ଏପ୍ରିଲ ୨୮ରୁ ବିଶ୍ବବିଦ୍ୟାଳୟରେ ପରିଣତ ହେବ ଏମ୍‌ଏସ୍‌ ଲ’ କଲେଜ

ଏମ୍‌ଏସ୍‌ ଲ’ କଲେଜ

କଟକ: ମଧୁସୂଦନ ଆଇନ କଲେଜ ଆସନ୍ତା ୨୮ ତାରିଖ ଅର୍ଥାତ ମଧୁ ଜୟନ୍ତୀରୁ ବିଶ୍ବବିଦ୍ୟାଳୟରେ ପରିଣତ ହେବ। ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତ ଜାରି କରାଯାଇଛି। ଗତବର୍ଷ ଜୁନ୍‌ ୧୧ତାରିଖରେ ଏମ୍‌ଏସ୍‌ ଲ’ କଲେଜକୁ ଆଇନ ବିଶ୍ବବିଦ୍ୟାଳୟ କରିବାକୁ ଘୋଷଣା କରାଯାଇଥିଲା। ମାତ୍ର ଏହା ବିଭିନ୍ନ କାରଣ ଯୋଗୁଁ ବିଳମ୍ବ ହୋଇଥିଲା। ତେବେ ଚଳିତମାସ ୨୮ ତାରିଖରେ ଏହାକୁ ବିଧିବଦ୍ଧ ଭାବେ ବିଶ୍ବବିଦ୍ୟାଳୟ ଘୋଷଣା କରାଯିବ। ଏହା ଅଧିନରେ ଓଡ଼ିଶାର ୨୧ରୁ ଅଧିକ ଆଇନ୍‌ କଲେଜ ରହିବ ବୋଲି ଏମ୍‌ଏସ୍‌ ଲ’ କଲେଜ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି।

Share Now:

Kalinga News Beuro

Next Post

ସହରସାରା ଅମାନିଆ: କରୋନାକୁ ଭୟ ନାହିଁ, ଧରପଗଡ଼କୁ ଖାତିର ନାହିଁ

Thu Apr 8 , 2021
ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଆପାର୍ଟମେଣ୍ଟ ଆଦି ସଂସ୍ଥାରେ ବହୁ ସଂଖ୍ୟାରେ କରୋନା ପଜିଟିଭି ଚିହ୍ନଟ ହେଉଛନ୍ତି। ତଥାପି ରାଜଧାନୀରେ ଅମାନିଆଙ୍କ ସଂଖ୍ୟା କମିବା ନାଁ ଧରୁନାହିଁ। ହାଟ ବଜାର ସବୁଠି ଲୋକେ ଦେଳଦଳ ହୋଇ ବୁଲିବା ସହ କରୋନା କଟକଣାକୁ ଫୁ’ କରି ଉଡ଼ାଇ ଦେଉଥିବା ଦେଖିବାକୁ ମିଳୁଛି। ଗତକାଲି ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। […]
ସହରସାରା ଅମାନିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial