ଆଉ ଏକ ଲଜ୍ୟା:ବିଶ୍ୱବିଦ୍ୟାଳୟରେ କୁକର୍ମ, ମହିଳା ପ୍ରଫେସର ଗିରଫ

ଚେନ୍ନାଇ: ତାମିଲନାଡ଼ୁର ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟର ଉପର ଅଧିକାରୀଙ୍କ କାମବାସନା ଚରତାର୍ଥ କରିବା ପାଇଁ କଲେଜ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଓ ଭୟ ଦେଖାଇ ପଠାଉଥିବା ପ୍ରଫେସର ନିର୍ମଳା ଦେବୀଙ୍କୁ ପୁଲିସ ଗିରଫ କରିଛି। ଏ ବାବଦ କେତେକ ବଳିଷ୍ଠ ପ୍ରମାଣ ମିଳିବା ପରେ ଆରୁପ୍ପୁ କୋଟ୍ଟାଇ ମହାବିଦ୍ୟାଳୟର ଏହି ପ୍ରଫେସରଙ୍କୁ ଗତକାଲି ପୁଲିସ ତାଙ୍କ ଘରୁ ଗିରଫ କରିଛି। ଏହି ମାମଲାରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ୧୫ ଦିନ ପାଇଁ ନିଲମ୍ବିତ କରିଥିବା ଜଣାପଡ଼ିଛି। ପୁଲିସର ଦୁଇଟି ସ୍ୱତନ୍ତ୍ର ଟିମ୍‌ ମାମଲାର ଖୋଳତାଡ଼ କରିବା ସହ ପୀଡ଼ିତା ଛାତ୍ରୀମାନଙ୍କ ବୟାନ ରେକର୍ଡ ପାଇଁ ପ୍ରୟାସ ଚଳାଇଛନ୍ତି।
ତାମିଲନାଡ଼ୁ ରାଜ୍ୟପାଳ ବନଓ୍ଵାରିଲାଲ ପୁରୋହିତ ଏହି ମାମଲାର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଆର୍‌ ସାନ୍ତାନମ୍‌ଙ୍କୁ ନିଯୁକ୍ତି ଦେଇଛନ୍ତି। ନିର୍ମଳା ଦେବୀ କଲେଜର ବହୁ ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟର ଅଧିକାରୀମାନଙ୍କ କାମବାସନା ମେଣ୍ଟାଇବାକୁ ପଠାଉଥିବା ଏକ ଅଡିଓ କ୍ଲିପ୍‌ରୁ ଜଣାପଡ଼ିବା ପରେ ଏହା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ୪୬ ବର୍ଷୀୟା ଏହି ପ୍ରଫେସର ରାଜ୍ୟପାଳଙ୍କୁ ମଧ୍ୟ ଭଲଭାବେ ଜାଣିଥିବା କହି ବିବାଦ ସୃଷ୍ଟି କରିଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ସେ ଏହି ମହିଳାଙ୍କୁ ଆଦୌ ଜାଣିନାହାନ୍ତି। ମାମଲାର ତଦନ୍ତ ପରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟପାଳ କହିଛନ୍ତି। ବିଶ୍ୱବିଦ୍ୟାଳୟର ଲମ୍ପଟ ଅଧିକାରୀଙ୍କୁ ଠାବ କରିବା ପାଇଁ ପ୍ରୟାସ ଚାଲିଛି। ଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ସହିତ ପରୀକ୍ଷାରେ ଭଲ ମାର୍କ ରଖିବା ପ୍ରତିଶ୍ରୁତି ଦେଇ ସେ ଏହି ଅନୈତିକ କାର୍ଯ୍ୟରେ ଲଗାଉଥିଲେ।
ଗଣିତ ବିଭାଗର ଏହି ପ୍ରଫେସରଙ୍କ ବିରୋଧରେ ପୁଲିସ ହାସଲ କରିଥିବା ପ୍ରମାଣକୁ ଏବେ ଅନୁଧ୍ୟାନ କରାଯାଉଛି। କେତେକ ଛାତ୍ରୀ ଏ ବାବଦରେ ମାସକ ତଳୁ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ବୋଲି ଜଣାପଡ଼ିଛି। ମାମଲା ନେଇ କେତେକ ଶିକ୍ଷକ ଓ ଛାତ୍ରୀଙ୍କ ବାର୍ତ୍ତାଳାପ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କଲେଜ କର୍ତ୍ତୃପକ୍ଷ ତତ୍ପର ହୋଇଉଠିଥିଲେ ଏବଂ ନିର୍ମଳା ଦେବୀଙ୍କ ବିରୋଧରେ କଲେଜ ସଂପାଦକ ଏତଲା ଦାଏର କରିଥିଲେ।

Share Now:

Kalinga News Beuro

Leave a Reply

Next Post

ବିମୁଦ୍ରାକରଣର ପ୍ରଭାବ:ଓଡ଼ିଶାରେ ଟଙ୍କା ସଙ୍କଟ

Wed Apr 18 , 2018
ଏଟିଏମରୁ ବାହାରୁନି ଟଙ୍କା,ଲୋକେ ହିନସ୍ତା ଭୁବନେଶ୍ୱର: ଓଡ଼ିଶାରେ ମଧ୍ୟ ଟଙ୍କା ସଙ୍କଟ ରହିଛି। ଭୁବନେଶ୍ୱରଠାରୁ ଆରମ୍ଭ କରି ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ଅଧିକାଂଶ ଏଟିଏମ୍‌ ଫାଙ୍କା ରହୁଛି। କିନ୍ତୁ ଛୋଟ ସହରଗୁଡ଼ିକରେ ସମସ୍ୟା ଅଧିକ ଗମ୍ଭୀର ରହିଛି। ଯେଉଁ ସ୍ଥାନଗୁଡ଼ିକରେ ୭-୮ଟି ଏଟିଏମ୍‌ ରହିଛି ସେଠାରେ ଅଧିକାଂଶ ଏଟିଏମ୍‌ରୁ ଟଙ୍କା ବାହାରୁ ନାହିଁ। ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ଗୁଡ଼ିକ ଶୀଘ୍ର ଫାଙ୍କା ହୋଇଯାଉଛି। କିଛି ଘରୋଇ ବ୍ୟାଙ୍କର ଏଟିଏମ୍‌କୁ ବାଦ ଦେଲେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial