ରଣଜୀ ଟ୍ରଫି: ଉତ୍ତରାଖଣ୍ଡକୁ ୧୦ ୱିକେଟ୍‌ରେ ହରାଇଲା ଓଡ଼ିଶା

ଓଡ଼ିଶାକୁ ହ୍ୟାଟ୍ରିକ୍‌ ବୋନସ ପଏଣ୍ଟ, ଶାନ୍ତନୁ ଶ୍ରେଷ୍ଠ ଖେଳାଳି

କଟକ: ଚଳିତ ରଣଜୀ ଋତୁରେ ଓଡ଼ିଶାର ବିଜୟ ଧାରା ଜାରି ରହିଛି। ଓଡ଼ିଶା ହ୍ୟାଟ୍ରିକ୍‌ (ଲଗାତର ତୃତୀୟ ମ୍ୟାଚ୍‌ରେ) ବୋନସ ପଏଣ୍ଟ ମଧ୍ୟ ହାସଲ କରିଛି। ଡ୍ରିମ୍ସରେ ଶେଷ ହୋଇଥିବା ମ୍ୟାଚ୍‌ରେ ଉତ୍ତରାଖଣ୍ଡକୁ ୧୦ ଵିକେଟରେ ପରାସ୍ତ କରି ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ସି’ର ଶୀର୍ଷସ୍ଥାନ ବଜାୟ ରଖିଛି। ବିଜୟ ପାଇଁ ଓଡ଼ିଶା ସମ୍ମୁଖରେ ୬୦ ରନ୍‌ ଧାର୍ଯ୍ୟ ହୋଇଥିଲା। ଗୋବିନ୍ଦ ପୋଦ୍ଦାର ୨୬ ଓ ଶାନ୍ତନୁ ମିଶ୍ର ୨୯ ରନ୍‌ କରି ଓଡ଼ିଶାକୁ ବିଜୟ ଭେଟି ଦେଇଥିଲେ। ପ୍ରଥମ ପାଳିରେ ଶତକ ଅର୍ଜନ କରିଥିବା ଶାନ୍ତନୁ ମିଶ୍ରଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଏହାପରେ ଓଡ଼ିଶା ଚତୁର୍ଥ ମ୍ୟାଚ୍‌ ଅଗରତାଲାରେ ତ୍ରିପୁରା ବିପକ୍ଷରେ ଜାନୁଆରି ୩ ତାରିଖରୁ ଖେଳିବ। ଉତ୍ତରାଖଣ୍ଡ ଅସମାପ୍ତ ଦ୍ଵିତୀୟ ପାଳି ସ୍କୋର୍‌ ୫୪/୪ରୁ ଶେଷ ଦିନ ଖେଳ ଆରମ୍ଭ କରିଥିଲା। ଶନିବାର ପାଗ ଖେଳିବା ପାଇଁ ଅନୁକୂଳ ହୋଇଥିବା ବେଳେ ଓଡ଼ିଶା ବୋଲରମାନେ ସକାଳୁଆ ଥଣ୍ଡା ପବନର ଭରପୂର ଫାଇଦା ଉଠାଇଥିଲେ। କରଣବୀର କୌଶଲ (୧୨)ଙ୍କୁ ବସନ୍ତ ମହାନ୍ତି ବୋଲ୍ଡ କରିବା ପରେ ଦିକ୍ଷା˚ଶୁ ନେଗି (୪୦), ରାହିଲ ଶାହା (୧୧), ସନି (୦) ଓ ଧନରାଜ ଶର୍ମା (୫୦)ଙ୍କୁ ଆଉଟ କରି ସୂର୍ଯ୍ୟକାନ୍ତ ୫ ଵିକେଟ ସଫଳତା ଅର୍ଜନ କରିଥିଲେ। ୧୯୫ ରନ୍‌ରେ ସମସ୍ତ ଵିକେଟ ହରାଇବା ପରେ ଓଡ଼ିଶା ସମ୍ମୁଖରେ ୬୦ ରନ୍‌ର ଲକ୍ଷ ଧାର୍ଯ୍ୟ ହୋଇଥିଲା। ଜବାବରେ ଓଡ଼ିଶା ପାଇଁ ଦେବାଶିଷ ସାମନ୍ତରାୟ ଓ ଶାନ୍ତନୁ ମିଶ୍ର ପାଳି ଆରମ୍ଭ କରିଥିଲେ। ତେବେ ୭.୧ ଓଭରରେ ଧନରାଜଙ୍କ ବାଉନ୍ସରରେ ଦେବାଶିଷ ଗୁରୁତର ଆହତ ହୋଇଥିଲେ। ତାଙ୍କ ବଦଳରେ ଗୋବିନ୍ଦ ପୋଦ୍ଦାର (୨୬) ବ୍ୟାଟି˚ କରିବାକୁ ଆସି ଶାନ୍ତନୁ (୨୯) ଙ୍କ ସହ ମିଶି ୨୧.୪ ଓଭରରେ ଦଳକୁ ଜିତାଇଥିଲେ।
ସ˚କ୍ଷିପ୍ତ ସ୍କୋର: ଉତ୍ତରାଖଣ୍ଡ ପ୍ରଥମ ପାଳି ୪୮.୪ ଓଭରରେ ୧୧୭। ଓଡ଼ିଶା ପ୍ରଥମ ପାଳି ୮୩.୫ ଓଭରରେ ୨୫୩। ଉତ୍ତରାଖଣ୍ଡ ଦ୍ବିତୀୟ ପାଳି ୫୨.୧ ଓଭରରେ ୧୯୫ (ଦିକ୍ଷା˚ଶୁ ନେଗି ୪୦, ଧନରାଜ ଶର୍ମା ୫୦, ବସନ୍ତ ମହାନ୍ତି ୩/୭୬, ରାଜେଶ ମହାନ୍ତି ୧/୩୫, ସୂର୍ଯ୍ୟକାନ୍ତ ପ୍ରଧାନ ୫/୬୩, ଦେବବ୍ରତ ପ୍ରଧାନ ୧/୭)। ଓଡ଼ିଶା ଦ୍ଵିତୀୟ ପାଳି ୨୧.୪ ଓଭରରେ ୬୩/୦ (ଶାନ୍ତନୁ ମିଶ୍ର ୨୯, ଗୋବିନ୍ଦ ପୋଦ୍ଦାର ୨୬)।

Share Now:

Kalinga News Beuro

Leave a Reply

Next Post

ଜାନୁଆରି ୧୭ରୁ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଚାଲିବ ଦ୍ୱିତୀୟ ତେଜସ୍ ଏକ୍ସପ୍ରେସ୍

Sun Dec 29 , 2019
ମୁମ୍ବାଇ: ଦିଲ୍ଲୀ ଏବଂ ଲକ୍ଷ୍ନୌ ପରେ ଏବେ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ତଜେସ୍ ଏକ୍ସପ୍ରେସ୍ ଚଳାଚଳ କରିବ। ଆସନ୍ତାବର୍ଷ ୧୭ ତାରିଖରୁ ଏହି ଟ୍ରେନ ଚାଲିବ ବୋଲି ପଶ୍ଚିମ ରେଳବାଇର ମୁଖ୍ୟ ପ୍ରବକ୍ତା ରବିନ୍ଦର ଭାକଡ଼ କହିଛନ୍ତି। ତେବେ ବାଣିଜ୍ୟିକ ଚଳାଚଳ ଜାନୁଆରି ୧୯ ତାରିଖରୁ ଅହମ୍ମଦାବାଦରୁ ଆରମ୍ଭ ହେବ। ଆଇଆରସିଟିସି ପରିଚାଳନାରେ ଚାଲୁଥିବା ଏହି ଟ୍ରେନ୍‌ରେ ଯାତ୍ରୀଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ମିଳୁଛି। ଅହମ୍ମବାଦ ଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial