ଅଜସ୍ର ପ୍ରଶଂସା ସାଉଣ୍ଟିଲେ ବିଶ୍ୱକପ୍‌ ସ୍ଵେଚ୍ଛାସେବୀ

ପ୍ରଶଂସା ସାଉଣ୍ଟିଲେ ବିଶ୍ବକପ୍‌ ସ୍ବେଚ୍ଛାସେବୀ

ଭୁବନେଶ୍ୱର: ବିଶ୍ୱକପ୍‌ ପାଇଁ ସ୍ଵେଚ୍ଛାସେବୀ ଦାଇତ୍ୱରେ ଥିବା କିଛି ଉଦୀୟମାନ କ୍ରୀଡ଼ା ତାରକା ଶନିବାର ଢେର ପ୍ରଶଂସା ସାଉଣ୍ଟିଥିଲେ। ଏମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ କାନାଡା ଓ ଚିଲି ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ ସୁରୁଖୁରୁରେ ଶେଷ ହୋଇଥିଲା। ବାତ୍ୟା ଜୱାଦ ପ୍ରଭାବରେ ଶନିବାର ସକାଳ ପାଗ ପୂରା କୋହଲା ରହିଥିଲା। ଝିପିଝିପି ବର୍ଷା ସତ୍ତ୍ୱେ ଆମେରିକା ଓ କାନାଡା ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ବେଳେ ବିଶେଷ ଅସୁବିଧା ହୋଇ ନଥିଲା। ହେଲେ କାନାଡା-ଚିଲି ମ୍ୟାଚ୍ ପୂର୍ବରୁ ଢୁଢୁ ବର୍ଷା ହେବା ସହ କଳିଙ୍ଗ ଷ୍ଟାଡିୟମ୍ ନୀଳ ଟର୍ଫରେ ପାଦେ ପର୍ଯ୍ୟନ୍ତ ପାଣି ଜମି ଯାଇଥିଲା। ଜଳ ନିଷ୍କାସନର ଭଲ ବ୍ୟବସ୍ଥା ଥିଲେ ମଧ୍ୟ ଟର୍ଫରୁ ପାଣି ପୂରା ଖାଲି ହୋଇନଥିଲା। ଏତିକିବେଳେ ସ୍ଵେଚ୍ଛାସେବୀମାନେ ହାତରେ ୱାଇପର୍‌ ଧରି ବାହାରି ପଡ଼ିଥିଲେ। ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ପାଣି ସଫା କରି ଟର୍ଫକୁ କିଛି କ୍ଷଣ ଭିତରେ ଖେଳିବା ଉପଯୋଗୀ କରି ଅଜସ୍ର ପ୍ରଶଂସା ସାଉଣ୍ଟିଥିଲେ।

Share Now:

Kalinga News Beuro

Next Post

ମହାରାଷ୍ଟ୍ରରେ ବଢୁଛି ଓମିକ୍ରନ ଭାରିଆଣ୍ଟ : ପୁଣି ୨ ସଂକ୍ରମିତ ଚିହ୍ନଟ

Mon Dec 6 , 2021
ମୁମ୍ବାଇ: ଦେଶରେ ଏବେ କରୋନାର ଓମିକ୍ରନ ଭାରିଆଣ୍ଟକୁ ନେଇ ଚିନ୍ତା ବଢିଛି। ଗୋଟିଏ ପରେ ଗୋଟିଏ ରାଜ୍ୟରେ ସଂକ୍ରମିତ ଚିହ୍ନଟ ହେଉଥିବାରୁ ମହାରାଷ୍ଟ୍ର ସରକାର ଏହା ଉପରେ ପୁଣି କଟକଣା ଲଗାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ କରୋନାର ପୂର୍ବ ଲହର ପରି ଚଳିତ ଲହରରେ ବି ମହାରାଷ୍ଟ୍ର ଦେଶରେ ପ୍ରଥମ ସ୍ଥାନରେ ରହିବା ଭଳି ଅନୁମାନ କରାଯାଉଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିର ରିପୋର୍ଟ ମୁତାବକ ମହାରାଷ୍ଟ୍ରରେ […]
ମହାରାଷ୍ଟ୍ରରେ ବଢୁଛି ଓମିକ୍ରନ ଭାରିଆଣ୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial