ମାର୍ଚ୍ଚ ୨୦୨୪ ସୁଦ୍ଧା ବନ୍ଦେ ଭାରତ ସ୍ଲିପର : କେନ୍ଦ୍ର ରେଳମନ୍ତ୍ରୀ

ମାର୍ଚ୍ଚ ୨୦୨୪ ସୁଦ୍ଧା ବନ୍ଦେ ଭାରତ ସ୍ଲିପର

ନୂଆଦିଲ୍ଲୀ : ବନ୍ଦେ ଭାରତ ଏକ୍ସପ୍ରେସ ଭାରତରେ ରେଳ ଯାତ୍ରା କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ କରିଥିବାବେଳେ ଏହାର ସ୍ଲିପର ଭର୍ସନ ଚଳାଇବାକୁ ସରକାର ଯୋଜନା କରୁଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ୨୦୨୪ ମାର୍ଚ୍ଚ ସୁଦ୍ଧା ଦେଶରେ ବନ୍ଦେ ଭାରତ ସ୍ଲିପର ଏକ୍ସପ୍ରେସ ଚାଲିବ। ଏହାକୁ ବନ୍ଦେ ସ୍ଲିପର କୁହାଯାଉଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବନ୍ଦେ ଭାରତ ଟ୍ରେନର ପ୍ରଥମ ବ୍ୟାଚ୍ ସ୍ଲିପର ଭାରିଏଣ୍ଟ ମାର୍ଚ୍ଚ ୨୦୨୪ରେ ଆରମ୍ଭ ହେବ। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍) ଡିସେମ୍ବର ଶେଷ ସୁଦ୍ଧା ବନ୍ଦେ ଭାରତର ସ୍ଲିପର ଭାରିଆଣ୍ଟର ଡିଜାଇନ୍ ପ୍ରସ୍ତୁତ କରିବ ଓ ମାର୍ଚ୍ଚ ୨୦୨୪ ସୁଦ୍ଧା ଏହା ଟ୍ରାକରେ ଗଡ଼ିବ।
ଏହା ପୂର୍ବରୁ ମେ ମାସରେ କେନ୍ଦ୍ର ରେଳମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ ବନ୍ଦେ ଭାରତର ତିନୋଟି ସଂସ୍କରଣ ଦେଶରେ ଚାଲିବ। ଏଥିରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ବନ୍ଦେ ମେଟ୍ରୋ, ୧୦୦-୫୫୦ କିଲୋମିଟର ପର୍ଯ୍ୟନ୍ତ ବନ୍ଦେ ଚେୟାର କାର୍ ଏବଂ ୫୫୦ କିଲୋମିଟରରୁ ଅଧିକ ଯାତ୍ରା ଅର୍ଥାତ ଦୂରଗାମୀ ଯାତ୍ରା ପାଇଁ ବନ୍ଦେ ସ୍ଲିପର ଟ୍ରେନ୍ ଉଦ୍ଦିଷ୍ଟ। ସୂଚନାଯୋଗ୍ୟ ଯେ ଦେଶରେ ୨୦୧୯ରେ ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିଥିଲା। ଏବେ ଦେଶରେ ୧୯ଟି ବନ୍ଦେ ଭାରତ ଚାଲୁଛି।

Share Now:

Kalinga News Beuro

Next Post

ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ହୋଲି ଖେଳିବା ମନା

Wed Jun 21 , 2023
କର୍ତ୍ତୃପକ୍ଷ କହିଲେ ଏହା ଇସ୍ଲାମୀୟ ପରିଚୟର ବିରୋଧୀ କରାଚୀ : ପାକିସ୍ତାନର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ହୋଲି ପାଳନକୁ ନିଷିଦ୍ଧ କରାଯାଇଛି। ଏନେଇ ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗ (ଏଚଇସି) ( ଭାରତର ୟୁଜିସି ପରି) ଏକ ଆଦେଶ ଜାରି କରିଛନ୍ତି। ଆଦେଶରେ କୁହାଯାଇଛି ଯେ ହୋଲି ପାଳନ ପାକିସ୍ତାନର ଇସ୍ଲାମୀୟ ପରିଚୟର ବିରୋଧାଚରଣ କରୁଛି। ଗତ ଜୁନ୍ ୧୨ରେ ପାକିସ୍ତାନର କାଏଦ-ଏ-ଆଜମ ବିଶ୍ୱବିଦ୍ୟାଳୟରେ ହୋଲି ପର୍ବ ପାଳିତ ହୋଇଥିଲା। ଏହି ସମୟରେ […]
ପାକିସ୍ତାନ ବିଶ୍ବବିଦ୍ୟାଳୟରେ ହୋଲି ଖେଳିବା ମନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial