମ ଜଳପ୍ରପାତ, ନଈ ଓ ଜଳ ଫୁଆରାର ଆକର୍ଷଣ […]
ଆକର୍ଷଣ ହରାଉଛି ଜୟଦେବ ବାଟିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial