ଲୋକାର୍ପିତ ହେଲା ମାଲକାନଗିରି ବିମାନବନ୍ଦର

ମାଲକାନଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଠାରେ ନୂତନ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ମଧ୍ୟ ମାଲକାନଗିରିରେ ପହଞ୍ଚିଛନ୍ତି। ଏହାଛଡ଼ା ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ମାଲକାନଗିରି ଠାରେ ନିର୍ମାଣ ହୋଇଥିବା ନୂତନ ବିମାନବନ୍ଦର ଶୁଭାରମ୍ଭ ହେବାପରେ ଜିଲ୍ଲାବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଟର୍ମିନାଲ-୨ ପରିଦର୍ଶନ କରିଛନ୍ତି। ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହଜାର ହଜାର ଲୋକ ସମାଗମ ହେଲେ ଏବଂ ଉଦଘାଟନ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ବିଶାଲ ସିଂ ବୁଲି ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ।
ଚଉଦ ମାସରେ ଏହି ବିମାନବନ୍ଦର କାମ ଶେଷ ହେଲା। ବିମାନବନ୍ଦର ଟେଣ୍ଡର ପ୍ରକ୍ରିୟାରେ ଜୟପୁର ତାରାତାରିଣୀ କନଷ୍ଟ୍ରକସନ୍ ପ୍ରାଇଭେଟ ଲିମିଟେଡ୍ କାମ ପାଇଥିଲା। ଜମି ଅଧିଗ୍ରହଣ ହୋଇସାରିଥିବା ବେଳେ ୨୦୨୨ ମସିହା ନଭେମ୍ବର ୧ ତାରିଖରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ଅକ୍ଟୋବର ୩୧ ତାରିଖରେ ସମୟ ରହିଥିଲା। କିନ୍ତୁ ତାହାକୁ ଚଳିତ ମାସରେ ଶେଷ କରିଥିଲେ। ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଗତ ବର୍ଷ ମାର୍ଚ୍ଚ ମାସରେ ମାଲାକନଗିରି ଏୟାରପୋର୍ଟ ଗସ୍ତ କରି ନୂତନ ବର୍ଷ ପୂର୍ବରୁ କାମ ଶେଷ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବିମାନବନ୍ଦର ପାଇଁ ୫୪.୧୫ କୋଟି ଟଙ୍କା ବ୍ୟୟରେ ୧୪ ମାସରେ ନିର୍ମାଣ ହୋଇଛି।

Share Now:

Kalinga News Beuro

Next Post

ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ : ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ

Tue Jan 9 , 2024
ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରା। ଆଜି ସକାଳୁ ତାଙ୍କ ଭୁବନେଶ୍ୱରରେ ଥିବା ଭଡ଼ାଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ। ସୂଚନା ଅନୁଯାୟୀ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବାଲିଅପଦା ସ୍ଥିତ ଘର ସମେତ ୭ଟି ଜାଗାରେ ଚାଲିଛି ଚଢ଼ାଉ। ୫ଜଣିଆ ଟିମ୍ ଛାନଭିନ କରୁଥିବା ସୂଚନା ରହିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ଏନେଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial