ଶ୍ରେଣୀ ଗୃହ ଭିତରେ ଛାତ୍ରଛାତ୍ରୀଙ୍କୁ ପାଠ ପଚାରି ଅଡୁଆରେ ସରପଞ୍ଚ

ଅଡୁଆରେ ସରପଞ୍ଚ

କାମାକ୍ଷାନଗର: ସରକାର ନିୟମ କରୁଛନ୍ତି ଆଉ ସେହି ନିୟମକୁ ଭାଙ୍ଗୁଛନ୍ତି ପଞ୍ଚାୟତର ଲୋକ ପ୍ରତିନିଧି। ସରକାର କହିଛନ୍ତି ବିଦ୍ୟାଳୟ ଚାଲୁଥିବା ସମୟରେ ଶ୍ରେଣୀଗୃହ ଭିତରକୁ ଯାଇ କେହି ବି ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରଶ୍ନ ପଚାରି ପାରିବେ ନାହିଁ। କେବଳ ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ରହିବେ। ସେଥିରେ କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ରାଇବୋଲ ପଞ୍ଚାୟତର ଡେଙ୍ଗାବାହାଳି ସ୍କୁଲରେ।
ସରପଞ୍ଚ ଶାନ୍ତନୁ କୁମାର ସାହୁ ବିଦ୍ୟାଳୟକୁ ଯାଇ ଶ୍ରେଣୀ ଗୃହ ଭିତରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସାଙ୍ଗକୁ କିଛି ଜାଣି ନଥିବା କହୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏପଟେ ଏହି ଭିଡିଓ ଉପରେ ସରପଞ୍ଚ ଶାନ୍ତନୁ ସାହୁ କହିଛନ୍ତି କି ତାଲିମ ଦିଆଯାଇଥିଲା, ତଦାରଖ କରିବା ପାଇଁ ସେହି ଆଧାରରେ ରିଶେଷ ସମୟରେ ଯାଇଥିଲେ। ଏହି ଖବର ବିଷୟରେ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି ଯେ ବିଦ୍ୟାଳୟ ଚାଲୁଥିବା ସମୟରେ କେହି ଯିବାକଥା ନୁହଁ। ଏ ଖବର ମୋ ନଜରକୁ ଆସିନାହିଁ। ସରପଞ୍ଚ କାହିଁକି ଗଲେ ତାଙ୍କୁ ପଚରାଯିବ। ବିଦ୍ୟାଳୟ ଚାଲୁଥିବା ସମୟରେ ତାଙ୍କୁ ଡିଷ୍ଟର୍ବ କରିବା କଥା ନୁହଁ। ବିଦ୍ୟାଳୟରେ ପାଠ ପଢା ପୂର୍ବରୁ ଯାଇପାରିବେ କିମ୍ବା ପଢା ସରିବା ପରେ ଯାଇପାରିବେ। ଏଭଳିଆ କରିବା ଅନୁଚିତ। ପାଠ ପଢା ସମୟରେ କେହି ଡିଷ୍ଟର୍ବ ନକରିବା ପାଇଁ ସେ ନିବେଦନ କରିଛନ୍ତି।

Share Now:

Kalinga News Beuro

Next Post

ପୁଲିସ ଅବହେଳାରୁ ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତାରେ ତ୍ରୁଟି ଘଟିଲା: ସୁପ୍ରିମ୍‌ କୋର୍ଟ

Thu Aug 25 , 2022
ନୂଆଦିଲ୍ଲୀ: ଜାନୁଆରି ମାସରେ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ‘ପଞ୍ଜାବ ପୁଲିସ’ର ଅବହେଳାଜନିତ ବୋଲି ତଦନ୍ତକାରୀ କମିଟି ଜାଣିପାରିଥିବା କଥା ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି। ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଫିରୋଜପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବା କଥା ସୁପ୍ରିମ୍‌ କୋର୍ଟର ପୂର୍ବତନ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ବାଧୀନ ୫ଜଣିଆ ସଦସ୍ୟବିଶିଷ୍ଟ କମିଟି କହିଛି। […]
ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତା-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial