ସତର୍କ ସୂଚନା ଦେଲେ ମନ୍ତ୍ରୀ : ଆଳୁ ଦର ୪୦ ଛୁଇଁପାରେ

ଭୁବନେଶ୍ୱର : ସପ୍ତାହକ ତଳେ ଆଳୁ ଦର ଥିଲା ୭/୮ ଟଙ୍କା। ଏବେ ଦୁଇ ଗଣ ବଢ଼ି ୧୫ ଛୁଇଁଲାଣି। ଏତିକିରେ ସୀମିତ ରହିବନି ଆଳୁ ଦର। ଆହୁରି ବଢ଼ିବ। ଏପରିକି ୩/୪ ମାସ ଭିତରେ ୪୦ ଛୁଇଁଯାଇପାରେ।

ଖୋଦ୍‌ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏପରି ଆଶଙ୍କା ପ୍ରକଟ କରିଛନ୍ତି। ଏହି ଦର ବୃଦ୍ଧି ସମ୍ପର୍କରେ ଆଗୁଆ ସରକାର ସଚେତନ ଅଛନ୍ତି ବୋଲି ସେ କହିଛନ୍ତି। କିନ୍ତୁ ସରକାର ଦର ରୋକିବା ଦିଗରେ ବିଶେଷ କିଛି କରିପାରିବେ ନାହିଁ ବୋଲି ସେ ପରୋକ୍ଷରେ ଜଣାଇ ଦେଇଛନ୍ତି।

ମନ୍ତ୍ରୀଙ୍କ ଯୁକ୍ତି ରହିଛି, ଦେଶର ଅନ୍ୟ ଭାଗରେ ଆଳୁ ଫସଲ ନଷ୍ଟ ହୋଇଛି। ତେଣୁ ଆଳୁ ଉତ୍ପାଦନ କମ୍‌ ଥିବାରୁ ଦର ବଢ଼ିବାର ଆଶଙ୍କା ରହିଛି। ଆହୁରି ମଧ୍ୟ କେନ୍ଦ୍ର ସରକାର ଏ ନେଇ ଆଗୁଆ ସୂଚନା ଦେଇଥିଲେ। ଯେହେତୁ ଆଳୁ ଉତ୍ପାଦନ ଏଥର ପ୍ରଭାବିତ ହୋଇଛି, ତେଣୁ ଦର ବଢ଼ିପାରେ ବୋଲି କେନ୍ଦ୍ର ପକ୍ଷରୁ ଜଣାଇଦିଆଯାଇଥିଲା। ଶ୍ରୀ ପାତ୍ର ସୂଚନା ଦେଇଛନ୍ତି, ଗ୍ରାହକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାର ପଦକ୍ଷେପ ନେଉଛନ୍ତି। ନାଫେଡ୍‌ ଜରିଆରେ ଆଗୁଆ ଆଳୁ କିଣି ମହଜୁଦ୍‌ ରଖିବାକୁ ଯୋଜନା କରାଯାଉଛି।

Share Now:

Kalinga News Beuro

Leave a Reply

Next Post

ଅଷ୍ଟ୍ରେଲିଆ ତଟରେ ୧୫୦ ମୃତ ତିମି

Mon Mar 26 , 2018
ପର୍ଥ(ଅଷ୍ଟ୍ରେଲିଆ): ପଶ୍ଚିମ ଅଷ୍ଟ୍ରେଲିଆର ସମୁଦ୍ରତଟରେ ଗତକାଲି ୧୫୦ରୁ ଊର୍ଦ୍ଧ୍ୱ ତିମିଙ୍କ ମୃତଦେହ ଲାଗିଥିବା ଦେଖିବାକୁ ମିଳିଛି। କୂଳକୁ ଭାସି ଆସିଥିବା ଶହଶହ ତିମିଙ୍କ ମଧ୍ୟରୁ ମାତ୍ର ୧୫-୨୦ଟିକୁ ସ୍ଥାନୀୟ ଲୋକେ ବଞ୍ଚାଇପାରିଛନ୍ତି। ତେବେ ଏତେ ସଂଖ୍ୟକ ତିମିଙ୍କ ଏପରି ସାମୁହିକମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ। ପ୍ରତିଟି ତିମିର ଓଜନ ୫ରୁ ୮ଟନ ମଧ୍ୟରେ ହୋଇଥିବା ବେଳେ ଏମାନେ କ୍ଷୁଦ୍ର ପାଇଲଟ ପ୍ରଜାତିର ବୋଲି ଜଣାପଡ଼ିଛି। ସ୍ଥାନୀୟ ବିଶେଷଜ୍ଞମାନେ ନମୁନା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial