ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଖୋଲିବାକୁ ଦାବି ରଖିଛନ୍ତି ମୁଖ୍ୟ ବାଡଗ୍ରାହୀ

ଶ୍ରୀଜିଉଙ୍କ ମୁଖ୍ୟ ବାଡଗ୍ରାହୀ

ପୁରୀ: ମହାପ୍ରଭୂଙ୍କ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ଜଗନ୍ନାଥ ସ୍ବାଇଁ ମହାପାତ୍ର ରତ୍ନ ଭଣ୍ଡାର ଖୋଲିବାକୁ ସମର୍ଥନ କରନ୍ତି ବୋଲି କହିଛନ୍ତି। ଏହାଛଡ଼ା ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ପ୍ରଭୂ ବ୍ୟବହାର କରନ୍ତୁ ଏବଂ ତାଙ୍କ ପାଇଁ ନୂଆ ଅଳଙ୍କାର ତିଆରି କରିବାକୁ ମୁଖ୍ୟ ବାଡଗ୍ରାହୀ ଦାବି କରିଛନ୍ତି। କାରଣ ପ୍ରଭୂ ପିନ୍ଧୁଥିବା ମାଳି, ମୁକୁଟ ଆଦି ବହୁ ଅଳଙ୍କାର ପୁରୁଣା ହୋଇଗଲାଣି। ନୂଆ ଅଳଙ୍କାର ପ୍ରସ୍ତୁତ କରିବା ପାଇଁ ସେ ସରକାର ଓ ପ୍ରଶାସନକୁ ଅନୁରୋଧ କରିଛନ୍ତି। ମହାପ୍ରଭୂଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ପ୍ରଭୂଙ୍କ ବ୍ୟବହାରକୁ ଅଣାଯାଏ ବୋଲି ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ୨୦୨୧ ସାଧାରଣ ନିର୍ବାଚନ ପୂର୍ବରୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ ପଶ୍ଚିମବଙ୍ଗ ଯାଇ ପୂଜାର୍ଚ୍ଚନା କରିବାକୁ ନିମନ୍ତ୍ରଣ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା। ଏହାପରେ ଫଳାଫଳ ଆସିଥିଲା ଏବଂ ସେ ବିଜୟୀ ହୋଇଥିଲେ। ବିଜୟ ପରେ ମଧ୍ୟ ପଶ୍ଚିମବଙ୍ଗ ଯିବା ପାଇଁ ନିମନ୍ତ୍ରଣ କରିଥିଲେ ମମତା। କିନ୍ତୁ ଏବେ ରଥଯାତ୍ରା ଥିବାରୁ ସେ ମହାହବିଷ ପାଳନ କରୁଛନ୍ତି ଏବଂ ରଥଯାତ୍ରା ପରେ ସେ ପଶ୍ଚିମବଙ୍ଗ ଯିବେ ବୋଲି ମମତା ବାନାର୍ଜୀଙ୍କୁ କହିଥିବା କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର।

Share Now:

Kalinga News Beuro

Next Post

ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ : ରାତି ୧୧ଟାରେ ବେଶଓଲାଗି

Wed Jul 21 , 2021
ପୁରୀ: ଶ୍ରୀଜିଉମାନେ ତିନି ରଥରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। ସେବାୟତମାନଙ୍କର ଦ୍ୱାରା ଶ୍ରୀଜିଉମାନଙ୍କୁ ସୁନା ଅଳଙ୍କାରରେ ସଜାଯାଇଛି। ଶ୍ରୀଜିଉଙ୍କ ସୁନାବେଶ ପାଇଁ ରତ୍ନଭଣ୍ଡାରରୁ ଆଭୂଷଣ ଆସିଛି। କିରିଟି, ଶ୍ରୀପୟର, ଶ୍ରୀଭୂଜ, ଚନ୍ଦ୍ର-ସୂର୍ଯ୍ୟ, ଚକ୍ର ଆଦି ଆଭୂଷଣ ଆସିଛି। ମହାପ୍ରଭୁ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଭକ୍ତଙ୍କୁ ଦେଖିବାକୁ ସୁଯୋଗ ମିଳିଛି। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବଡ଼ଦାଣ୍ଡକୁ ମନା ଥିବାରୁ ଶ୍ରୀଜିଉଙ୍କ […]
ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial