କଲମା ବ୍ୟାରେଜରୁ ପାଣି ଛାଡିଲା ଛତିଶଗଡ଼: ହୀରାକୁଦର ଜଳସ୍ତର ବୃଦ୍ଧି

ହୀରାକୁଦର ଜଳସ୍ତର ବୃଦ୍ଧି-1

ଭୁବନେଶ୍ୱର: ଛତିଶଗଡ଼ କଲମା ବ୍ୟାରେଜ ଖୋଲିଦେବାରୁ ହୀରାକୁଦରେ ବର୍ଷାପାଣି ପ୍ରବେଶ କରିଛି। ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଦେଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି, ଯାହାଫଳରେ ହୀରାକୁଦରେ ବର୍ଷା ପାଣି ପଶିବା ଆରମ୍ଭ ହୋଇଛି। କଲମା ଗେଟ୍ ଖୋଲିବା ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି।
ସୂଚନା ଅନୁଯାୟୀ, ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୩.୬୭ ଫୁଟ୍ ରହିଛି। ଏବେ ହୀରାକୁଦ ଜଳଭଣ୍ଡାରକୁ ୭୯ ହଜାର ୨୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ସେହିଭଳି ୨୯ ହଜାର ୭୭୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରର ମୋଟ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି। ଉପରମୁଣ୍ଡରେ ଯଦି ଏଭଳି ଲଗାତାର ବର୍ଷା ହୁଏ, ତେବେ ଖୁବ ଶୀଘ୍ର ହୀରାକୁଦ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛାଡ଼ିବ।

Share Now:

Kalinga News Beuro

Next Post

ଇସ୍ତଫା ଦେଇ ପାରନ୍ତି ମଣିପୁରର ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହ

Fri Jun 30 , 2023
ଇମ୍ଫାଲ୍‌: ଆଦିମ ଅଧିବାସୀଙ୍କ ସଂଘର୍ଷ ଯୋଗୁଁ ରାଜ୍ୟର ପରିସ୍ଥିତି କ୍ରମଶଃ ଖରାପ ହେଉଥିବା ବେଳେ ଆଜି ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂହ ଇସ୍ତଫା ଦେଇ ପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଆଜି ଅପରାହ୍ନ ୩ଟା ବେଳେ ସେ ମଣିପୁରର ରାଜ୍ୟପାଳ ଅନସୂୟା ୱିକେଙ୍କୁ ଭେଟି ଇସ୍ତଫା ପତ୍ର ଦେବେ ବୋଲି ଆଶା କରାଯାଉଛି। ସ୍ଥାନୀୟ ସମ୍ବାଦପତ୍ର ‘ଦି ସଙ୍ଗାଇ ଏକ୍ସପ୍ରେସ୍‌’ ରିପୋର୍ଟ ଅନୁସାରେ, ଇସ୍ତଫା ଦିଅନ୍ତୁ ନଚେତ କେନ୍ଦ୍ର […]
ମଣିପୁରର ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial