ବଗଳା ଧର୍ମଶାଳା ବିକ୍ରି କରାଯାଇନାହିଁ, କେବଳ ବିସ୍ଥାପିତଙ୍କୁ ଥଇଥାନ କରାଯାଇଛି : ପୁରୀ ଜିଲ୍ଲା ପ୍ରଶାସନ

ବଗଳା ଧର୍ମଶାଳା

ଭୁବନେଶ୍ୱର : ବଗଳା ଧର୍ମଶାଳା ଜମି ବିକ୍ରି ସଂପର୍କରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଜାରି କୁହାଯାଇଛି ଯେ ଏହି ଜମି ବିକ୍ରି କରାଯାଇଥିବା କଥା ସତ୍ୟତା ଉପରେ ଆଧାରିତ ନୁହେଁ। ଏହି ଜମି କାହାରିକୁ ବିକ୍ରି କରାଯାଇନାହିଁ। ଏହି ଧର୍ମଶାଳାର ମାତ୍ର ୧୨ ପ୍ରତିଶତ ଅଞ୍ଚଳ ସେବାୟତ ଓ ମନ୍ଦିର ପରିସର ପାଇଁ ଜମିଛାଡ଼ିଥିବା ଲୋକମାନଙ୍କ ଥଇଥାନ ପାଇଁ ଆବଣ୍ଟନ କରାଯାଇଛି। ପ୍ରଶାସନ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ବଗଳା ଧର୍ମଶାଳା ପରିସରରେ ଯେଉଁମାନଙ୍କୁ ଥଇଥାନ କରାଯାଇଛି, ସେମାନେ ମୁଖ୍ୟତଃ ଭିତର ସେବାୟତ ନିଯୋଗର ଅନ୍ତର୍ଭୁକ୍ତ ଓ ସେମାନେ ଗତ ଅନେକ ବର୍ଷ ଧରି ମନ୍ଦିର ନିକଟରେ ରହୁଥିଲେ। ମହାପ୍ରଭୁଙ୍କ ପ୍ରତି ଭକ୍ତି ଓ ସରକାରଙ୍କ ଅନୁରୋଧ କ୍ରମେ ସେମାନେ ନିଜର ଏହି ଭିଟାମାଟି ମନ୍ଦିର କରିଡର ପ୍ରକଳ୍ପ ପାଇଁ ଛାଡ଼ିଦେଇଥିଲେ। ବିସ୍ଥାପିତ ପରିବାରଗୁଡ଼ିକୁ ସରକାରଙ୍କ ଅନୁମୋଦିତ ଥଇଥାନ ପ୍ୟାକେଜ ଅନୁସାରେ ରାଜସ୍ୱ ଜମିରେ ଥଇଥାନ କରାଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ବଗଳା ଧର୍ମଶାଳାରେ ମାତ୍ର ୨୦୦ ଲୋକ ରହିବା ପାଇଁ ବ୍ୟବସ୍ଥା ଥିଲା। କିନ୍ତୁ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ସରକାର ଏବେ ୨୦୦୦ ଲୋକ ରହିବା ପରି ଲଜ/ଧର୍ମଶାଳା ନିର୍ମାଣ କରୁଛନ୍ତି। ଆଗକୁ ଆହୁରି ୮୦୦୦ ଲୋକ ରହିବା ପାଇଁ ବ୍ୟବସ୍ଥା କରାଯିବ। ଏଣୁ ସରକାର ବଗଳା ଧର୍ମଶାଳା କ୍ଷମତାକୁ ୫୦ ଗୁଣ ବୃଦ୍ଧି କରୁଛନ୍ତି। ଏଣୁ ଶ୍ରୀମନ୍ଦିର ପାଇଁ ତ୍ୟାଗ କରିଥିବା ସେବାୟତମାନଙ୍କୁ ଆମେ କୃତଜ୍ଞତା ପ୍ରଦର୍ଶନ କରିବା ଉଚିତ ବୋଲି ଏଥିରେ କୁହାଯାଇଛି।

Share Now:

Kalinga News Beuro

Next Post

ପୁଲିସ ଅଟକଙ୍କୁ ଛାଡ଼ିବା ଏବଂ ବାଲି ମାଫିଆଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ଧାରଣା

Sun Aug 23 , 2020
ହିଞ୍ଜିଳି: ବାଲି ଚୋରା ଚାଲାଣକୁ ବିରୋଧ କରି ଏବଂ ପୁଲିସ ଅଟକ ରଖିଥିବା ୬ଜଣଙ୍କୁ ଛାଡ଼ିବା ଓ ବାଲି ମାଫିଆଙ୍କୁ ଗିରଫ ଦାବିରେ ଗ୍ରାମବାସୀମାନେ ହିଞ୍ଜିଳି ଥାନା ସମୁଖରେ ଧାରଣା ଦେବା ପରେ ସେଠାରେ ଚାପା ଉତ୍ତେଜନା ଖେଳିଥିଲା। ଏପରିକି ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଏବେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ଜଣାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ବାଲି ଚୋରା ଚାଲାଣ ସମୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା […]
ବାଲି ମାଫିଆଙ୍କୁ ଗିରଫ ଦାବି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial