ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା : ଜନଜୀବନ ପ୍ରଭାବିତ

ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା

ଭୁବନେଶ୍ୱର : ପୁରୀଠାରୁ ୨୭୦ କିଲୋମିଟର ଦୂରରେ ଜୱାଦ ରହିଛି। କିନ୍ତୁ ଏହାର ପ୍ରଭାବରେ ଭୁବନେଶ୍ୱର ଓ କଟକରେ ଆଜି ସକାଳୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଟ୍ୱିନସିଟି ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। ପ୍ରବଳ ବର୍ଷା ହେବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି। ଏପରିକି ଭୁବନେଶ୍ୱର ଓ କଟକରେ ଖୁବ୍ କମସଂଖ୍ୟକ ବସ ଚଳାଚଳ କରୁଥିବାର ପରିଲକ୍ଷିତ ହେଉଛି। କଟକର ବାଦାମବାଡ଼ି ଅଞ୍ଚଳରେ ବର୍ଷାପାଣି ରାସ୍ତା ଉପରେ ପ୍ରବାହିତ ହେଉଛି।
ଟ୍ୱିନସିଟିର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ହେତୁ ପୂର୍ବାନୁମାନ ହୋଇଛି। ଭୁବନେଶ୍ୱର ଓ କଟକରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଦିଆଯାଇଛି। ଭୁବନେଶ୍ୱର ଏବଂ କଟକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରାଯାଇଛି। ମଝିରେ ମଝିରେ ପ୍ରବଳ ବର୍ଷା ହେବ। ଏଣୁ ଘରୁ ବାହାରକୁ ଯିବା ପାଇଁ ବାରଣ କରଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ କଟକରେ ୭ ରୁ ୧୧ ସେଣ୍ଟିମିଟର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଅଜସ୍ର ପ୍ରଶଂସା ସାଉଣ୍ଟିଲେ ବିଶ୍ୱକପ୍‌ ସ୍ଵେଚ୍ଛାସେବୀ

Sun Dec 5 , 2021
ଭୁବନେଶ୍ୱର: ବିଶ୍ୱକପ୍‌ ପାଇଁ ସ୍ଵେଚ୍ଛାସେବୀ ଦାଇତ୍ୱରେ ଥିବା କିଛି ଉଦୀୟମାନ କ୍ରୀଡ଼ା ତାରକା ଶନିବାର ଢେର ପ୍ରଶଂସା ସାଉଣ୍ଟିଥିଲେ। ଏମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ କାନାଡା ଓ ଚିଲି ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ ସୁରୁଖୁରୁରେ ଶେଷ ହୋଇଥିଲା। ବାତ୍ୟା ଜୱାଦ ପ୍ରଭାବରେ ଶନିବାର ସକାଳ ପାଗ ପୂରା କୋହଲା ରହିଥିଲା। ଝିପିଝିପି ବର୍ଷା ସତ୍ତ୍ୱେ ଆମେରିକା ଓ କାନାଡା ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ବେଳେ ବିଶେଷ ଅସୁବିଧା […]
ପ୍ରଶଂସା ସାଉଣ୍ଟିଲେ ବିଶ୍ବକପ୍‌ ସ୍ବେଚ୍ଛାସେବୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial