ମହାରାଷ୍ଟ୍ରରେ ବଢୁଛି ଓମିକ୍ରନ ଭାରିଆଣ୍ଟ : ପୁଣି ୨ ସଂକ୍ରମିତ ଚିହ୍ନଟ

ମହାରାଷ୍ଟ୍ରରେ ବଢୁଛି ଓମିକ୍ରନ ଭାରିଆଣ୍ଟ

ମୁମ୍ବାଇ: ଦେଶରେ ଏବେ କରୋନାର ଓମିକ୍ରନ ଭାରିଆଣ୍ଟକୁ ନେଇ ଚିନ୍ତା ବଢିଛି। ଗୋଟିଏ ପରେ ଗୋଟିଏ ରାଜ୍ୟରେ ସଂକ୍ରମିତ ଚିହ୍ନଟ ହେଉଥିବାରୁ ମହାରାଷ୍ଟ୍ର ସରକାର ଏହା ଉପରେ ପୁଣି କଟକଣା ଲଗାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ କରୋନାର ପୂର୍ବ ଲହର ପରି ଚଳିତ ଲହରରେ ବି ମହାରାଷ୍ଟ୍ର ଦେଶରେ ପ୍ରଥମ ସ୍ଥାନରେ ରହିବା ଭଳି ଅନୁମାନ କରାଯାଉଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିର ରିପୋର୍ଟ ମୁତାବକ ମହାରାଷ୍ଟ୍ରରେ ପୁଣି ୨ ଜଣ କରୋନାର ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତିି। ଦିଲ୍ଲୀ ଓ ମୁମ୍ବାଇ ବିମାନବନ୍ଦରରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ଏତେ କଡା ନଜର ରଖାଯାଇଥିଲେ ବି ଲାଗାତର ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୂଚନା ମୁତାବକ, ସାଉଥ ଆଫ୍ରିକାର ଜୋହାନସବର୍ଗରୁ ଆସିଥିବା ଜଣେ ୩୭ ବର୍ଷିୟ ବ୍ୟକ୍ତିଙ୍କଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛି। ସେହିଭଳି ତାଙ୍କର ଜଣେ ୩୬ ବର୍ଷିୟ ବନ୍ଧୁ ଯିଏ ନଭେମ୍ବର ୨୫ ତାରିଖରେ ଆମେରିକାରୁ ଆସିଥିଲେ ତାଙ୍କଠାରେ ମଧ୍ୟ କରୋନାର ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି। ହେଲେ ସବୁଠାରୁ ବଡକଥା ଏହି ଦୁଇ ସଂକ୍ରମିତଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ସେମାନଙ୍କୁ ମୁମ୍ବାଇର ସେଭେନ ହେଲ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁଇଜଣ ବ୍ୟକ୍ତି କୋଭିଡ ଟିକା ଫାଇଜରର ଉଭୟ ଡୋଜ ନେଇସାରିଥିଲେ।

Share Now:

Kalinga News Beuro

Next Post

୪୨ ଏକର ସରକାରୀ ଜମିରେ ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ଅବକାରୀ ବିଭାଗ

Mon Dec 6 , 2021
ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସ ଏବଂ ଅବକାରୀ ବିଭାଗ ତରଫରୁ ଘନ ଘନ ଚଢାଉ କରାଯାଇ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଉଛି। ଏହି ପରିପ୍ରେକ୍ଷୀରେ ଚିତ୍ରକୋଣ୍ଡା ପୁଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଆରଏସସି-୧୦ ଏବଂ ଏରାଗାପୁ ଗ୍ରାମରେ ଲଗାଯାଇଥିବା ପ୍ରାୟ ୪୨ ଏକର ସରକାରୀ ଜମିରେ ୬୩ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଚଳିତ ବର୍ଷ ପୁଲିସ ଏବଂ ଅବକାରୀ ବିଭାଗର […]
ବେଆଇନ ଗଂଜେଇ ଗଛ ନଷ୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial