କୋଭିଡ୍‌-୧୯ ପରିଚାଳନା ପାଇଁ ଆ‌ୟୁର୍ବେଦକୁ ପ୍ରାଧାନ୍ୟ ଦେଇ ପ୍ରୋଟକଲ୍‌ ଜାରି କଲା କେନ୍ଦ୍ର

ଆ‌ୟୁର୍ବେଦ ପ୍ରୋଟକଲ୍‌ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ -୧୯ ଲକ୍ଷଣ ଜାଣିବା ପରେ ଆୟୁର୍ବେଦ ଏବଂ ଯୋଗ ମାଧ୍ୟମରେ ମହାମାରୀ କରୋନା ଭାଇରସ୍‌କୁ ନିୟନ୍ତ୍ରଣ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ଏକ ପ୍ରୋ‌ଟକଲ୍‌ ଜାରି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆୟୁଷ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ଜାତୀୟ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍‌ରେ କିପରି ପାରମ୍ପରିକ ପଦ୍ଧତି ମାଧ୍ୟମରେ କୋଭିଡ୍ -୧୯ର ସାମ୍ନା କରି ହେବ ସରକାର ଏକ ବିବୃତିରେ ଏ ନେଇ ସୂଚନା ଦେଇଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ମିଳିଥିବା ରିପୋର୍ଟ ଆଧାରରେ କୋଭିଡ-୧୯କୁ ନେଇ ହାସଲ ହୋଇଥିବା ଅଭିଜ୍ଞତାରୁ ଆୟୁର୍ବେଦ ଏବଂ ଯୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ସରକାରୀ ବିବୃତିରେ କୁହାଯାଇଛି। ଆୟୁଷ ରିସର୍ଚ ଏବଂ ଡେଭ୍‌ଲପମେଣ୍ଟ୍‌ ଟାସ୍କ ଫୋର୍ସର ସୁପାରିସ ଆଧାରରେ ପ୍ରସ୍ତୁତ ଏହି ପ୍ରୋଟୋକଲ୍‌ରେ ଗଳା ଯନ୍ତ୍ରଣା, ଥକାପଣ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ, ହାଇପୋକ୍ସିଆ, ଜ୍ୱର, ମୁଣ୍ଡବିନ୍ଧା ଇତ୍ୟାଦି କୋଭିଡ -୧୯ ଲକ୍ଷଣର ପ୍ରତିକାର ପାଇଁ ପରାମର୍ଶ ଦିଆଯାଇଛି। ଏହି ସବୁ ସମସ୍ୟା ପାଇଁ ଜାରି ପ୍ରୋଟକଲ୍‌ରେ ଅଶ୍ବଗନ୍ଧା, ଚ୍ୟବନପ୍ରାଶ, ନାଗରାଡି କାଶାୟା, ସିତୋପଲାଦି ଚୂର୍ଣ୍ଣ, ଭୋଶାଦି ଭାଟୀ ଆଦି ଗ୍ରହଣ କରିବାକୁ କୁହାଯାଇଛି। କେବଳ ଏତିକି ନୁହେଁ, ଏଥିରେ ରହିଛି ଏକ ଯୋଗ ରୁଟିନ୍‌। କରୋନା ଲକ୍ଷଣ ଦେଖିବା ମାତ୍ରେ ଯୋଗ କରି ତୁରନ୍ତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି। ଏହି ପ୍ରୋଟୋକଲ୍ କୋଭିଡ୍ -୧୯ର ପରିଚାଳନା ପାଇଁ ଆୟୁଷ ସମାଧାନର ମୁଖ୍ୟ ସ୍ରୋତରେ ସହାୟକ ହେବ ବୋଲି ଆଶା କରାଯାଉଛି ଏବଂ ଏହି ସମାଧାନଗୁଡିକ ସହଜରେ ଉପଲବ୍ଧ ହୋଇଥିବାରୁ ଏହା ମହାମାରୀ ଦ୍ୱାରା ଉପୁଜୁଥିବା ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରିବ ବୋଲି ବିଶ୍ୱାସ କରାଯାଉଛି।

Share Now:

Kalinga News Beuro

Next Post

ପୃଥିବୀ ଆଡକୁ ଆସୁଥିବା ଗ୍ରହାଣୁପୁଞ୍ଜ ଆସନ୍ତାକାଲି ପାର‌ କରିବ ପୃଥିବୀର କକ୍ଷପଥ

Tue Oct 6 , 2020
ନୂଆଦିଲ୍ଲୀ: ବୋଇଙ୍ଗ ୭୪୭ ବିମାନ ଆକାରଠାରୁ ବଡ଼ ଏକ ଗ୍ରହାଣୁପୁଞ୍ଜ ପ୍ରତି ସେକେଣ୍ଡକୁ ୬.୬୮ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଗତି କରୁଛି। ଗ୍ରହାଣୁପୁଞ୍ଜ ୨୦୨୦ଆର୍‌କେ୨ ନାମକ ଏହି ସ୍ପେସ୍ ରକ୍ ବୁଧବାର (ଅକ୍ଟୋବର ୭) ଦିନ ରାତି ୧୦.୪୨ ସମୟରେ ପୃଥିବୀର କକ୍ଷପଥ ପାର ହେବା ପଥରେ ରହିଛି ବୋଲି ସୂଚନା ମିଳିଛି। ଆମେରିକୀୟ ଗବେଷଣା କେନ୍ଦ୍ର ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ‘ପୃଥିବୀ ପୃଷ୍ଠରୁ ୩୮,୩୦,୨୩୮ […]
ଗ୍ରହାଣୁପୁଞ୍ଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial