ଏନକାଉଣ୍ଟର କରିଥିବା ପୁଲିସ ଅଫିସରମାନଙ୍କୁ ଅତୀକର ଧମକ

ଏନକାଉଣ୍ଟର କରିଥିବା ପୁଲିସ ଅଫିସରମାନଙ୍କୁ ଅତୀକର ଧମକ

ପ୍ରୟାଗରାଜ : ଗତ କାଲି ଅସଦ ଅହମ୍ମଦର ଏନକାଉଣ୍ଟପରେ ତା ବାପା ତଥା ମାଫିଆ ଡନ୍ ଅତୀକ ଅହମ୍ମଦ କାନ୍ଦି ପକାଇଥିଲା ଓ କହିଥିଲା ଯେ ପୁଅର ମୃତ୍ୟୁ ପାଇଁ ସେ ନିଜେ ଦାୟୀ। କିନ୍ତୁ ଆଜି ସେ ପ୍ରତିହିଂସା ପରାୟଣ ହୋଇପଡ଼ିଥିବା କୁହାଯାଉଛି ଓ ଯେଉଁ ପୁଲିସ ଅଧିକାରୀମାନେ ଏହି ଏନକାଉଣ୍ଟର କରିଛନ୍ତି ସେମାନଙ୍କୁ ଶେଷ କରିବାକୁ ଧମକ ଦେଇଛି।
ଇଂଲାଜୀ ନ୍ୟୁଜ ଚ୍ୟାନେଲ ଟାଇମ୍ସ ନାଓରେ ପ୍ରସାରିତ ଏକ ରିପୋର୍ଟ ଅନୁସାରେ ଯେଉଁ ଅଫିସରମାନେ ଅସଦ ଏନକାଉଣ୍ଟର ପାଇଁ ଦାୟୀ ସେମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଅତୀକ ଧମକ ଦେଇଛି। ଗତ କାଲି ଅଦାଲତରେ କାନ୍ଦିପକେଇଥିବା ପରେ ଅତୀକ ଅହମ୍ମଦ ଏବେ ଧୁମନଗଞ୍ଜ ଥାନାରେ ଦୁଃଖରେ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ସେ କହିଛି ଯେ ଯେ ସେ ଓ ତାଙ୍କ ପରିବାର ମାଟିରେ ମିଶିଯାଇଛି। ଏଥିପାଇଁ ସେ ନିଜକୁ ଦାୟୀ କରିଥିବା ବି ଜଣାଯାଇଛି। ପୁଲିସ ହାଜତରେ ପଚରାଉଚରା ବେଳେ ଅତିକ ପୁଣି କାନ୍ଦିବାକୁ ଲାଗିଥିଲେ। ସେ କହିଲେ, “ଆମେ ମାଟିରେ ମିଶିଗଲୁ, ଏହା ମୋର ଦୋଷ… ଅସଦର କୌଣସି ଦୋଷ ନଥିଲା। ଛୋଟ ପୁଅ ଓ ଭାଇଙ୍କ ଦାୟିତ୍ୱ କେହି ନେଇପାରିବେ ନାହିଁ। ଦୁନିଆର ସବୁଠାରୁ ବଡ ଦୁଃଖ ହେଉଛି ବୃଦ୍ଧ ବାପାଙ୍କ କାନ୍ଧରେ ଏକ ଛୋଟ ପୁଅର ମୃତଦେହ। ଆତିକ କହିଛନ୍ତି ଯେ ଅସଦ ତ ଆଉ ନାହିଁ ତା ଅମି (ମା’) ସହିତ ମୋତେ ଭେଟାଇଦିଅ।

Share Now:

Kalinga News Beuro

Next Post

ବୈଶାଖୀ ମେଳା ସମୟରେ ଭୁଶୁଡିଲା ବ୍ରିଜ୍ : ୨୦ଆହତ

Fri Apr 14 , 2023
ଉଧମପୁର(ଜମ୍ମୁ-କଶ୍ମୀର): ବୈଶାଖୀ ମେଳା ସମୟରେ ଭୁଶୁଡିଲା ବ୍ରିଜ୍। ଆହତ ହେଲେ ମେଳାକୁ ଆସିଥିବା ଲୋକେ। ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ହେଉଥିବା ବୈଶାଖୀ ମେଳାରେ ଏହି ଦୁର୍ଘଟଣା ଘଟିଛି। ନଦୀ ଉପରେ ନିର୍ମାଣ ହୋଇଥିବା ଲୁହା ବ୍ରିଜ ଭାଙ୍ଗିବା କାରଣରୁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସ-ପ୍ରଶାସନକୁ ସୂଚନା ଦେବା ପରେ ତରବରିଆ ଭାବେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି […]
ବୈଶାଖୀ ମେଳା ସମୟରେ ଭୁଶୁଡିଲା ବ୍ରିଜ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial