ନୂଆପଡାରେ ପୁଣି ମହିଳାଙ୍କୁ ଖାଇଲା ବାଘ

ମହିଳାଙ୍କୁ ଖାଇଲା ବାଘ

ନୂଆପଡ଼ା: ମହିଳାଙ୍କୁ ଖାଇଲା ବାଘ। ମୃତା ହେଲେ ରାମେଶ୍ରୀ ମାଝୀ(୪୫)। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ ସିରିଆରିବାହାର ଗ୍ରାମରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା। ଗତକାଲି ସେ ଶୌଚ ହେବା ଲାଗି ଘର ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ଘରଲୋକେ ତାଙ୍କୁ ଖୋଜି ବି ପାଇନଥିଲେ। ଆଜି ସକାଳେ ରାମେଶ୍ରୀଙ୍କୁ ବାଘ ଖାଉଥିବାର ‌ଦେଖିବାକୁ ପାଇଥିଲେ। ଲୋକେ ବାଘକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ହେଲେ ବାଘ ପାଲଟା ସେମାନଙ୍କୁ ଆକ୍ରମଣ କରିବାରୁ ସେମାନେ ଭୟରେ ପଳାଇ ଆସିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାଯାଇଛି।
ସୂଚନାଯୋଗ୍ୟ, କିଛି ଦିନତଳେ ୬ ବର୍ଷର ନାବାଳକକୁ ମାରିଥିଲା। ସଂଧ୍ୟାରେ ଦାଣ୍ଡରେ ଖେଳୁଥିବା ଜଣେ ୬ ବର୍ଷର ନାବାଳକକୁ ବାଘ ଟାଣି ନେଇ ମାରିଦେଇଥିଲେ। ଗୋଧସପଡ଼ାରେ ସୋମବାର ସଂଧ୍ୟାରେ ୩ରୁ ୪ ଜଣ ନାବାଳକ ଏକାଠି ଖେଳୁଥିଲେ। ଏହି ସମୟରେ ହଠାତ୍ ୨ଟି ବାଘ ଆସି ହୁମନ ଧରୁଆଙ୍କ ୬ ବର୍ଷର ପୁଅ ଡମ୍ବରୁକୁ ଟାଣି ନେଇଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ଗୋଡ଼ାଇଥିଲେ। ଫଳରେ ୨ଶହ ମିଟର ଦୂରରେ ଏକ ପଥର ଚଟାଣରେ ନାବାଳକକୁ ଛାଡ଼ି ବାଘଦ୍ବୟ ପଳାଇ ଯାଇଥିଲେ। ଗ୍ରାମବାସୀ ପହଞ୍ଚିବାର କିଛି ସମୟରେ ପରେ ନାବାଳକର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ବନ କର୍ମଚାରୀମାନେ ମଧ୍ୟରେ ଗାଁରେ ପହଞ୍ଚି ମୃତଦେହ ନେଇ ନୂଆପଡ଼ା ଡାକ୍ତରଖାନାକୁ ଆସିଥିବା ଜଣାଯାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ବାଘ ଥିଲେ। ପ୍ରକାଶ ଥାଉକି ନୂଆପଡ଼ା ସଦର ବ୍ଲକ୍‌ ହଳଦି ଗ୍ରାମରେ ୨୦୧୭ ମସିହାରେ ନାବାଳକ ଛଗନ ପାଣ୍ଡେଙ୍କୁ ବାଘ ଟାଣି ନେଇ ମାରି ଦେଇଥିଲା। ସେହିପରି ୨୦୨୨ ମସିହାରେ ସୁନାବେଡ଼ା ଅଭୟାରଣ୍ୟ ଜଲମଣି ଗ୍ରାମର ଜଣେ ବୃଦ୍ଧାଙ୍କୁ ମଧ୍ୟ ବାଘ ଟାଣି ନେଇ ମାରିଥିଲା।

Share Now:

Kalinga News Beuro

Next Post

‘ବେଟିଙ୍ଗ୍‌ ଆପ୍‌’ ପ୍ରସଙ୍ଗରେ ଭୂପେଶ ବଘେଲ୍‌ଙ୍କୁ ସମାଲୋଚନା କଲେ ସ୍ମୃତି ଇରାନୀ

Sat Nov 4 , 2023
ନୂଆଦିଲ୍ଲୀ: ବେଆଇନ ‘ବେଟିଙ୍ଗ୍‌ ଅପରେଟର୍‌’ଙ୍କ ଦ୍ବାରା ଉପାର୍ଜିତ ‘ହାୱଲା ଟଙ୍କା’କୁ କଂଗ୍ରେସ ଛତିଶଗଡ଼ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରୁଛି ବୋଲି ଆଜି ‘ବିଜେପି’ ଅଭିଯୋଗ କରିଛି। ଉଲ୍ଲେଖଯୋଗ୍ୟ, ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ କହିଥିଲା କି, ସେମାନେ ଗୋଟାଏ ‘ୱେବ୍‌’ ବେନାମି ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଠାବ କରିଛନ୍ତି। ରାଜ୍ୟ ନିର୍ବାଚନ ପାଇଁ କୌଣସି ଜଣେ ‘ବଘେଲ୍‌’ଙ୍କୁ ୫୦୮ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ସ୍ବୀକାରୋକ୍ତି ମଧ୍ୟ ସେମାନେ ପାଇଛନ୍ତି। ଏହି ପ୍ରସଙ୍ଗରେ ଆଜି […]
‘ବେଟିଙ୍ଗ୍‌ ଆପ୍‌’ ପ୍ରସଙ୍ଗରେ ବଘେଲ୍‌ଙ୍କୁ ସମାଲୋଚନା କଲେ ସ୍ମୃତି ଇରାନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial