୪୨ ଏକର ସରକାରୀ ଜମିରେ ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ଅବକାରୀ ବିଭାଗ

ବେଆଇନ ଗଂଜେଇ ଗଛ ନଷ୍ଟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସ ଏବଂ ଅବକାରୀ ବିଭାଗ ତରଫରୁ ଘନ ଘନ ଚଢାଉ କରାଯାଇ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଉଛି। ଏହି ପରିପ୍ରେକ୍ଷୀରେ ଚିତ୍ରକୋଣ୍ଡା ପୁଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଆରଏସସି-୧୦ ଏବଂ ଏରାଗାପୁ ଗ୍ରାମରେ ଲଗାଯାଇଥିବା ପ୍ରାୟ ୪୨ ଏକର ସରକାରୀ ଜମିରେ ୬୩ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଚଳିତ ବର୍ଷ ପୁଲିସ ଏବଂ ଅବକାରୀ ବିଭାଗର ଗଞ୍ଜେଇ ଗଛ ନଷ୍ଟ କରିବା ପ୍ରକ୍ରିୟା ଜୋରଦାର କରାଯାଉଥିବା ନେଇ ସ୍ବାଭିମାନ ଅଞ୍ଚଳରେ ଏକ ପ୍ରକାର ଉତ୍ତେଜନା ଦେଖାଦେଉଛି। ପୁଲିସ ଏବଂ ଅବକାରୀ ସଂପୂର୍ଣ୍ଣ ଗଞ୍ଜେଇ ଚାଲାଣକୁ ରୋକିବାକୁ ଏଭଳି କଡା ପଦକ୍ଷେପ ନେଉଥିବା କୁହାଯାଇଛି। ଚିତ୍ରକୋଣ୍ଡାରେ ଏସଡିପିଓ ଅଂଶୁମାନ ଦ୍ବିବେଦୀ ନେତୃତ୍ବରେ ଲଗାତାର ଗଞ୍ଜେଇ ଚାଲାଣ ରୋକିବାରେ ଏବଂ ଗଞ୍ଜେଇ ଗଛକୁ ନଷ୍ଟ କରିବାରେ ସଫଳତା ହାସଲ କରିଚାଲିଛନ୍ତି। ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ ଅରୁଣ ପାଢୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅବକାରୀ କର୍ମଚାରୀମାନେ ମଧ୍ୟ ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳରେ ବେଆଇନ ଭାବେ କରାଯାଉଥିବା ଗଞ୍ଜେଇ ଚାଷକୁ ସଂପୂର୍ଣ୍ଣ ନଷ୍ଟ କରିବାରେ ସଫଳତା ହାସଲ କରୁଛନ୍ତି। ଯାହାକୁ ନେଇ ମାଫିଆଙ୍କ ମଧ୍ୟରେ ଭାଳେଣୀ ପଡିଲାଣି। ତେବେ ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଗଛକୁ ନଷ୍ଟ କରାଯିବା ସହ ଗଞ୍ଜେଇ ଚାଲାଣକୁ ମଧ୍ୟ ରୋକ ଲଗାଯିବ ବୋଲି ଅବକାରୀ ଅଧୀକ୍ଷକ ଏବଂ ଏସଡିପିଓ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ବାତ୍ୟା ଜୱାଦର ପ୍ରଭାବ : ଲଗାଣ ବର୍ଷାରେ ଉପକଣ୍ଠ ବେହାଲ

Mon Dec 6 , 2021
ପାଚିଲା ଧାନ ଅଣ୍ଡାଳୁଛି ଚାଷୀ ବାଲିଅନ୍ତା: ବାତ୍ୟା ଜୱାଦ ଦୁର୍ବଳ ହୋଇଯାଇଥିଲେ ହେଁ ଲଗାଣ ବର୍ଷା ଯୋଗୁଁ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକଙ୍କ କଚ୍ଚାଘ‌ରେ ବର୍ଷା ଜଳ ଲହଡ଼ି ମାରିବା ସହ କାନ୍ଥ ଭାଙ୍ଗି ଯାଇଛି। ସେହିପରି ହଜାର ହଜାର ହେକ୍ଟର ଚାଷ ଜମିରେ ବର୍ଷାଜଳ ଜମି ରହିବା ଯୋଗୁଁ ଧାନ ଓ ଅନ୍ୟାନ୍ୟ ପନିପରିବା ଫସଲ ନଷ୍ଟ ହୋଇଥିବା ସୂଚନା […]
ଲଗାଣ ବର୍ଷାରେ ଉପକଣ୍ଠ ବେହାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial